ଖେଳ
Ind vs WI: ଇତିହାସ ରଚିଲେ କୋହଲି; ୧୫,୦୦୦ ରନ୍ କ୍ଲବରେ ହେଲେ ସାମିଲ
ଭାରତୀୟ କ୍ରିକେଟ୍ ଟିମ୍ର ରନ୍ ମେସିନ ବିରାଟ କୋହଲି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଜି ସ୍ଥାନୀୟ ଗ୍ରିନ୍ଫିଲ୍ଡ ଷ୍ଟାଡିୟମରେ ନିଜ କ୍ୟାରିୟରର ୧୫,୦୦୦ ରନ୍ ପୂରଣ କରିଛନ୍ତି।

ତିରୁବନନ୍ତପୁରମ: ଭାରତୀୟ କ୍ରିକେଟ୍ ଟିମ୍ର ରନ୍ ମେସିନ ବିରାଟ କୋହଲି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଜି ସ୍ଥାନୀୟ ଗ୍ରିନ୍ଫିଲ୍ଡ ଷ୍ଟାଡିୟମରେ ନିଜ କ୍ୟାରିୟରର ୧୫,୦୦୦ ରନ୍ ପୂରଣ କରିଛନ୍ତି। ଏଥି ସହିତ ଅନେକ ରେକର୍ଡ ଧ୍ବଂସ କରିଦେଇଛନ୍ତି।
ଦିନିକିଆ କ୍ରିକେଟ୍ର ଇତିହାସରେ ୧୫,୦୦୦ ରନ୍ କରିପାରିଥିବା ବିରାଟ କୋହଲି ବିଶ୍ବର ଦ୍ବିତୀୟ ବ୍ୟାଟର ହୋଇପାରିଛନ୍ତି। ତାଙ୍କର ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କେବଳ ଏହି ଉପଲବ୍ଧି ହାସଲ କରିଥିଲେ। ଏଥି ସହିତ ବିରାଟ କୋହଲି ଶତକ ହାସଲ କରିଛନ୍ତି।
ସୌଜନ୍ୟ ସମ୍ବାଦ




