Illegal Smuggling: ଚୋରା ଲୁହାପଥର ବୋଝେଇ ଟ୍ରକ୍‌ ସହ ସ୍କର୍ପିଓ ଜବତ, ଜଣେ ଗିରଫ

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ପଳସା ସଂରକ୍ଷିତ ଜଙ୍ଗଲରେ ପୁଲିସ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ପୁଲିସ ଏକ ଚୋରା ଲୁହାପଥର ବୋଝେଇ ଟ୍ରକ୍‌, ଲୋଡ଼ର ମେସିନ, ସ୍କ୍ରପିଓ ଜବତ କରିଛି। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

ଯୋଡ଼ା: କେନ୍ଦୁଝରଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ପଳସା ସଂରକ୍ଷିତ ଜଙ୍ଗଲରେ ପୁଲିସ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ପୁଲିସ ଏକ ଚୋରା ଲୁହାପଥର ବୋଝେଇ ଟ୍ରକ୍‌, ଲୋଡ଼ର ମେସିନ, ସ୍କ୍ରପିଓ ଜବତ କରିଛି। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଲୋଡର ମାଲିକ କୋଟୁପାଲି ଗ୍ରାମର ମହେନ୍ଦ୍ର ବେହେରା।

ପୁଲିସର ସୂଚନା ଅନୁଯାୟୀ ସୋମବାର ଦିନ ବିଳମ୍ବିତ ରାତିରେ ପଳସା ସଂରକ୍ଷିତ ଜଙ୍ଗଲରେ ଖଣି ଚୋରମାନେ ଏକ ୧୬ ଚକିଆ ଟ୍ରକ୍‌ରେ ଲୋଡର ମେସିନ ସାହାଯ୍ୟରେ ଲମ୍ପସ ଲୁହାପଥର ବୋଝେଇ କରୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ। ଏହି ସୂଚନା ଆଧାରରେ ପୁଲିସ ଟିମ୍‌ ସଦଳବଳେ ଚଢଉ କରି ସେଠାରୁ ୩ଟି ଗାଡ଼ଇ (ୟୁପି ୪୪ବି ଟି୨୯୪୧, ସ୍କର୍ପିଓ ଓଡି ୦୯ ଭି ୨୦୫୮, ଲୋଡର ମେସିନ ଓଡି ୦୯ ଇ ୧୪୧୦)କୁ ଜବତ କରିଥିଲା।

ଜବତ ଟ୍ରକ୍‌ରେ ପ୍ରାୟ ୩୬ ମେଟ୍ରିକ୍ ଟନ୍ ଉନ୍ନତମାନର ଲୁହାପଥର ବୋଝେଇ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚୋରା କାରବାରରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବାମେବାରୀ ଥାନା ଆଇଆଇସି ଝସକେତନ ଭୋଇ ସୂଚନା ଦେଇଛନ୍ତି। ଏନେଇ  ବ।ମେବାରୀ ଥାନାରେ ଏକ ମାମଲା ରୁଜୁ ହୋଇଛି।

Exit mobile version