ଦେଶ ବିଦେଶ
Indian SIM Cards in Pakistan: ଭାରତୀୟ ସିମ୍ ବ୍ୟବହାର କରି ପାକିସ୍ତାନରେ ଚାଲୁଛି ହ୍ବାଟସଆପ୍, ଦୁଇଜଣଙ୍କ ନାଁରେ ମାମଲା ରୁଜୁ କଲା ଏନଆଇଏ
ଶୁକ୍ରବାର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ପିଆଇଓ) ସହ ଜଡ଼ିତ ଏକ ଚଞ୍ଚଲ୍ୟକର ଗୁଇନ୍ଦା ନେଟୱର୍କର ପର୍ଦ୍ଦାଫାଶ କରି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପଶ୍ଚିମବଙ୍ଗରୁ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କୋଲକାତା: ଶୁକ୍ରବାର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ପିଆଇଓ) ସହ ଜଡ଼ିତ ଏକ ଚଞ୍ଚଲ୍ୟକର ଗୁଇନ୍ଦା ନେଟୱର୍କର ପର୍ଦ୍ଦାଫାଶ କରି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପଶ୍ଚିମବଙ୍ଗରୁ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରର ଦୁଇ ଜଣ ଏବଂ ମୁର୍ଶିଦାବାଦର ଦୁଇ ଜଣ ଅଭିଯୁକ୍ତ ଭାରତୀୟ ସିମ୍ କାର୍ଡ ସକ୍ରିୟ କରି ପାକିସ୍ତାନରେ ବସିଥିବା ହ୍ୟାଣ୍ଡଲରମାନଙ୍କୁ ଓଟିପି ସେୟାର କରୁଥିଲେ, ଯାହା ଦ୍ୱାରା ସୀମା ପାରରୁ ଭାରତୀୟ ନମ୍ବରରେ ହ୍ୱାଟସଆପ୍ ଆକାଉଣ୍ଟ ଚାଲୁଥିଲା।
ସୌଜନ୍ୟ ସମ୍ବାଦ




