ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ପେଟ୍ରୋଲ, ଡିଜେଲ ସମେତ ସେୟାର ବଜାର ନିବେଶକମାନଙ୍କ ଚିନ୍ତା ବଢ଼ାଇଥିବାବେଳେ ସୁନା କିଣିବା ପାଇଁ ଅପେକ୍ଷା କରିଥିବା ଗ୍ରାହକଙ୍କୁ କିଛିଟା ଆଶ୍ବସ୍ତ କରିଛି। ଆଜି ଦିନକରେ ସୁନା ଦର ୧୦ ହଜାର ଟଙ୍କାରୁ ଅଧିକ ହ୍ରାସ ଘଟିଛି। ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୦,୩୨୦ ଟଙ୍କା ହ୍ରାସ ପାଇ ୧,୩୫,୬୫୦ ଟଙ୍କାରେ ରହିଛି।
ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୯,୪୫୦ ଟଙ୍କା କମି ୧,୨୪,୩୫୦ ଟଙ୍କାରେ ରହିଛି। ଆଜି ଦୁଇଟି ପର୍ଯ୍ୟାୟରେ ଦରରେ ଏହି ବଡ଼ ହ୍ରାସ ଦେଖିବାକୁ ମିଳିଛି। ସେହିଭଳି ରୁପା ଦର କିଲୋଗ୍ରାମ୍ ପିଛା ଆଜି ୨୦ ହଜାର ଟଙ୍କା କମି ୨,୩୦,୦୦୦ ଟଙ୍କା ରହିଛି। ବଜାରରେ ଗତ ୧୮ ତାରିଖରୁ ସୁନା ଓ ରୁପା ଦର କମିବାରେ ଲାଗିଛି।
ବାହାଘର, ବ୍ରତଘର ଏବଂ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ପାଇଁ ସୁନା ଓ ରୁପା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କୁ ଏହା କିଛିମାତ୍ରାରେ ଖୁସି ଦେଇଛି। କିନ୍ତୁ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ଏହି ଦୁଇ ମୂଲ୍ୟବାନ ଧାତୁରେ ନିବେଶ କରିଥିବା ବ୍ୟକ୍ତିମାନେ ନିରାଶ ହୋଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଜି ଆଉନ୍ସ ପିଛା ୬.୩ ପ୍ରତିଶତ କମି ୪୨୦୩.୨୧ ଡଲାରରେ ରହିଛି।
ସୌଜନ୍ୟ ସମ୍ବାଦ
