India missed out on AI: ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଫ୍ଲୋ ବଦଳାଇ ଦେଇଛି AI ଟ୍ରେଡ୍: ଆଗକୁ ବଢ଼ୁଛନ୍ତି ତାଇୱାନ ଓ ଦକ୍ଷିଣ କୋରିଆ, ପଛରେ ପଢ଼ିଗଲା ଭାରତ

India missed out on AI: ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ ବା ବୈଶ୍ୱିକ ପୁଞ୍ଜିନିବେଶ ପ୍ରବାହକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଟ୍ରେଡ୍ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଏହି ପରିବର୍ତ୍ତନ ମଧ୍ୟରେ ଭାରତ ଅନ୍ୟ ପଡୋଶୀ ଦେଶଗୁଡିକ ଠାରୁ ପଛରେ ପଡିଯାଇଛି। ଏ ଦିଗରେ ସବୁଠାରୁ ବଡ଼ କ୍ଷତି ସହିଛି ଭାରତ। ଏକ ବଡ଼ଧରଣର ବିପର୍ଯ୍ୟୟ କ୍ରମେ, ବିଗତ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଶେୟାର ବଜାର ବିଶ୍ୱର ଶୀର୍ଷ ୫ଟି ବୃହତ୍ତମ ବଜାର ତାଲିକାରୁ ବାଦ୍ ପଡ଼ିବା ସ୍ଥିତିକୁ ଚାଲି ଆସିଛି। ଅନ୍ୟପକ୍ଷରେ ତାଇୱାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶଗୁଡ଼ିକରେ AI କାରଣରୁ ଶେୟାର ବଜାର ବେଶ୍ ଆଗକୁ ବଢ଼ୁଥିବା ବେଳେ, ଭାରତ ପାଖରେ ସେଭଳି କୌଣସି ବୃଦ୍ଧି ଦେଖିବାକୁ ମିଳୁନାହିଁ। ଫଳରେ ଭାରତ ପୂର୍ବ ସ୍ଥିତି ଫେରିପାଇବା ବଦଳରେ ଆହୁରି ପଛକୁ ପଡ଼ିଯିବାର ଆଶଙ୍କା ଦେଖାଦେଇଛି। ଏନେଇ ଜାପାନ ଟାଇମ୍ସରେ ଖବର ପ୍ରକାଶ ପାଇଛି।

କାହିଁକି ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ?

ଏହାର କାରଣ କେବଳ ଭାରତୀୟ ଶେୟାରଗୁଡ଼ିକର ମୂଲ୍ୟ ଅଧିକ (expensive) ହେବା କିମ୍ବା କମ୍ପାନୀଗୁଡ଼ିକର ଆୟ (corporate earnings) ହ୍ରାସ ପାଇବା ମଧ୍ୟରେ ସୀମିତ ନାହିଁ। ଦିନେ ଯେଉଁ ବୈଶ୍ୱିକ ନିବେଶକମାନେ ଭାରତକୁ ଚୀନ୍ ସହ ସମକକ୍ଷ କରିବା ପାଇଁ ପୋର୍ଟଫୋଲିଓ ପ୍ରସ୍ତୁତ କରୁଥିଲେ, ସେମାନେ ଏବେ ଚିପ୍ ନିର୍ମାଣ (chip manufacturing), କମ୍ପ୍ୟୁଟିଂ ଇନଫ୍ରାଷ୍ଟ୍ରକ୍ଚର (computing infrastructure) ଏବଂ AI ମଡେଲ୍ ଭଳି କ୍ଷେତ୍ରକୁ ପସନ୍ଦ କରୁଛନ୍ତି, ଯାହା ଭାରତୀୟ ବଜାରରେ ପ୍ରାୟତଃ ନାହିଁ। ଯଦିଓ ଭାରତ ପାଖରେ ପ୍ରତିଭା, ଚାହିଦା ଏବଂ ଡିଜିଟାଲ୍ ସ୍କେଲ୍ ଅଛି, ତଥାପି ଏଠାକାର ପ୍ରମୁଖ କମ୍ପାନୀଗୁଡ଼ିକ ଏହି AI ଭିତ୍ତିଭୂମି ନିର୍ମାଣ ସହ ଜଡ଼ିତ ନୁହନ୍ତି। ଫଳରେ ଭାରତୀୟ ବଜାର ଏବେ କେବଳ ଘରୋଇ ବ୍ୟବହାର ବା କଞ୍ଜମ୍ପସନ ଉପରେ ନିର୍ଭର କରି ରହିଯାଇଛି।

ଗ୍ଲୋବାଲ୍ ସିଆଇଓ ଅଫିସ୍ (Global CIO Office) ର ମୁଖ୍ୟ ନିର୍ବାହୀ ଗ୍ୟାରୀ ଡୁଗାନ କହିଛନ୍ତି:

“ଏହା ଏମିତି ଏକ ମାନ୍ଦାବସ୍ଥା ନୁହେଁ ଯେ ଆପଣ କମ୍ ଦାମରେ ଶେୟାର କିଣି ନେବେ। ତେବେ ଏହା କେବଳ ଭାରତର ଆୟ କମିବାର କାହାଣୀ କି ଏହା ଏକ ‘ଟର୍ମିନାଲ୍ ଭାଲ୍ୟୁ’ (terminal value) ର କାହାଣୀ, ବଜାର ଏପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଆକଳନ କରିପାରି ନାହିଁ। ଆସନ୍ତା ୧୦ ବର୍ଷ ମଧ୍ୟରେ ଏହି ବ୍ୟବସାୟଗୁଡ଼ିକ କେଉଁ ସ୍ଥିତିରେ ଥିବେ, ସେହି ଧାରଣାକୁ ଏବେ ବଦଳାଇବାକୁ ପଡ଼ିବ।”

ସଂଖ୍ୟା ଓ ପରିସଂଖ୍ୟାନରେ ବଡ଼ କ୍ଷତି

MSCI ଇଣ୍ଡେକ୍ସରେ ହ୍ରାସ: MSCI ଇମର୍ଜିଂ ମାର୍କେଟ୍ସ ଇଣ୍ଡେକ୍ସରେ ଭାରତର ଅଂଶଧନ ଗତ ବର୍ଷର ୧୯% ରୁ ହ୍ରାସ ପାଇ ଏବେ ପ୍ରାୟ ୧୨% ରେ ପହଞ୍ଚିଛି। ‘M&G Investments’ ଅନୁଯାୟୀ, ଗତ ୧୨ ରୁ ୧୮ ମାସ ମଧ୍ୟରେ ଭାରତରୁ ପ୍ରତ୍ୟାହାର ହୋଇଥିବା ପୁଞ୍ଜିର ପ୍ରାୟ ଦୁଇ-ତୃତୀୟାଂଶ କେବଳ AI କ୍ଷେତ୍ରରେ ନିବେଶ ପାଇଁ ଯାଇଛି।

୧୪ ବର୍ଷର ସର୍ବନିମ୍ନ ସ୍ତରରେ ବିଦେଶୀ ମାଲିକାନା: ଗୋଲ୍ଡମ୍ୟାନ୍ ସାକ୍ସ ଗ୍ରୁପର ହିସାବ ଅନୁସାରେ, ଭାରତୀୟ ବଜାରରେ ବିଦେଶୀ ନିବେଶକଙ୍କ ଅଂଶଧନ ଏବେ ୧୪ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘରୋଇ ସଂସ୍ଥାଗୁଡ଼ିକ ତୁଳନାରେ ବିଦେଶୀ ନିବେଶକଙ୍କ ପାଖରେ କମ୍ ସେୟାର ରହିଛି।

ମାର୍କେଟ୍ ଭାଲ୍ୟୁ ହ୍ରାସ: ସେପ୍ଟେମ୍ବର ୨୦୨୪ ରେ ଭାରତୀୟ ଶେୟାର ବଜାର ୫.୭୩ ଟ୍ରିଲିୟନ୍ ଡଲାରର ସର୍ବୋଚ୍ଚ ସ୍ତର ଛୁଇଁଥିଲା ଏବଂ NSE Nifty 50 ବିଶ୍ୱର ସର୍ବୋତ୍ତମ ପ୍ରଦର୍ଶନକାରୀ ବଜାର ଥିଲା। କିନ୍ତୁ ସେହି ସର୍ବୋଚ୍ଚ ସ୍ତର ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୯୨୪ ବିଲିୟନ ଡଲାରର ବଜାର ମୂଲ୍ୟ ଧୂଳିସାତ ହୋଇଯାଇଛି।

ପୁଞ୍ଜି ପ୍ରତ୍ୟାହାର ଓ ମୁଦ୍ରାସ୍ଫୀତି: ଚଳିତ ବର୍ଷ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ଆଶଙ୍କା ବଢ଼ିଛି ଏବଂ ଟଙ୍କାର ମୂଲ୍ୟ ହ୍ରାସ ପାଉଛି। ୨୦୨୪ ଶେଷ ସୁଦ୍ଧା ବିଦେଶୀ ନିବେଶକମାନେ ପ୍ରାୟ ୪୨ ବିଲିୟନ ଡଲାରର ନେଟ୍ ପୁଞ୍ଜି ପ୍ରତ୍ୟାହାର କରିସାରିଛନ୍ତି।

ଦକ୍ଷିଣ କୋରିଆ ଏବଂ ତାଇୱାନର ଆଧିପତ୍ୟ

ନିବେଶକମାନେ ଏବେ ଦକ୍ଷିଣ କୋରିଆ ଏବଂ ତାଇୱାନ ଆଡ଼କୁ ମୁହାଁଉଛନ୍ତି। ଚଳିତ ବର୍ଷ ଏହି ଦୁଇ ଦେଶର AI-ଚାଳିତ ଇକ୍ୱିଟି ବେଞ୍ଚମାର୍କ ଯଥାକ୍ରମେ ୭୮% ଏବଂ ୪୨% ବୃଦ୍ଧି ପାଇଛି। ଅପରପକ୍ଷରେ, ଭାରତର ଶେୟାର ସୂଚକାଙ୍କ ପ୍ରାୟ ୯% ରୁ ଅଧିକ ହ୍ରାସ ପାଇଛି, ଯାହା ଗତ ଏକ ଦଶନ୍ଧିର କ୍ରମାଗତ ବୃଦ୍ଧି ପରେ ପ୍ରଥମ ବାର୍ଷିକ ହ୍ରାସ ଆଡ଼କୁ ଗତି କରୁଛି। ବର୍ତ୍ତମାନ ଏହି ଦୁଇ ଉତ୍ତର ଏସୀୟ ବଜାର ଭାରତର ମୋଟ୍ ଇକ୍ୱିଟି ବଜାର ମୂଲ୍ୟକୁ ଅତିକ୍ରମ କରିବା ପାଇଁ ମାତ୍ର ୫୦୦ ବିଲିୟନ ଡଲାର ପଛରେ ଅଛନ୍ତି।

କ୍ଲେ ଗ୍ରୁପ୍ (Klay Group) ର ଇକ୍ୱିଟି ମୁଖ୍ୟ ଆଦିଲ ଇବ୍ରାହିମ କହିଛନ୍ତି:

“ସମଗ୍ର ବିଶ୍ୱ ଯେତେବେଳେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ନୂଆ ମୂଲ୍ୟ ନିର୍ଦ୍ଧାରଣ କରୁଛି, ସେତେବେଳେ ଭାରତର ପ୍ରମୁଖ ସୂଚକାଙ୍କଗୁଡ଼ିକ ଅତୀତରେ ହିଁ ଅଟକି ରହିଛନ୍ତି। ଆଉ ବିଶ୍ୱର ପୁଞ୍ଜି ପ୍ରବାହ ଏହାକୁ ଲକ୍ଷ୍ୟ କରୁଛି।” ଯେପର୍ଯ୍ୟନ୍ତ ଏହାର ଷ୍ଟକ୍ ବଜାର “ନୂତନ ପିଢ଼ିର ନବସୃଜନକାରୀଙ୍କୁ ପ୍ରତିଫଳିତ କରିବା ପାଇଁ ବିକଶିତ ହୋଇ ନାହିଁ, ସେପର୍ଯ୍ୟନ୍ତ ଭାରତ AI ବାଣିଜ୍ୟରେ ଏକ ସାଂରଚନିକ ଦୁର୍ବଳତା ରହିଥିବ ବୋଲି ଆଦିଲ ଇବ୍ରାହିମ କହିଛନ୍ତି।

ଏହି ମତଭେଦର ମୂଳଦୁଆ ହେଉଛି ଭାରତରେ ପୁଞ୍ଜିନିବେଶ (investment) ମାମଲାର ପ୍ରକୃତ ଆଧାର। ଦଶନ୍ଧି ଦଶନ୍ଧି ଧରି ଏହା ଏକ ସାଧାରଣ ଧାରଣା ରହିଆସିଥିଲା ଯେ, ଭାରତ ପୂର୍ବ ଏସୀୟ ଦେଶଗୁଡ଼ିକର ରଣନୀତିକୁ ଅନୁସରଣ କରିବ ଏବଂ ମାନୁଫାକଚରିଂ (ଉତ୍ପାଦନ) ରୁ ସେବା କ୍ଷେତ୍ର (services) ଏବଂ ତା’ପରେ ଅଭିନବ ଟେକ୍ନୋଲୋଜି (innovative technologies) ଆଡ଼କୁ ଗତି କରି ନିଜର ମୂଲ୍ୟ ଶୃଙ୍ଖଳାକୁ ଆଗକୁ ବଢ଼ାଇବ। କିନ୍ତୁ ସେହି ଶେଷ ପଦକ୍ଷେପ ବା ଲମ୍ଫଟି ମାରିବା ସବୁବେଳେ ସବୁଠାରୁ କଠିନ ହୋଇ ରହିଆସିଛି।”

 

 

 

 

ସୌଜନ୍ୟ Prameya News7