ରାଶିଫଳ

Horoscope 2026 June 17: ଜାଣନ୍ତୁ ଆଜିର ରାଶିଫଳ…

ଅଫିସରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ଠାରୁ କିଛି ଉପହାର ପାଇବେ। ଛାତ୍ରଛାତ୍ରୀଙ୍କୁ କୌଣସି କାମରେ ଭଲ ପରିଣାମ ମିଳିବ। ଆପଣଙ୍କର ପ୍ରଶଂସା ସୁଦୂରପ୍ରସାରୀ ହେବ।

୧୭ ଜୁନ୍ ୨୦୨୬, ‌ବୁଧବାର। ତିଥି: ଜ୍ୟେଷ୍ଠ ଶୁକ୍ଳ ତୃତୀୟା। ନକ୍ଷତ୍ର: ପୁନର୍ବସୁ। ଚନ୍ଦ୍ର: ମିଥୁନ। ରମ୍ଭା ତୃତୀୟା, ବସୁମତୀ ସ୍ନାନ। ସୂର୍ଯ୍ୟୋଦୟ: ୫ଟା୧୧, ସୂର୍ଯ୍ୟାସ୍ତ: ୬ଟା୨୩। ଘାତଚନ୍ଦ୍ର: କନ୍ୟା। ଘାତବାର: କର୍କଟ। ଶୁଭବେଳା: ପ୍ରାତଃ ୭ଟା୫୦ରୁ ୮ଟା୨୯, ଦିବା ୧୦ଟା୮ରୁ ୧୧ଟା୨୧, ଦିବା ୧ଟା୫୯ରୁ ୫ଟା୩୦, ସନ୍ଧ୍ୟା ୬ଟା୨୩ରୁ ୯ଟା୫୯, ରାତ୍ରି ୧୨ଟା୯ରୁ ୧ଟା୩୫ ପର୍ଯ୍ୟନ୍ତ।

ମେଷ: ଅଫିସରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ଠାରୁ କିଛି ଉପହାର ପାଇବେ। ଛାତ୍ରଛାତ୍ରୀଙ୍କୁ କୌଣସି କାମରେ ଭଲ ପରିଣାମ ମିଳିବ।

ବୃଷ: ଆପଣଙ୍କର ପ୍ରଶଂସା ସୁଦୂରପ୍ରସାରୀ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ପୁରୁଣା ଜିନିଷ ଆପଣଙ୍କ ହାତକୁ ଆସିବ ତାହାଦ୍ବାରା ଆପଣ ଖୁସି ହେବେ। ‌

ମିଥୁନ: ପାରିବାରିକ ସମସ୍ୟାର ସମାଧାନ କରିନେବେ। ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ଏଭଳି ଯୋଜନା କରିବେ ଯାହା ଆପଣଙ୍କର ଲାଭ ହି ଲାଭ ହେବ। ଚାକିରିଜୀବୀଙ୍କର ଉନ୍ନତି ହେବ।

କର୍କଟ: ବ୍ୟବସାୟରେ କୌଣସି ବଡ଼ ସଫଳତା ପାଇବେ। ଭାଇଭଉଣୀଙ୍କ ସହିତ ସନ୍ଧ୍ୟାରେ ସମୟ ବିତିବ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

ସିଂହ: ପୂରା ଧ୍ୟାନ କାମକୁ ସଂପୂର୍ଣ୍ଣ କରିବାରେ ଲାଗି ରହିବ। ଘରର କୌଣସି ଜିନିଷ ମରାମତି କରିବେ। ମହିଳାମାନଙ୍କୁ କାମରେ ଆରାମ ମିଳିବ। ପିଲାମାନେ ଖେଳକୁଦରେ ଅଧିକ ସମୟ ଅତିବାହିତ କରିବେ।

କନ୍ୟା: ଅନ୍ୟମାନଙ୍କ ସହିତ ସେବେ ବନ୍ଧୁତା କରନ୍ତୁ ଯେବେ ତାଙ୍କ ସମ୍ବନ୍ଧରେ ପୂରା ଜାଣି ନେବେ। ବାପା ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ। ନବ ବିବାହିତ ବାହାରକୁ ବୁଲି ଯିବେ।

ତୁଳା: ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। ଅଫିସ କାମ ପୂରା ମନୋଯୋଗରେ କରନ୍ତୁ। ଜମି ଦଲାଲଙ୍କ କାମ ସୁରୁଖୁରରେ ହେବ। ଆପଣଙ୍କ ମନ ଲିଖନ କାର୍ଯ୍ୟରେ ଲାଗି ରହିବ।

ବିଛା: ପୁରୁଣା କାର୍ଯ୍ୟରେ ପ୍ରଶଂସା ପାଇବେ। ଯୁବକଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା। ପିଲାମାନଙ୍କୁ କ୍ୟାରିୟର ବିଷୟରେ ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ଧନୁ: କ୍ୟାରିୟରକୁ ବଢ଼ାଇବା ଲାଗି ପ୍ରୟାସର ଭଲ ପରିଣାମ ପାଇବେ। ସନ୍ଧ୍ୟାରେ ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ। ରାଜନୀତିରେ ସଫଳତା ପାଇବେ। ଶାରୀରିକ ଦୃଷ୍ଟରୁ ସ୍ବାସ୍ଥ୍ୟ ଭଲ ଠିକ୍ ରହିବ।

ମକର: କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ। ପାରିବାରିକ ମାମଲା ଭଲଭାବେ ଚିନ୍ତା କରନ୍ତୁ। ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ବରିଷ୍ଠଙ୍କର ସହଯୋଗ ମିଳିବ। ସମାଜରେ କରିଥିବା କାମ ପାଇଁ ପ୍ରସିଦ୍ଧି ବଢ଼ିବ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ପିଲାମାନେ ଆପଣଙ୍କ ସହିତ ଖେଳିବା ପାଇଁ ଜିଦ୍ କରିବେ। ପିତାଙ୍କ ବ୍ୟବସାୟର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ।

ମୀନ: ନିଜକୁ ପରିବର୍ତ୍ତନ ହୋଇଥିବା ଭୂମିକାରେ ଅନୁଭବ କରିବେ। ଆପଣଙ୍କ ବ୍ୟବସାୟ କୌଶଳ ଶୀଘ୍ରତା ଆସିବ। ପଦବି ଓ ଆମଦାନି କରିବା ଲାଗି ଅବସର ପାଇବେ। ପ୍ରେମରେ ସଫଳତା ପାଇବେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button