ଜୀବନଚର୍ଯ୍ୟା

Heartbreaking incident: ହୃଦୟବିଦାରକ ଘଟଣା: ବିଷ ମିଶା କ୍ଷୀର ପିଇ ନିଜ ଜୀବନ ହାରିଲେ ଗୋଟିଏ ପରିବାରର ପାଞ୍ଚ ସଦସ୍ୟ

ଉତ୍ତର ପ୍ରଦେଶର ମଥୁରାର ମହାବନ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷ ମିଶା କ୍ଷୀର ପିଇ ନିଜ ଜୀବନ ଦେଇଛନ୍ତି। ମହାବନ ଥାନା ଅଞ୍ଚଳର ଖପରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ମଥୁରା: ଉତ୍ତରପ୍ରଦେଶର ମଥୁରାର ମହାବନ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷ ମିଶା କ୍ଷୀର ପିଇ ନିଜ ଜୀବନ ଦେଇଛନ୍ତି। ମହାବନ ଥାନା ଅଞ୍ଚଳର ଖପରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ତିନି ପିଲାଙ୍କର ମୃତ୍ୟୁ ଘଟିଛି। ମୃତ ସ୍ବାମୀଙ୍କ ନାମ ମନୀଷ। ସେ ଚାଷ କରୁଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

କ୍ଷୀରରେ ବିଷ ମିଶାଇ ପିଇଲେ

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସୋମବାର ରାତିରେ ପରିବାରର ସମସ୍ତ ସଦସ୍ୟ ବିଷ ମିଶ୍ରିତ କ୍ଷୀର ପିଇ ଦେଇଥିଲେ। ଯେତେବେଳେ ପରିବାର ସଦସ୍ୟମାନେ ସକାଳେ ଉଠି ନଥିଲେ ପଡ଼ୋଶୀମାନେ ସନ୍ଦେହ କରିଥିଲେ। ଘରର ଦ୍ୱାର ଖୋଲା ନ ଥିଲା। ସେମାନେ ପୁଲିସକୁ ଡାକିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ଦଳ ପହଞ୍ଚି ଘର କବାଟ ଭାଙ୍ଗି ଭିତରେ ପଶି ସମସ୍ତଙ୍କ ମୃତ ଦେହ ପଡ଼ିଥିବା ଦେଖିଥିଲେ।

ରୋଷେଇ ଘର କାନ୍ଥରେ ଲେଖାଯାଇଛି ଆମେ ଜୀବନ ଦେଉଛୁ

ପୁଲିସ ଦଳ ଦେଖିଥିଲେ ରୋଷେଇ ଘର କାନ୍ଥରେ ଲେଖା ହୋଇଛି ଆମେ ଜୀବନ ଦେଉଛୁ। ଆତ୍ମହତ୍ୟା ପଛର କାରଣ ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ମନୀଷଙ୍କ ଅନ୍ୟ ଦୁଇ ଭାଇ ପାଖରେ ରୁହନ୍ତି। ତାଙ୍କ ବାପାଙ୍କର କିଛି ଦିନ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button