ଦେଶ ବିଦେଶ

Jamui: ଜାମୁଇରେ ଦଶମ ଶ୍ରେଣୀର ଦୁଇ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଭିଡିଓ ଭାଇରାଲ୍‌ ପରେ ୩ ଗିରଫ, ଏସ୍‌ଆଇଟି ଗଠନ

ବିହାରର ଜାମୁଇ ଜିଲ୍ଲାରେ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ କିଛି ଯୁବକ ନିର୍ଯାତନା ଦେବା ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଘଟଣାଟି ସେପ୍ଟେମ୍ବର ୧୯ ସନ୍ଧ୍ୟା ପ୍ରାୟ ୭ଟାରେ ଜାମୁଇ ସଦର ଥାନା ଅଞ୍ଚଳରେ ଘଟିଥିଲା।

ପାଟନା: ବିହାରର ଜାମୁଇ ଜିଲ୍ଲାରେ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ କିଛି ଯୁବକ ନିର୍ଯାତନା ଦେବା ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଘଟଣାଟି ସେପ୍ଟେମ୍ବର ୧୯ ସନ୍ଧ୍ୟା ପ୍ରାୟ ୭ଟାରେ ଜାମୁଇ ସଦର ଥାନା ଅଞ୍ଚଳରେ ଘଟିଥିଲା। ଉଭୟ ଜାମୁଇ ସହରର ବାସିନ୍ଦା ଏବଂ ଏକ କୋଚିଂ ସେଣ୍ଟର୍‌ରେ ପଢୁଥିଲେ। କୋଚିଂ ପରେ ସେମାନେ ମଡ଼ୱା ପାହାଡ଼ ଅଞ୍ଚଳକୁ ଯାଇ ଫେରୁଥିବାବେଳେ ଏକ ଦଳ ସେମାନଙ୍କୁ ଅଟକାଇଥିଲା।

 

ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଗାଡ଼ିର ପଞ୍ଜୀକରଣ ନମ୍ବର ଆଧାରରେ ଦୁଇ ପୀଡ଼ିତଙ୍କୁ ଚିହ୍ନଟ କରି ସେମାନଙ୍କ ବୟାନ ରେକର୍ଡ କରିଛି। ଭିଡିଓଆଧାରରେ ପୁଲିସ ପ୍ରାୟ ୭ ଜଣଙ୍କୁ ଚିହ୍ନଟ କରିଥିବାବେଳେ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି। ଘଟଣାର ତଦନ୍ତ ପାଇଁ ପୁଲିସ ଏସ୍‌ଆଇଟି ଗଠନ କରିଛି। ମାମଲାରେ ପୋକ୍ସୋ ଆଇନ ଓ ବିଏନ୍‌ଏସ୍‌ର ବିଭିନ୍ନ ଧାରାରେ ଏତଲା ରୁଜୁ ହୋଇଛି। ସୋସିଆଲ ମିଡିଆରୁ ଆପତ୍ତିଜନକ ଭିଡିଓ ହଟାଇବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button