Hockey Pro League: ପ୍ରୋ-ଲିଗ୍‌ ପୁରୁଷ ହକି: ରାଉରକେଲାରୁ ଭାରତର ଅଭିଯାନ

ଭାରତୀୟ ପୁରୁଷ ହକି ଦଳ ୨୦୨୫-୨୬ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି ଅଭିଯାନ ଫେବ୍ରୁଆରି ୧୧ରୁ ଆରମ୍ଭ ହେବ। ନିଜ ଘରୋଇ ପଡ଼ିଆ ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ରେ ବିଶ୍ବବିଜେତା ବେଲ୍‌ଜିୟମ୍‌ ବିପକ୍ଷରେ ଏହି ସଂସ୍କରଣ ନିଜର ପ୍ରଥମ ମ୍ୟାଚ୍‌ ଖେଳିବ।

ଭୁବନେଶ୍ବର: ଭାରତୀୟ ପୁରୁଷ ହକି ଦଳ ୨୦୨୫-୨୬ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି ଅଭିଯାନ ଫେବ୍ରୁଆରି ୧୧ରୁ ଆରମ୍ଭ ହେବ। ନିଜ ଘରୋଇ ପଡ଼ିଆ ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ରେ ବିଶ୍ବବିଜେତା ବେଲ୍‌ଜିୟମ୍‌ ବିପକ୍ଷରେ ଏହି ସଂସ୍କରଣ ନିଜର ପ୍ରଥମ ମ୍ୟାଚ୍‌ ଖେଳିବ। ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଭାରତର ଏହି ଘରୋଇ ପର୍ଯ୍ୟାୟରେ ଆର୍ଜେଣ୍ଟିନା ମଧ୍ୟ ରହିଛି। ଏହା ପର୍ଯ୍ୟାୟ ପରେ ଅ‌ଷ୍ଟ୍ରେଲିଆ ଗସ୍ତ କରିବ ଭାରତ। ସେଠାରେ ଘରୋଇ ଦଳ ଅଷ୍ଟ୍ରେଲିଆ ଓ ସ୍ପେନ୍‌ ବିପକ୍ଷରେ ଫେବ୍ରୁଆରି ୨୧ରୁ ୨୫ ପର୍ଯ୍ୟନ୍ତ ଖେଳି ଫେରିବ। କିଛି ମାସ ବିଶ୍ରାମ ପରେ ଜୁନ୍‌ ୧୪ରୁ ୨୧ ପର୍ଯ୍ୟନ୍ତ ନେଦରଲାଣ୍ଡ୍‌ସ ଓ ଜର୍ମାନୀ ବିପିକ୍ଷରେ ନେଦରଲାଣ୍ଡ୍‌ସର ରୋଟରଡାମ୍‌ରେ ଏବଂ ୨୩ରୁ ୨୮ ପର୍ଯ୍ୟନ୍ତ ଇଂଲଣ୍ଡ ସହ ଚୀରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଇଣ୍ଡନ୍‌ରେ ଖେଳି ଅଭିଯାନ ‌ଶେଷ କରିବ। ଏହି ସମସ୍ତ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ।

ଭରତର ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ସୂଚୀ
ତାରଖ ସମୟ ବିପକ୍ଷଦଳ ସ୍ଥାନ

ଫେବ୍ରୁଆରି ୧୧ ରାତି ୭.୩୦ ବେଲ୍‌ଜିୟମ୍‌ ରାଉରକେଲା
ଫେବ୍ରୁଆରି ୧୨ ରାତି ୭.୩୦ ଆର୍ଜେଣ୍ଟିନା ରାଉରକେଲା

ଫେବ୍ରୁଆରି ୧୪ ରାତି ୭.୩୦ ବେଲ୍‌ଜିୟମ୍‌ ରାଉରକେଲା
ଫେବ୍ରୁଆରି ୧୫ ରାତି ୭.୩୦ ଆର୍ଜେଣ୍ଟିନା ରାଉରକେଲା
ଫେବ୍ରୁଆରି ୨୧ ଅପରାହ୍‌ଣ ୧୨ଟା ସ୍ପେନ୍‌ ହୋବାର୍ଟ

ଫେବ୍ରୁଆରି ୨୨ ଅପରାହ୍‌ଣ ୧୨ଟା ଅଷ୍ଟ୍ରେଲିଆ ହୋବାର୍ଟ

ଫେବ୍ରୁଆରି ୨୪ ଅପରାହ୍‌ଣ ୨ଟା ସ୍ପେନ୍‌ ହୋବାର୍ଟ
ଫେବ୍ରୁଆରି ୨୫ ଅପରାହ୍‌ଣ ୨ଟା ଅଷ୍ଟ୍ରେଲିଆ ହୋବାର୍ଟ
ଜୁନ୍‌ ୧୪ ରାତି ୭.୩୦ ନେଦରଲାଣ୍ଡ୍‌ସ ରୋଟରଡାମ୍‌

ଜୁନ୍‌ ୧୫ ରାତି ୭.୩୦ ଜର୍ମାନୀ ରୋଟରଡାମ୍‌

ଜୁନ୍‌ ୧୪ ରାତି ୭.୩୦ ନେଦରଲାଣ୍ଡ୍‌ସ ରୋଟରଡାମ୍‌
ଜୁନ୍‌ ୧୭ ରାତି ୭.୩୦ ଜର୍ମାନୀ ରୋଟରଡାମ୍‌
ଜୁନ୍‌ ୧୮ ରାତି ୭.୩୦ ନେଦରଲାଣ୍ଡ୍‌ସ ରୋଟରଡାମ୍‌

ଜୁନ୍‌ ୨୧ ରାତି ୭.୩୦ ଜର୍ମାନୀ ରୋଟରଡାମ୍‌

ଜୁନ୍‌ ୨୩ ରାତି ୭ଟା ପାକିସ୍ତାନ ଲଣ୍ଡନ
ଜୁନ୍‌ ୨୬ ରାତି ୧୨ଟା ଇଂଲଣ୍ଡ ଲଣ୍ଡନ
ଜୁନ୍‌ ୨୬ ରାତି ୧୦.୩୦ ପାକିସ୍ତାନ ଲଣ୍ଡନ

ସୌଜନ୍ୟ ସମ୍ବାଦ

Exit mobile version