ରାଜ୍ୟ

Heavy Rain and Floods: ବର୍ଷା ଓ ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା; ଜଳକା, ବୈତରଣୀ ଓ ସାଳନ୍ଦୀର କ୍ରୋଧରେ ଠପ୍ ଜନଜୀବନ, ଘରମୁହାଁ ବନ୍ୟାଜଳ

ଉଛୁଳୁଛି ସୁବର୍ଣ୍ଣରେଖା, ସାଳନ୍ଦୀ, ବୁଢାବଳଙ୍ଗ । ଚାରିଆଡ଼େ ଖାଲି ପାଣି ଆଉ ପାଣି। ଯୁଆଡ଼େ ଚାହିଁବେ ବନ୍ୟା । କେଉଁଠି ଜଳବନ୍ଦୀ ଗାଁ ଆଉ କେଉଁଠି ବନ୍ୟା ଆଁରେ ଦୁର୍ବିସହ ଜୀବନ ।

ଭୁବନେଶ୍ୱର, ୨୯।୭: ବର୍ଷାରେ ବେହାଲ ଉତ୍ତର ଓଡ଼ିଶା । ଜଳକା ନଦୀରେ ବନ୍ୟା । ମଥାନୀଠାରେ ବିପଦ ସଂକେତ ଉପରେ ବହୁଛି ଜଳକା । ଯାଜପୁରରେ ବୈତରଣୀରେ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି । ଯାଜପୁର ରାସ୍ତାରେ ୫ ଫୁଟର ପାଣି ଚାଲୁଛି । ଭଦ୍ରକ ଛତାବର ବଳିଘାଇରୁ ଯାଜପୁର ଟାଉନ ମୁଖ୍ୟ ରାସ୍ତା ଯାଏ  ସୁଅ କାଟୁଛି ପାଣି । ଉଛୁଳୁଛି ସୁବର୍ଣ୍ଣରେଖା, ସାଳନ୍ଦୀ,  ବୁଢାବଳଙ୍ଗ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଯୁଆଡ଼େ ଚାହିଁବେ ବନ୍ୟା। କେଉଁଠି ଜଳବନ୍ଦୀ ଗାଁ ଆଉ କେଉଁଠି ବନ୍ୟା ଆଁରେ ଦୁର୍ବିସହ ଜୀବନ । ଆନନ୍ଦପୁର ବୈତରଣୀ ରିଙ୍ଗ ବନ୍ଧ ବଡ଼ ଘାଇ ସୃଷ୍ଟ ହୋଇଛି ।  ରିଙ୍ଗ ବନ୍ଧ ଭାଙ୍ଗି ଘରେ ପଶିଛି ପାଣି ।  ସୋରରେ ବୁଡ଼ି ଯାଇଛି ତଳନଗର ଛୋଟା ମଠ ବ୍ରିଜ୍ । ଭଦ୍ରକ ହାଲ ବି ବେହାଲ । ବୁଡ଼ିଛି ଗେଙ୍ଗୁଟି ପୋଲ।  ଧାମନଗରରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

କରଞ୍ଜିଆ:

ଶିମିଳିପାଳର ଉପର ମୁଣ୍ଡରେ ପ୍ରବଳ ବର୍ଷାରେ ଘାଇ ସୃଷ୍ଟି ହୋଇଛି । ଫଳରେ ଯଶିପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯାତାୟାତ ଠପ୍ ହୋଇଛି ।  ଶିମିଳିପାଳ ଆଭ୍ୟନ୍ତର ଅଞ୍ଚଳରେ ଥିବା ଗୁରୁଗୁଡ଼ିଆ, ବରେହିପାଣି ଏବଂ ଅସ୍ତକୁଅଁର ଗ୍ରାମ ପଞ୍ଚାୟତ ସହ ଯୋଗାଯୋଗ ବିଛିନ୍ନ ହୋଇଛି । ଯଶିପୁରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ମହୁଭଣ୍ଡାରରେ ପ୍ରବଳ ବର୍ଷା ଯୋଗୁଁ ଘାଇ ସୃଷ୍ଟି ହୋଇଛି ।  ରାସ୍ତା ମରାମତି ନହେଲା ପର୍ଯ୍ୟନ୍ତ ଲୋକେ ଚହଲା, ଜାମୁଆଁଣି ଦେଇ ଯଶିପୁରକୁ ଆସି ପାରିବେ ବୋଲି ବନବିଭାଗ ସୂଚନା ଦେଇଛି ।

ଉଦଳା:   

ବୁଡ଼ିଲା ଅସ୍ଥାୟୀ ପୋଲ, ଧୋଇଗଲା ରାସ୍ତା। ଲଗାଣ ବର୍ଷା ଯୋଗୁଁ ଫୁଲିଛି ଦେଓ ନଦୀ । ଦେଓ ନଦୀ ଫୁଲିବା ଫଳରେ ଉଦଳା- ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଅସ୍ଥାୟୀ ପୋଲ ଉପରେ ୬ ଫୁଟ୍ ରୁ ଅଧିକ ପାଣି ପ୍ରବାହିତ ହେଉଛି । ଫଳରେ ପୋଲ ଉଭୟ ପାର୍ଶ୍ଵର ରାସ୍ତା ଧୋଇ ଯିବାରୁ ଉଦଳା- ବାଲେଶ୍ୱର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ଉଦଳା ଏବଂ ଗୋପବନ୍ଧୁ ନଗର ବ୍ଲକ ପ୍ରାୟ ୮ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ଠପ ହୋଇଛି । ଧୀରେ ଧୀରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ଥିତି ଗମ୍ଭୀର ହେବାର ସମ୍ଭାବନା ଦେଖାଦେଇଛି ।

ସୋର:

ସୋରରେ ବନ୍ୟା ପାଣିରେ ବୁଡ଼ିଲା ବ୍ରିଜ୍ । ସୋର ତଳନଗର ଛୋଟା ମଠ ପୋଲ ବୁଡ଼ିଲା । ସବିରା ପଞ୍ଚାୟତ ରେଳ ଗଳାପୋଲ ବୁଡ଼ି ଯାଇଛି । ଫଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲଗାଣ ବର୍ଷା ପରେ ବାଲେଶ୍ୱର ଜିଲା ସୋର ବ୍ଲକ୍  ପିତାକାଳିଆ ନଦୀରେ ବନ୍ୟା । ତଳନଗର ଗ୍ରାମରୁ ରାତିରେ କିଛି ପରିବାରକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୋର ଦମକଳ ବାହିନୀ ସହ ଗ୍ରାମବାସୀ ମିଶି ବିପଦ ପୂର୍ଣ୍ଣଭାବେ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି l ସ୍ଥାନୀୟ ପୂର୍ବତନ ସରପଞ୍ଚ ପ୍ରଫୁଲ ରାଉତ ଓ କିଛି ଗାଁ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ହୋଇଥିଲା l ଲଗାଣ ବର୍ଷା ପରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍  ପିତାକାଳିଆ ନଦୀରେ ବନ୍ୟା ଆସିଛି । ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି ।  ତଳନଗର ସଲାମପୁର ଗାଁରେ ଦୁଇ ମହିଳା ଝାଡ଼ାଵାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ  ଉଦ୍ଧାର କରିବାକୁ ବୋଟରେ ଯାଉଛନ୍ତି ସୋର ଦମକଳ ବାହିନୀ ।

ଭଦ୍ରକ:

ଭଦ୍ରକରେ ବୁଡ଼ିଲା ଗେଙ୍ଗୁଟି ପୋଲ । ଧାମନଗରରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ । ପୋଲ ଉପରେ  ଚାଲିଛି ୪ ଫୁଟର ବନ୍ୟା ଜଳ।  ଭଦ୍ରକ ଦୋବଲ ପଞ୍ଚାୟତ ଜଳବନ୍ଦୀ ହୋଇଯାଇଛି । ଭଦ୍ରକ ଜିଲ୍ଲା ରେ ବନ୍ୟା ସ୍ଥିତି ସଙ୍ଗିନ  ରହିଛି। ବୈତରଣୀ ସହ ସାଳନ୍ଦୀ ନଦୀ ରେ ବନ୍ୟା ଆସିଥିବା ବେଳେ  ଭଦ୍ରକ ଜିଲ୍ଲାର ସ୍ଥିତି ସଙ୍ଗିନ କରିଛି । ସେହିପରି ଭଦ୍ରକ ଆଖଣ୍ଡଳମଣୀ ରାସ୍ତାର ଆସୁରାଳି ଠାରେ ବନ୍ୟା ପାଣି ରାସ୍ତା ଉପରେ ଚାଲିବା ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button