ଦେଶ ବିଦେଶ

India: ରାହୁଲ ଗାନ୍ଧୀଙ୍କ ବାସଭବନରେ ଇଣ୍ଡିମେଣ୍ଟ ନେତାଙ୍କ ବୈଠକ

ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ଏହି ପ୍ରସଙ୍ଗରେ ସଂସଦ ମଧ୍ୟ ଅଚଳ ହୋଇଯାଇଛି। ଏଭଳି ସ୍ଥିତିରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବାସଭବନରେ ଇଣ୍ଡିମେଣ୍ଟ ନେତାମାନଙ୍କର ଏକ ବୈଠକ କରିଛନ୍ତି

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ଏହି ପ୍ରସଙ୍ଗରେ ସଂସଦ ମଧ୍ୟ ଅଚଳ ହୋଇଯାଇଛି। ଏଭଳି ସ୍ଥିତିରେ ଆଜି କଂଗ୍ରେସନେତା ରାହୁଲ ଗାନ୍ଧୀ ତାଙ୍କ ବାସଭବନରେ ଇଣ୍ଡିମେଣ୍ଟ ନେତାମାନଙ୍କର ଏକ ବୈଠକ କରିଛନ୍ତି। ସୁନହରୀ ବାଗ୍‌ ରୋଡ୍‌ ସ୍ଥିତ ରାହୁଲ ଗାନ୍ଧୀଙ୍କ ବାସଭବନରେ ହୋଇଥିବା ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସାଂସଦ ପି ଚିଦମ୍ବରମ, କେସି ବେଣୁଗୋପାଳ, ଜୟରାମ ରମେଶ, ରେଣୁକା ଚୌଧୁରୀ, ପ୍ରମୋଦ ତିୱାରୀ, ଏନ୍‌ସିପି (ଏସ୍‌ପି) ସାଂସଦ ସୁପ୍ରିୟା ସୁଲେ ଓ ଆର୍‌ଜେଡିର ମିସା ଭାରତୀଙ୍କ ସମେତ ଅନ୍ୟମାନେ ଯୋଗ ଦେଇଛନ୍ତି।

ଲୋକସଭାରୁ ନିଲମ୍ବିତ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ଓ ଦଳର ନେତା ମହୁଆ ମୈତ୍ର, ସିପିଏମ୍‌ର ପି ସନ୍ଦୋଷ କୁମାର ଓ ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ସାୱନ୍ତ ମଧ୍ୟ ବିରୋଧୀ ଦଳ ନେତାମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ଆଜି ଏହି ବୈଠକ ପାଇଁ ରାହୁଲଙ୍କ ବାସଭବନ ବାହାରେ ବାରିକେଡ୍‌ ସହ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ରାହୁଲଙ୍କ ବାସଭବନ ବାହାରେ ଆର୍‌ଏଏଫ୍‌ (ରୢାପିଡ ଆକ୍ସନ୍‌ ଫୋର୍ସ) ମୁତୟନ ହୋଇଛନ୍ତି।
ବୈଠକ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡିମେଣ୍ଟ ସାଂସଦମାନେ ତିନୋଟି ବସ୍‌ରେ ତିସ୍‌ ଜାନୁଆରି ମାର୍ଗ ସ୍ଥିତ ଗାନ୍ଧୀ ସ୍ମୃତି ସ୍ଥଳ ଯାଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button