ଦଶରଥପୁର: ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତରେ ଗତ ୧୦ ବର୍ଷ ମଧ୍ୟରେ କ୍ୟାନ୍ସର ଏବଂ କିଡ୍ନି ରୋଗରେ ୧୨୦ରୁ ଅଧିକ ଲୋଙ୍କ ପ୍ରାଣ ଯାଇସାରିଥିବାବେଳେ ବର୍ତମାନ ୧୨ ଜଣ ରୋଗୀ ଚିକିତ୍ସାଧିନ ଅଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଜିଲ୍ଲା ପାନୀୟ ଜଳ ବିଭାଗ ପକ୍ଷରୁ ପାଲଟପୁର ପଞ୍ଚାୟତରେ ପାଣିର ନମୁନା ସଂଗ୍ରହ କରାଯାଉଥିବା ଦେଖିବାକୁ ମିଳିଛି।
ପଞ୍ଚାୟତର ପ୍ରତି ଗାଁରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନଳକୂପର ପାଣିକୁ ଏକ ବୋତଲ ମାଧ୍ୟମରେ ସଂଗ୍ରହ କରାଯାଉଥିବା ଦେଖିବାକୁ ମିଳିଛି। ୧୨ ଟି ୱାର୍ଡର ପ୍ରାୟ ୯୦୦ରୁ ଅଧିକ ନଳକୂପ ପାଣିର ନମୁନା ସଂଗ୍ରହ କରାଯିବ। ପାଲଟପୁର, ନୀଳକଣ୍ଠପୁର, ବିନ୍ଧାନନ୍ଦିପୁର, ମୁରାରୀପୁର, ସାଠିବାଟି ରାଜସ୍ବଗ୍ରାମ ପାଣି ନମୁନା ସଂଗ୍ରହ କରାଯିବ। ପାଣିରେ ସମସ୍ତ ପ୍ରକାର ମାନ ପରୀକ୍ଷା କରାଯିବା ପରେ ପାଣି ପାଇଁ କଣ ସମସ୍ୟା ସୃଷ୍ଟି ହେଉଛି ଜଣାପଡିବ ବୋଲି ସୂଚନା ଦେଇଛନ୍ତି। ଏହା କେଉଁ କାରଣ ପାଇଁ ଏହି ପଞ୍ଚାୟତରେ ଏତେ ପରିମାଣରେ କ୍ୟାନ୍ସର ଓ କୀଡୀନ ରୋଗ ହେଉଛି କିମ୍ବା ଅନ୍ୟ କାରଣ ପାଇଁ ରୋଗ ବଡୁଛି ପ୍ରଶାସନକୁ ରିପୋଟ ଦିଆଯିବ।
ପାନୀୟ ଜଳ ମାନ ପରୀକ୍ଷା ପାଇଁ ନମୁନା ସଂଗ୍ରହ ରାଜ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଚି଼ଫ ଅନାନଲିସି ନରେନ୍ଦ୍ର କୁମାର ପଣ୍ଡା, ବ୍ରଜକିଶୋର ରାଉତ, ଅବନୀ ବରାଳ, ପ୍ରଶାନ୍ତ କୁମାର ବିଶ୍ୱାଳ, ଜିଲ୍ଲା ଲାବ୍ରୋଟାରି ପକ୍ଷରୁ ଆସିଷ୍ଟାଣ୍ଡ ଲାବ୍ରୋଟାରି ଦିଲ୍ଲୀପ କୁମାର ବିଶ୍ୱାଳ, ସାମସର ଅଲ୍ଲୀ ଖାନ, ବିଭାଗୀୟ ଜେଇ ସ୍ଵର୍ଣଲତା ରାଉତ, ସରପଞ୍ଚ ଲିପିକା ମଲିକ, ଚନ୍ଦ୍ର ଶେଖର ସାହୁ ପ୍ରମୁଖ ପାଣି ନମୁନା ପାଇଁ ଗାଁ ଗାଁ ବୁଲି ସଂଗ୍ରହ କରୁଛନ୍ତି।
ସୌଜନ୍ୟ ସମ୍ବାଦ
