ରାଜ୍ୟ
Heavy rain: ଲଗାଣ ବର୍ଷାରେ ଭୁଶୁଡ଼ିଲା ଅନେକ ଘର; ବେସାହାରା ହେଲେ ବହୁ ପରିବାର
ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବାମନଘାଟୀ ଉପଖଣ୍ଡ ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକର ବିଭିନ୍ନ ଗ୍ରାମରେ ଅନେକ ଘର ଭୁଶୁଡ଼ି ପଡ଼ିବାରୁ ବହୁ ପରିବାର ଘରଛାଡ଼ା ହୋଇଛନ୍ତି।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବାମନଘାଟୀ ଉପଖଣ୍ଡ ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକର ବିଭିନ୍ନ ଗ୍ରାମରେ ଅନେକ ଘର ଭୁଶୁଡ଼ି ପଡ଼ିବାରୁ ବହୁ ପରିବାର ଘରଛାଡ଼ା ହୋଇଛନ୍ତି।କେତେକ ପରିବାରଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନେକ ସ୍ଥାନରେ ଜଳବନ୍ଦୀ ହୋଇଥିବାରୁ ଜଳ ନିଷ୍କାସନ କରାଯାଇଛି।
ସୌଜନ୍ୟ ସମ୍ବାଦ




