Hanuman Chalisa vs Namaz: ହନୁମାନ ଚାଳିସା ବନାମ ନମାଜ: ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପାଲଟିଲା ରଣକ୍ଷେତ୍ର, ଉତ୍ତେଜନା ଜାରି

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗତକାଲି ନମାଜ ପାଠକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ, ଆଜି ହନୁମାନ ଚାଳିଶା ପାଠକୁ ନେଇ କ୍ୟାମ୍ପସ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଛାତ୍ରମାନେ ସକାଳଠାରୁ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ଏକାଠି ହୋଇ ନାରାବାଜୀ କରୁଛନ୍ତି।

ଲକ୍ଷ୍ନୌ: ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗତକାଲି ନମାଜ ପାଠକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ, ଆଜି ହନୁମାନ ଚାଳିଶା ପାଠକୁ ନେଇ କ୍ୟାମ୍ପସ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଛାତ୍ରମାନେ ସକାଳଠାରୁ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ଏକାଠି ହୋଇ ନାରାବାଜୀ କରୁଛନ୍ତି। ଗଣ୍ଡଗୋଳ ନିୟନ୍ତ୍ରଣ କରିବା ପାଇଁ ପୁଲିସ ମୁତୟନ କରାଯାଇଛି। ଅନେକ ଛାତ୍ରଙ୍କୁ ବଳପୂର୍ବକ ହଟାଇ ଅଟକ ରଖାଯାଇଛି। ଲାଲ ବରାଦାରୀରେ ନମାଜ ପାଠ କରିଥିବା ୧୩ ଜଣ ଛାତ୍ରଙ୍କୁ ନୋଟିସ ଜାରି କରାଯାଇଥିଲା। ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ସେମାନଙ୍କ ଉପରେ ୫୦,୦୦୦ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲାଗୁ କରାଯାଇଛି। ଅନ୍ୟ ଛାତ୍ରମାନଙ୍କୁ ବୁଝାଇବା ପାଇଁ ପ୍ରୟାସ ଚାଲିଛି, କିନ୍ତୁ ବିକ୍ଷୋଭକାରୀମାନେ ଫାଟକ ଖୋଲିବା ପାଇଁ ଦାବିରେ ଅଟଳ ରହିଛନ୍ତି।

ବିଶ୍ଵବିଦ୍ୟାଳୟ ଗେଟ୍ ନିକଟରେ ବହୁ ସଂଖ୍ୟକ ଛାତ୍ର ପ୍ରତିବାଦ କରୁଛନ୍ତି

ଲାଲ ବରାଦରୀର ନମାଜ ଗେଟ୍ ବନ୍ଦ କରିବା ନେଇ ବିବାଦ ଏବେ ଏକ ଉତ୍ତେଜନାରେ ପରିଣତ ହୋଇଛି। ବିଶ୍ଵବିଦ୍ୟାଳୟ ଗେଟ୍ ନିକଟରେ ବହୁ ସଂଖ୍ୟକ ଛାତ୍ର ପ୍ରତିବାଦ କରୁଛନ୍ତି। ପ୍ରଦର୍ଶନକାରୀ ଦାବି କରିଛନ୍ତି ଯେ ପ୍ରଶାସନ ଜାଣିଶୁଣି ମସଜିଦର ପ୍ରବେଶ ପଥ (ପ୍ରାର୍ଥନା ଦ୍ୱାର)କୁ ଅବରୋଧ କରିଛି, ଯାହା ଫଳରେ ସେମାନଙ୍କ ଧାର୍ମିକ ସ୍ୱାଧୀନତା ପ୍ରଭାବିତ ହେଉଛି। ଅନ୍ୟପକ୍ଷରେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସର କହିବା କଥା ହେଲା ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଚାଲିଛି, ତେଣୁ ସୁରକ୍ଷା ଦୃଷ୍ଟିରୁ ବ୍ୟାରିକେଡ୍ ଲଗାଯାଇଛି।

ଉଲ୍ଲେଖଯୋଗ୍ୟ, ସୋମବାର ସକାଳେ, ଲାଲ ବରାଦରୀ କୋଠାରେ ନମାଜ ପାଠକୁ ନେଇ ହିନ୍ଦୁ ଓ ମୁସଲିମ ଛାତ୍ର ଗୋଷ୍ଠୀ ମଧ୍ୟରେ ଉଷ୍ମ ବିତର୍କ ଏବଂ ହାତାହାତି ହେବା ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରଣକ୍ଷେତ୍ର ପାଲଟିଥିଲା। ଗୋଟିଏ ପଟେ “ଜୟ ଶ୍ରୀ ରାମ” ଧ୍ୱନି ଗୁଞ୍ଜରିତ ହେଉଥିଲା, ଅନ୍ୟପଟେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ସମଗ୍ର ଘଟଣାଟି କ୍ୟାମ୍ପସରେ ଥିବା ଐତିହାସିକ ଲାଲ ବରାଦରୀ କୋଠା ସହିତ ଜଡିତ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ର ଏକ ରିପୋର୍ଟ ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ କୋଠାର ମରାମତି ଆରମ୍ଭ କରିଥିଲା ଏବଂ ସୁରକ୍ଷା ଦୃଷ୍ଟିରୁ ଏଠାରେ ବ୍ୟାରିକେଡ୍ ଲଗାଯାଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version