୨୩ ମାର୍ଚ୍ଚ ୨୦୨୬, ସୋମବାର। ତିଥି: ଚୈତ୍ର ଶୁକ୍ଳ ପଞ୍ଚମୀ। ନକ୍ଷତ୍ର: କୃତ୍ତିକା। ଚନ୍ଦ୍ର: ବୃଷ। ପୀଠେ ବାସନ୍ତିକ ଷଷ୍ଠୀ ପୂଜା, ବିଶ୍ବ ପାଣିପାଗ ବିଜ୍ଞାନ ଦିବସ। ସୂର୍ଯ୍ୟୋଦୟ: ୫ଟା୫୨, ସୂର୍ଯ୍ୟାସ୍ତ: ୫ଟା୫୪। ଘାତଚନ୍ଦ୍ର: ବିଛା। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୫୨ରୁ ୭ଟା୨୨, ଦିବା ୧୦ଟା୪୧ରୁ ୧ଟା୫, ଦିବା ୪ଟା୨୪ରୁ ୫ଟା୬, ସନ୍ଧ୍ୟା ୬ଟା୪୨ରୁ ୯ଟା୫, ରାତ୍ରି ୧୧ଟା୫୨ରୁ ୨ଟା୪୦ ପର୍ଯ୍ୟନ୍ତ।
ମେଷ: କାମ କରିବାର ନୂଆ ପଦ୍ଧତି ସମ୍ପର୍କରେ ବିଚାର କରିବେ। ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ରହିବ। ସପରିବାର ଧର୍ମାନୁଷ୍ଠାନ ଯିବାକୁ ଯୋଜନା କରିବେ।
ବୃଷ: ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟା ପ୍ରଚାର କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
ମିଥୁନ: ବ୍ୟବସାୟରେ ପୂରା ଧ୍ୟାନକେନ୍ଦ୍ରିତ କରନ୍ତୁ। କୌଣସି ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ରଣନୀତି ବଳରେ କାମରେ ସଫଳତା ପାଇବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
କର୍କଟ: ଅଫିସ କାମରେ ଅଚାନକ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।ସିଂହ: ଆପଣ ନିଜ ଶକ୍ତି ବଳରେ ବହୁତ କିଛି ହାସଲ କରିନେବେ। ଭୌତିକ ସୁଖ ସୁବିଧା ବଢ଼ିବ। ଆପଣ କିଛି ସମୟ ମନୋରଞ୍ଜନ କାମରେ ବିତାଇବେ।
କନ୍ୟା: ନୂଆ ଗତିବିଧିରେ ବ୍ୟସ୍ତ ରହିବେ। ଧୈର୍ଯ୍ୟଧରି ସମୟ ସହିତ ଚାଲନ୍ତୁ। ଜରୁରୀ କାମରେ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ପ୍ରେମୀଯୁଗଳ ଲାଗି ଦିନଟି ଭଲ।
ତୁଳା: ବନ୍ଧୁଙ୍କ ପରାମର୍ଶ ଆପଣଙ୍କର ବହୁତ କାମରେ ଆସିବ। ଘରେ ସିନେମା ଦେଖିବା ପାଇଁ ଯୋଜନା କରିବେ। ଆପଣଙ୍କ ଭୋଜନରେ ତାଜାଫଳ ସାମିଲ କରନ୍ତୁ।
ବିଛା: କାମରେ ପରିବର୍ତ୍ତନ ହୋଇପାରେ। ସାଥିରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଦାମ୍ପତ୍ୟ ମଧୁରତା ବୃଦ୍ଧି ହେବ।
ଧନୁ: ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ, ଯାହାଦ୍ବାରା ଆର୍ଥିକ ସ୍ଥିତି ଓ ଘରର ବ୍ୟବସ୍ଥାରେ ଉନ୍ନତି ହେବ। ସୁସମ୍ବାଦ ପାଇବେ। ଧର୍ମ ଓ ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ।
ମକର: ଆପଣଙ୍କର ଦିନଟି ଭକ୍ତିମୟ ରହିବ। କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ପରୀକ୍ଷାରେ ଭଲ କରିବା ପାଇଁ ରୁଟିନରେ ପରିବର୍ତ୍ତନ କରିବେ। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ମହତ୍ତ୍ବପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେଇ ପାରନ୍ତି। ନକାରାତ୍ମକ ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ। ଭାଇ ସହିତ କୌଣସି ମାମଲାରେ ବିଚାର ବିମର୍ଶ କରିବେ।
ମୀନ: ଅଯଥା କଥା ଠାରୁ ଦୂରରେ ରହି ନିଜ କାମରେ ବ୍ୟସ୍ତ ରୁହନ୍ତୁ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ଅନୁଚିତ କାମ ଅଶାନ୍ତିରେ କାରଣ ସାଜି ପାରେ। ଘରେ ସବୁ ଲୋକ ଖୁସି ରହିବେ।
ସୌଜନ୍ୟ ସମ୍ବାଦ
