ଦେଶ ବିଦେଶ
IIT Bombay: ଛାତ୍ର ଆତ୍ମହତ୍ୟା ବିବାଦ: ପ୍ରଫେସର୍ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଡିନ୍ ପଦରୁ ହଟାଇଲା ଆଇଆଇଟି ବମ୍ବେ
ଆଇଆଇଟି ବମ୍ବେର ଛାତ୍ର ସାହିଲ ୱାକୋଡ୍ଙ୍କ ମୃତ୍ୟୁକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର ହେବାପରେ ଅନୁଷ୍ଠାନ ପ୍ରଫେସର୍ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଡିନ୍ ପଦରୁ ହଟାଇଛି। ତେବେ ତାଙ୍କୁ ପ୍ରଫେସର୍ ପଦରୁ ନିଲମ୍ବିତ କରାଯାଇନାହିଁ। ୱାକୋଡ୍ଙ୍କ ପରୀକ୍ଷାରେ ଦୁଲ୍ଲା ଇନ୍ଭିଜିଲେଟର ଥିଲେ।

ନୂଆଦିଲ୍ଲୀ: ଆଇଆଇଟି ବମ୍ବେର ଛାତ୍ର ସାହିଲ ୱାକୋଡ୍ଙ୍କ ମୃତ୍ୟୁକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର ହେବାପରେ ଅନୁଷ୍ଠାନ ପ୍ରଫେସର୍ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଡିନ୍ ପଦରୁ ହଟାଇଛି। ତେବେ ତାଙ୍କୁ ପ୍ରଫେସର୍ ପଦରୁ ନିଲମ୍ବିତ କରାଯାଇନାହିଁ। ୱାକୋଡ୍ଙ୍କ ପରୀକ୍ଷାରେ ଦୁଲ୍ଲା ଇନ୍ଭିଜିଲେଟର ଥିଲେ। ଛାତ୍ରଙ୍କ ପରିବାର ତାଙ୍କ ବିରୋଧରେ ଜାତିଆଣ ଭେଦଭାବ ଓ ତିନି ମାସ ଧରି ନିର୍ଯାତନାଦେବାର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଆଧାରରେ ଏସ୍ସି/ଏସ୍ଟି ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍କୁ ହସ୍ତାନ୍ତର ହୋଇଛି।
ସୌଜନ୍ୟ ସମ୍ବାଦ




