ଜୀବନଚର୍ଯ୍ୟା

Healthy people: ସୁସ୍ଥ ବ୍ୟକ୍ତିଙ୍କୁ ବି ହୋଇପାରେ ହୃଦ୍‌ରୋଗ

ଜଣେ ବ୍ୟକ୍ତି ସୁସ୍ଥ ଦେଖାଯାଇ ପାରନ୍ତି, ଏପରିକି ତାଙ୍କ ଓଜନ ବି ସାଧାରଣ ଥାଇପାରେ ଓ ସେ ନିୟମିତ ବ୍ୟାୟାମ ଆଦି କରୁଥାଇ ପାରନ୍ତି, ତଥାପି ତାଙ୍କର ହୃଦ୍‌ଘାତ ଜନିତ ବିପଦ ରହିଛି। ମେଦାନ୍ତ ହସ୍‌ପିଟାଲ୍‌ର ଇଣ୍ଟର୍‌ଭେନ୍‌ସନାଲ୍‌ କାର୍ଡିଓଲୋଜି....

ଜଣେ ବ୍ୟକ୍ତି ସୁସ୍ଥ ଦେଖାଯାଇ ପାରନ୍ତି, ଏପରିକି ତାଙ୍କ ଓଜନ ବି ସାଧାରଣ ଥାଇପାରେ ଓ ସେ ନିୟମିତ ବ୍ୟାୟାମ ଆଦି କରୁଥାଇ ପାରନ୍ତି, ତଥାପି ତାଙ୍କର ହୃଦ୍‌ଘାତ ଜନିତ ବିପଦ ରହିଛି। ମେଦାନ୍ତ ହସ୍‌ପିଟାଲ୍‌ର ଇଣ୍ଟର୍‌ଭେନ୍‌ସନାଲ୍‌ କାର୍ଡିଓଲୋଜି ବିଭାଗ ଅଧ୍ୟକ୍ଷ ଡାକ୍ତର ପ୍ରବୀଣ ଚନ୍ଦ୍ରାଙ୍କ ଅନୁଯାୟୀ, ହୃଦ୍‌ରୋଗକୁ ଶରୀରର ଜେନେଟିକ୍ସ୍‌, ମେଟାବୋଲିକ୍‌ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଆଦି ପ୍ରଭାବିତ କରିଥାନ୍ତି। ସେ କହିଛନ୍ତି, ଆପଣ ନିୟମିତ ବ୍ୟାୟାମ କରି ସାଧାରଣ ଓଜନ ବଜାୟ ରଖିପାରନ୍ତି। ସକ୍ରିୟ ଜୀବନଯାପନ କଲେ ବି ଲକ୍ଷଣ ନଦେଖାଇ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ନିରବ ରୋଗ ଆପଣଙ୍କ ରକ୍ତବାହୀ ନଳୀ ତଥା ହୃଦୟକୁ ଲଗାତର କ୍ଷତି ପହଞ୍ଚାଇଥାନ୍ତି।

ସୁସ୍ଥ ଲୋକଙ୍କୁ ହୃଦ୍‌ଘାତ ହୁଏ କାହିଁକି?
ଉଚ୍ଚ ରକ୍ତଚାପ, ମଧୁମେହ ଓ ଉଚ୍ଚ କୋଲେଷ୍ଟ୍ରଲ୍‌ ଧୀରେ ଧୀରେ ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଇଥାଏ। ଏଗୁଡ଼ିକ କୌଣସି ସ୍ପଷ୍ଟ ଲକ୍ଷଣ ନଦେଖାଇ ଶରୀର ମଧ୍ୟରେ ବିକଶିତ ହୋଇଥାନ୍ତି। ଉଚ୍ଚ ରକ୍ତଚାପ ଜଣଙ୍କର ହୃତ୍‌ପିଣ୍ଡ ଓ ଧମନୀ ଉପରେ ଚାପ ପକାଇଥାଏ। ସେହିପରି ଅନିୟନ୍ତ୍ରିତ ରକ୍ତ ଶର୍କରା ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଇପାରେ। ଏସବୁ ହୃଦ୍‌ରୋଗକୁ ତ୍ୱରାନ୍ୱିତ କରିଥାନ୍ତି। ସେହିପରି ଉଚ୍ଚ କୋଲେଷ୍ଟ୍ରଲ୍‌ ଧମନୀ ଭିତରେ ପ୍ଲାକ୍‌ ଗଠନ କରେ। ଏହାର ଅର୍ଥ, ଶାରୀରିକ ଭାବେ ସକ୍ରିୟ ରହିବା କିମ୍ବା ଶରୀରର ସାଧାରଣ ଓଜନ ହୃଦ୍‌ରୋଗର ବିପଦକୁ ଦୂର କରେ ନାହିଁ। ଏଥିସହିତ ଧୂମପାନ, ଅତ୍ୟଧିକ ମଦ୍ୟପାନ, ଦୀର୍ଘକାଳୀନ ଚାପ, ଖରାପ ନିଦ୍ରା ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ହୃଦ୍‌ରୋଗର ବିପଦକୁ ବଢ଼ାଇଥାଏ।

ନିୟମିତ ପରୀକ୍ଷା ଜରୁରି
ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ବାରା ରକ୍ତଚାପ, ରକ୍ତ ଶର୍କରା ଓ କୋଲେଷ୍ଟ୍ରଲ୍‌ ଆଦିର ଲକ୍ଷଣ ଦେଖାଯିବା ପୂର୍ବରୁ ସେଗୁଡ଼ିକର ଚିହ୍ନଟ କରିହେବ। ହୃଦ୍‌ରୋଗ ବଂଶଗତ ହୋଇଥିଲେ ଡାକ୍ତରଙ୍ନି ୟମିତ ପରାମର୍ଶ କରିବା ଦରକାର।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button