ରାଶିଫଳ

Horoscope 2026 October 10: ଜାଣନ୍ତୁ ଆଜିର ରାଶିଫଳ…

କୌଣସି କଥାକୁ ନେଇ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଆଗକୁ ବଢ଼ିବାର ବାଧା ଆସିବ। ଅନାବଶ୍ୟକ କଥା ଠାରୁ ନିଜକୁ ଦୂରରେ ରଖନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ସମୟ ରଚାନାତ୍ମକ କାର୍ଯ୍ୟରେ ଲଗାଇପାରନ୍ତି।

‌ମେ‌ଷ: କୌଣସି କଥାକୁ ନେଇ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଆଗକୁ ବଢ଼ିବାର ବାଧା ଆସିବ। ଅନାବଶ୍ୟକ କଥାଠାରୁ ନିଜକୁ ଦୂରରେ ରଖନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।  ‌

ବୃଷ: ସମୟ ରଚାନାତ୍ମକ କାର୍ଯ୍ୟରେ ଲଗାଇପାରନ୍ତି। ଜୀବନସାଥୀ ସହିତ ଅଧିକ ସମୟ ଅତିବାହିତ କରିବେ। ଅଚାନକ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ମିଥୁନ: ବଢ଼ିଆ ସୁଯୋଗ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ମିଳିବ। ଶତ୍ରୁ ଓ ବିରୋଧୀମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ।

କର୍କଟ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ନ୍ତୁ। ଲୋକମାନଙ୍କ ସହିତ ଖୋଲାମନରେ କଥା ହୁଅନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନ‌ାହିଁ। ବ୍ୟସାୟରେ ମାନ୍ଦା ଗତି ପାଇଁ ମାନସିକ ଅଶାନ୍ତି ବଢ଼ିପାରେ।

ସିଂହ: ଆର୍ଥିକପକ୍ଷ ବହୁତ ଭଲ ରହିବ। ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଅଛି। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ।‌

କନ୍ୟା: ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ ମିଳିବ। ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ସୁବିଧାଜନକ ରହିବାର ଆଶା କମ୍। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ତୁଳା: ଆପଣଙ୍କ ସାହସ, ଭାବନାତ୍ମକ କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ଅନୁଭୂତି କରାଇବ। କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ପ୍ରେମ ଜୀବନ ଭଲ ରହିବ।

ବିଛା: ଅନ୍ୟମାନଙ୍କ ସହ ଆପଣଙ୍କର ଭଲ ତାଳମେଳ ରହିବ। ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ହେବ। ଛାତ୍ର କିଛି ନୂଆ ଶିଖିବାର ସୁଯୋଗ ପାଇବେ।

ଧନୁ: ଇଚ୍ଛାଶକ୍ତି କମ୍ ଯୋଗୁଁ ଆପଣଙ୍କୁ ଭାବନାତ୍ମକ ଓ ମାନସିକ ଅଶାନ୍ତି ଘେରଉ କରିନେବେ। ଆପଣଙ୍କର ତର୍କ ଶକ୍ତିକୁ ମଜଭୁତ ବଜାୟ ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ।

ମକର: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସନ୍ତାନ ପକ୍ଷର ସଫଳତା ପାଇଁ ଆପଣଙ୍କୁ ଖୁସି ମିଳିବ। ଛାତ୍ର ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ସୁଯୋଗ ପାଇବେ।

କୁମ୍ଭ: ଜରୁରୀ କାମରେ ଅଧିକ ପରିଶ୍ରମ କରନ୍ତୁ ସଂପୂର୍ଣ୍ଣ ହୋଇଯିବ। ଡାକ୍ତରଙ୍କର ଖ୍ୟାତି ସୁଦୂର ପ୍ରସାରୀ ହେବ। ସମ୍ବନ୍ଧରେ ନୂତନତ୍ବ ଆସିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ। ‌

ମୀନ: ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ଅଧିକ ସଫଳତା ପାଇବା ପାଇଁ ଆପଣଙ୍କର ପ୍ରୟାସ ଜାରି ରଖନ୍ତୁ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ଫିଲ୍ମରେ ସୁଯୋଗ ମିଳିପାରେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button