ଦେଶ ବିଦେଶ
Google made history: ଲାଭରେ ଇତିହାସ ରଚିଲା ଗୁଗଲ୍: ୪୫୯ଟି ଶ୍ରେଷ୍ଠ କମ୍ପାନିର ମିଳିତ ଲାଭଠାରୁ ଅଧିକ
ବିଶ୍ବର ପ୍ରମୁଖ ସର୍ଚ୍ଚ ଇଞ୍ଜିନ ଗୁଗଲ୍ର ପରିଚାଳନା କରୁଥିବା ସଂସ୍ଥା ଆଲ୍ଫାବେଟ୍ ଲାଭ କରିବାରେ ଇତିହାସ ସୃଷ୍ଟି କରିଛି। କମ୍ପାନିର ଦ୍ବିତୀୟ ତ୍ରୈମାସିକ ଲାଭ ପ୍ରଥମ ଥର ପାଇଁ ୧୦୦ ବିଲିଅନ ଡଲାରରୁ ଅଧିକ ହୋଇଛି।

ୱାସିଂଟନ: ବିଶ୍ବର ପ୍ରମୁଖ ସର୍ଚ୍ଚ ଇଞ୍ଜିନ ଗୁଗଲ୍ର ପରିଚାଳନା କରୁଥିବା ସଂସ୍ଥା ଆଲ୍ଫାବେଟ୍ ଲାଭ କରିବାରେ ଇତିହାସ ସୃଷ୍ଟି କରିଛି। କମ୍ପାନିର ଦ୍ବିତୀୟ ତ୍ରୈମାସିକ ଲାଭ ପ୍ରଥମ ଥର ପାଇଁ ୧୦୦ ବିଲିଅନ ଡଲାରରୁ ଅଧିକ ହୋଇଛି। ଏହା ୧୧୨.୧ ବିଲିଅନ ଡଲାର ଲାଭ କରିଛିି ଯାହା ପୂର୍ବବର୍ଷର ସେହି ସମୟରେ ହୋଇଥିବା ଲାଭ ତୁଳନାରେ ୮୦ ପ୍ରତିଶତ ଅଧିକ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଆଲ୍ଫାବେଟ୍ ଏକାକୀ ଯେତିକି ଲାଭ କରିଛି ତାହା ‘ଫର୍ଚୁନ ୫୦୦’ ତାଲିକାରେ ସ୍ଥାନ ପାଇଥିବା ଶ୍ରେଷ୍ଠ ୪୫୯ଟି କମ୍ପାନିର ବର୍ଷତମାମ ମିଳିତ ଲାଭଠାରୁ ମଧ୍ୟ ଅଧିକ।
ସୌଜନ୍ୟ ସମ୍ବାଦ




