Hormuz: ହର୍ମୁଜ୍ରେ ଭାରତୀୟ ଟ୍ୟାଙ୍କର୍କୁ ଅଟକାଇଲା ଇରାନୀ ଯୁଦ୍ଧଜାହାଜ: ଓମାନ କରିଡର ଦେଇ ପଛକୁ ଫେରାଇଲା
ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏକ ଭାରତୀୟ ତୈଳ ଟ୍ୟାଙ୍କର୍କୁ ହର୍ମୁଜ୍ ପ୍ରଣାଳୀରେ ଇରାନୀ ଯୁଦ୍ଧଜାହାଜ ଅଟକାଇଥିବା ରିପୋର୍ଟ ସାମ୍ନାକୁ ଆସିଛି।

ତେହେରାନ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏକ ଭାରତୀୟ ତୈଳ ଟ୍ୟାଙ୍କର୍କୁ ହର୍ମୁଜ୍ ପ୍ରଣାଳୀରେ ଇରାନୀ ଯୁଦ୍ଧଜାହାଜ ଅଟକାଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି ଫାର୍ସ ଅନୁଯାୟୀ, ଭାରତୀୟ ତୈଳ ଟ୍ୟାଙ୍କର ହାନା ଦକ୍ଷିଣ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିଲା କିନ୍ତୁ ଏକ ବୃହତ ଇରାନୀ ଯୁଦ୍ଧଜାହାଜ ଦ୍ୱାରା ଚେତାବନୀ ଦିଆଯାଇ ପଛକୁ ଫେରିବାକୁ ବାଧ୍ୟ କରାଯାଇଥିଲା। ଫାର୍ସ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛି ଯେ ହାନା ଦକ୍ଷିଣ ରୁଟ୍ ବା ଓମାନ କରିଡର ଦେଇ ଯିବାକୁ ଚେଷ୍ଟା କରୁଥିଲା। ଇରାନୀ ଜାହାଜରୁ ଚେତାବନୀ ପାଇବା ପରେ ଟ୍ୟାଙ୍କର୍ଟି ନିଜ ଗତିପଥ ବଦଳାଇ ଦେଇଥିଲା। ତେବେ ଏହି ଦାବିକୁ ଭାରତୀୟ କର୍ତ୍ତୃପକ୍ଷ, ଟ୍ୟାଙ୍କର୍ ଅପରେଟର୍ କିମ୍ବା କୌଣସି ସ୍ୱାଧୀନ ସାମୁଦ୍ରିକ ସୁରକ୍ଷା ସଂସ୍ଥା ଦ୍ୱାରା ଏପର୍ଯ୍ୟନ୍ତ ନିଶ୍ଚିତ କରାଯାଇ ନାହିଁ। ଫାର୍ସ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ହର୍ମୁଜ୍ ପ୍ରଣାଳୀର ଏହି ଦକ୍ଷିଣ ରାସ୍ତାରେ କୌଣସି ଜାହାଜ ଚଳାଚଳ କରିଥିବା ରେକର୍ଡ କରାଯାଇ ନାହିଁ, ଯାହା ସୂଚିତ କରୁଛି ଯେ, ମୁଖ୍ୟ ଜାହାଜ ପରିବହନ ରାସ୍ତାକୁ ଏଡାଇ ବ୍ୟବହୃତ ହେଉଥିବା ଏହି ବିକଳ୍ପ ସାମୁଦ୍ରିକ ରାସ୍ତାରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇବା ପରେ ଚଳାଚଳ ବନ୍ଦ ରହିଛି।
ସୌଜନ୍ୟ ସମ୍ବାଦ




