ଦେଶ ବିଦେଶ

Hanuman Temple: ବୁଲଡୋଜର-କ୍ରେନ୍‌ ବି ହଟାଇପାରିଲାନି ହନୁମାନଙ୍କ ମୂର୍ତ୍ତି

ମଧ୍ୟପ୍ରଦେଶର ଉଜ୍ଜୟିନୀରେ ‘ଖଡେ ହନୁମାନ’ଙ୍କ ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଘଟଣା ଏବେ ଚର୍ଚ୍ଚାରେ। ସିଂହସ୍ଥ ମହାକୁମ୍ଭ ୨୦୨୮ ପାଇଁ ରାସ୍ତା ସମ୍ପ୍ରସାରଣ କାମ ଚାଲିଥିବା ବେଳେ ପ୍ରାୟ ୧୭୦ ବର୍ଷ ପୁରୁଣା ଏହି ଐତିହାସିକ ମନ୍ଦିରକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଉଦ୍ୟମ କରିଥିଲା।

ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ‘ଦଣ୍ଡାୟମାନ ହନୁମାନ’ଙ୍କ ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଘଟଣା ଏବେ ଚର୍ଚ୍ଚାରେ। ସିଂହସ୍ଥ ମହାକୁମ୍ଭ ୨୦୨୮ ପାଇଁ ରାସ୍ତା ସମ୍ପ୍ରସାରଣ କାମ ଚାଲିଥିବା ବେଳେ ପ୍ରାୟ ୧୭୦ ବର୍ଷ ପୁରୁଣା ଏହି ଐତିହାସିକ ମନ୍ଦିରକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଉଦ୍ୟମ କରିଥିଲା। ମନ୍ଦିରର ଅନ୍ୟାନ୍ୟ ଅଂଶ ହଟାଯାଇଥିଲେ ମଧ୍ୟ ମୂର୍ତ୍ତିକୁ ହଟାଇବାରେ ପ୍ରଶାସନ ସଫଳ ହୋଇପାରିନାହିଁ। କଣ୍ଠାଲ ଛକରୁ ଛତ୍ରୀ ଛକ ମଧ୍ୟରେ ରାସ୍ତା ସମ୍ପ୍ରସାରଣ କାମ ଚାଲିଛି। ଏହାର ଅଂଶ ଭାବେ ସତୀ ଗେଟ୍‌ ନିକଟରେ ଥିବା ଖଡେ ହନୁମାନ ମନ୍ଦିରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗତ ଚାରି ଦିନ ଧରି ଉଦ୍ୟମ ଚାଲିଥିଲା। ନଗର ନିଗମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରୀ କ୍ରେନ୍‌, ଜେସିବି ଏବଂ ଅନ୍ୟ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇଥିଲେ ମଧ୍ୟ ମୂର୍ତ୍ତିଟି ନିଜ ସ୍ଥାନରୁ ହଲିନଥିବା ଦାବି କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button