Gold Price: ରୁପା କିଲୋ ୪୦ହଜାର ବୃଦ୍ଧି; ନିବେଶକ ମାଲାମାଲ

୨୦୨୬ ଆରମ୍ଭରୁ ମହଙ୍ଗା ହୋଇଛି ସୁନା ଓ ରୁପା ଦର। ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି, ଅନ୍ତର୍ଜାତୀୟ ଏବଂ ଘରୋଇ ବଜାରରେ ସୁନା ଏବଂ ରୁପାର ଚାହିଦାରେ ଏକ ବିରାଟ ବୃଦ୍ଧି ଘଟିଛି। ଅନ୍ତର୍ଜାତୀୟ ବଜାରରେ ସୁନା ବର୍ତ୍ତମାନ... Mahendra Sahu profile image by Sambad Digital Desk

ନୂଆଦିଲ୍ଲୀ: ୨୦୨୬ ଆରମ୍ଭରୁ ମହଙ୍ଗା ହୋଇଛି ସୁନା ଓ ରୁପା ଦର। ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି, ଅନ୍ତର୍ଜାତୀୟ ଏବଂ ଘରୋଇ ବଜାରରେ ସୁନା ଏବଂ ରୁପାର ଚାହିଦାରେ ଏକ ବିରାଟ ବୃଦ୍ଧି ଘଟିଛି। ଅନ୍ତର୍ଜାତୀୟ ବଜାରରେ ସୁନା ବର୍ତ୍ତମାନ ୪୯୬୭.୪୧ ଡଲାର ପ୍ରତି ଆଉନ୍ସ, ରେକର୍ଡ ସ୍ତରରେ କାରବାର କରୁଛି। ଆଉ ନିବେଶକମାନେ ମାଲାମାଲ ହେଉଛନ୍ତି। ଯଦି ଆମେ କିଛି ସହର ଉପରେ ନଜର ପକାଇବା ତେବେ, ରାଜଧାନୀ ଦିଲ୍ଲୀରେ, ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୬୦,୪୧୦ ଟଙ୍କାରେ ପହଞ୍ଚିଛି।

ସେହିପରି, ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୬୦,୪୧୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୪୭,୦୫୦ ଟଙ୍କା ରହିଛି। ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ବେଙ୍ଗାଲୁରୁରେ ୨୪ କ୍ୟାରେଟ୍ ସୁନା ୧,୬୦,୨୬୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୪୬,୯୦୦ ଟଙ୍କାରେ ବିକ୍ରି ହେଉଛି।

 

ଅହମ୍ମଦାବାଦ ଏବଂ ଭୋପାଳରେ ୨୪ କ୍ୟାରେଟର ମୂଲ୍ୟ ୧,୬୦,୩୧୦ ଟଙ୍କା ରେକର୍ଡ କରାଯାଇଛି। ରୁପା ମୂଲ୍ୟ ୪୦,୦୦୦ ଟଙ୍କାକୁ ବୃଦ୍ଧି
ସୁନା ପରେ, ରୁପା ମଧ୍ୟ ନିବେଶକମାନଙ୍କୁ ଧନୀ କରିଛି । ସାପ୍ତାହିକ ଆଧାରରେ, ରୁପାର ମୂଲ୍ୟରେ ୪୦,୦୦୦ ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି। ଆଜି ସକାଳେ, ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୩୩୫,୦୦୦ ଟଙ୍କାରେ ପହଞ୍ଚିଥିଲା। ବିଦେଶୀ ବଜାରରେ ରୁପାର ସ୍ପଟ୍ ମୂଲ୍ୟ ଆଉନ୍ସ ପ୍ରତି ୯୯.୪୬ ଡଲାର ପାଖାପାଖି ରହିଛି।

ସୌଜନ୍ୟ ସମ୍ବାଦ

Exit mobile version