Increased : ୟୁରିକ୍‌ ଏସିଡ୍‌ ବୃଦ୍ଧି ଓ ତା’ର ପ୍ରତିକାର

ୟୁରିକ୍‌ ଏସିଡ୍‌ ଶରୀରର ଏକ ପ୍ରାକୃତିକ ଅପଚୟ ଉତ୍ପାଦ, ଯାହା ପ୍ୟୁରିନ୍‌ ନାମକ ତତ୍ତ୍ବ ଭାଙ୍ଗି ତିଆରି ହୋଇଥାଏ। ପ୍ୟୁରିନ୍‌ ଆମ ଖାଦ୍ୟ ଓ ଶରୀରର କୋଷିକାଗୁଡ଼ିକରୁ ମିଳିଥାଏ। ଶରୀରରେ ଯଦି ୟୁରିକ୍‌....

ୟୁରିକ୍‌ ଏସିଡ୍‌ ଶରୀରର ଏକ ପ୍ରାକୃତିକ ଅପଚୟ ଉତ୍ପାଦ, ଯାହା ପ୍ୟୁରିନ୍‌ ନାମକ ତତ୍ତ୍ବ ଭାଙ୍ଗି ତିଆରି ହୋଇଥାଏ। ପ୍ୟୁରିନ୍‌ ଆମ ଖାଦ୍ୟ ଓ ଶରୀରର କୋଷିକାଗୁଡ଼ିକରୁ ମିଳିଥାଏ। ଶରୀରରେ ଯଦି ୟୁରିକ୍‌ ଏସିଡ୍‌ର ମାତ୍ରା ବୃଦ୍ଧିପାଏ, ତେବେ ଏହା ଗାଉଟ୍‌, କିଡ୍‌ନି ଷ୍ଟୋନ୍‌ ଓ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ବଡ଼କଥା ହେଲା, ଏହା ଅଚାନକ ବଢ଼ିଯାଏ, ଯାହା କ୍ଷତିକାରକ। ଆସନ୍ତୁ ଜାଣିବା, କେଉଁସବୁ ଅଭ୍ୟାସ ଯୋଗୁଁ ୟୁରିକ୍‌ ଏସିଡ୍‌ ସ୍ତର ବଢ଼ିଥାଏ ଓ ଏଥିରୁ ଆମେ କିପରି ମୁକ୍ତି ପାଇପାରିବା।

 ଅଧିକ ରେଡ୍‌ ମିଟ୍‌ ଓ ସମୁଦ୍ରଜାତ ଖାଦ୍ୟ

ଯଦି ଆପଣ ପ୍ରତିଦିନ ବାରମ୍ବାର ରେଡ୍‌ ମିଟ୍‌ ବା ସି ଫୁଡ୍‌ ଖାଉଛନ୍ତି, ତେବେ ସାବଧାନ ହୋଇଯିବା ଆବଶ୍ୟକ। ଏହା ଶରୀରରେ ପ୍ୟୁରିନ୍‌ ମାତ୍ରା ବଢ଼ାଇ ୟୁରିକ୍‌ ଏସିଡ୍‌ ସମସ୍ୟା ସୃଷ୍ଟି କରେ। ଆହାରରେ ରେଡ୍‌ ମିଟ୍‌ ଓ ସି ଫୁଡ୍‌ ଜାତୀୟ ଖାଦ୍ୟକୁ ସୀମିତ ରଖିବା ଭଲ। ପ୍ରୋଟିନ୍‌ ଲାଗି ଡାଲି ଓ ଅଣ୍ଡା ଭଳି ଖାଦ୍ୟ ସର୍ବୋତ୍କୃଷ୍ଟ।

 

ଅଧିକ ମଦ୍ୟପାନ

ମଦ୍ୟ ପ୍ୟୁରିନ୍‌ର ପ୍ରମୁଖ ଉତ୍ସ। ଏହା ଶରୀରରେ ୟୁରିକ୍‌ ଏସିଡ୍‌ ବଢ଼ାଇବା ସହ ବିଭିନ୍ନ ରୋଗ ସୃଷ୍ଟିକରେ। ତେଣୁ ମଦ ପିଉଥିବା ଲୋକଙ୍କଠାରେ ଗାଉଟ୍‌ର ଆଶଙ୍କା ଅଧିକ ରହିଥାଏ। ତେଣୁ ମଦ୍ୟପାନଠାରୁ ଦୂରେଇ ରହିବା ଉଚିତ।

ସମସ୍ୟାର ନିରାକରଣ

ୟୁରିକ୍‌ ଏସିଡ୍‌ ବଢ଼ିଗଲେ ପାଦର ଆଙ୍ଗୁଠି, ଆଣ୍ଠୁ, ଗୋଡ଼ ଓ ଆଙ୍ଗୁଠିର ଗଣ୍ଠି ଫୁଲିପାରେ ଏବଂ ଏଥିରେ ପ୍ରବଳ ଯନ୍ତ୍ରଣା ହୋଇପାରେ, ଯାହା ଆର୍ଥରାଇଟିସ୍‌ ମଧ୍ୟ ସୃଷ୍ଟି କରିପାରେ। ୟୁରିକ୍‌ ଏସିଡ୍‌ର ପରିମାଣ ବୃଦ୍ଧି ପାଇବା ଦ୍ବାରା କିଡ୍‌ନି ପଥର ସୃଷ୍ଟି ହୋଇପାରେ। ଏହି ପଥର ପରିସ୍ରା ରାସ୍ତାରେ ଫସି ରହିପାରେ, ଯାହା ପରିସ୍ରାରେ ଜଳାପୋଡ଼ା ଏବଂ ଯନ୍ତ୍ରଣା ସୃଷ୍ଟି କରିଥାଏ। ଅନେକ ଗବେଷଣାରୁ ଦେଖାଯାଇଛି ଯେ, ୟୁରିକ୍‌ ଏସିଡ୍‌ର ବର୍ଦ୍ଧିତ ସ୍ତର ରକ୍ତଚାପ ଓ ହୃଦ୍‌ରୋଗ ସହ ଜଡ଼ିତ ହୋଇପାରେ। ଏହା ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଇପାରେ, ଯାହା ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ୍‌ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। କେତେକ କ୍ଷେତ୍ରରେ, ୟୁରିକ୍‌ ଏସିଡ୍‌ର ଉଚ୍ଚସ୍ତର ଶରୀରରେ ପ୍ରଦାହ ସୃଷ୍ଟି କରେ, ଯାହା ପାଚନ ପ୍ରଣାଳୀରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। ୟୁରିକ୍‌ ଏସିଡ୍‌ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ରହିଲେ ଚର୍ମ ତଳେ ସ୍ଫଟିକ ଆକାରରେ ଜମା ହୋଇପାରେ, ଯାହାକୁ ଟୋଫି କୁହାଯାଏ। ଏହା ନିୟନ୍ତ୍ରଣ କରିବାକୁ ହେଲେ ସନ୍ତୁଳିତ ଖାଦ୍ୟ ସହ ପ୍ୟୁରିନ୍‌ ଲୋ ଡାଏଟ୍‌ ଆପଣାନ୍ତୁ। ମାତ୍ରାଧିକ ପାଣି ପିଇବା ସହିତ ମିଠା ଓ ନିଶାଦ୍ରବ୍ୟରୁ ଦୂରେଇ ରହନ୍ତୁ। ନିୟମିତ ରକ୍ତପରୀକ୍ଷା କରନ୍ତୁ। ନିୟମିତ ବ୍ୟାୟାମ ସହ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version