ଜାତୀୟ

India GDP Growth: ଋଷ-ଆମେରିକା ନୁହେଁ… ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ IMFର ଭରସା ! ୭% ବଢ଼ିବ ଜିଡିପି, ଘରୋଇ ଚାହିଦା ସାହାରା

ନୂଆଦିଲ୍ଲୀ,୧୪/୧୦; ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ୨୦୨୬ ପାଇଁ ଭାରତର ଅଭିବୃଦ୍ଧି ଅନୁମାନକୁ ୬.୪%ରୁ ବଢ଼ାଇ ୭% କରିଛି । ବିଶ୍ୱବ୍ୟାପୀ ଅନିଶ୍ଚିତତା ଏବଂ ଅଶୋଧିତ ତୈଳର ବଦ୍ଧି ର୍ତ ଦର ସତ୍ତେ୍ୱ ମଜଭୁତ ଘରୋଇ ଚାହିଦା ଏବଂ ସେବା କ୍ଷେତ୍ରର ଉତ୍ତମ ପ୍ରଦର୍ଶନ ଯୋଗୁ ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତ ବେଗରେ ଆଗକୁ ବଢୁଥିବା ଆଇଏମ୍ଏଫ୍ ପ୍ରକାଶ କରିଛି । ଆଇଏମ୍ଏଫ୍ର ଏହି ଅନୁମାନ ଭାରତକୁ ଉକ୍ତ ଶକ୍ତି ଆମଦାନିକାରୀ ବିକାଶମୁଖୀ ଦେଶଗୁଡ଼ିକଠାରୁ ପୃଥକ କରୁଛି, ଯେଉଁମାନେ ମନ୍ଥର ଅଭିବୃଦ୍ଧି ନେଇ ବଢୁଛନ୍ତି । ଆଇଏମ୍ଏଫ୍ ଏହାର ଅକ୍ଟୋବର ୨୦୨୬ ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ ରିପୋର୍ଟରେ କହିଛି ଯେ, ଭାରତ ସକାରାତ୍ମକ ପରିବର୍ତ୍ତନ ସହ ସବୁଠୁ ଭିନ୍ନ ଦୃଶ୍ୟମାନ ହେଉଛି । ଏହା ମଧ୍ୟ ୨୦୨୭ ପାଇଁ ଅଭିବୃଦ୍ଧି ଅନୁମାନକୁ ବଢ଼ାଇ ୭% କରିଛି, ଯାହା ଜୁଲାଇ ତୁଳନାରେ ୦.୩% ଏବଂ ଏପ୍ରିଲ ତୁଳନାରେ ୦.୫% ଅଧିକ ।

ଋଷ-ଆମେରିକା-ଚୀନ ନୁହେଁ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଭରସା କରିଛି  ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି । ଆଇଏମ୍ଏଫ୍ ଏହାର ‘ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍’ ରିପୋର୍ଟର ଏକ ଅପଡେଟ୍ ରେ କହିଛି ଯେ , ଆକଳନ ବୃଦ୍ଧି ସହିତ ଭାରତ ଭିନ୍ନ ଦେଖାଯାଉଛି । ଏହା ଅନୁକୂଳ ଜନସଂଖ୍ୟା ସ୍ଥିତି, ଏକ ବୃହତ ଏବଂ ବୃଦ୍ଧି ପାଉଥିବା ଘରୋଇ ବଜାର ଏବଂ  ଗଠନମୂଳକ ସଂସ୍କାର ଦ୍ୱାରା ସମର୍ଥିତ ଦୃଢ଼ ଅଭିବୃଦ୍ଧି ପାଇଁ ନିରନ୍ତର ଗତି ଏବଂ ସମ୍ଭାବନାର ବଢୁଥିବା ପ୍ରମାଣ ଦର୍ଶାଉଛି । ”

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button