ଜାତୀୟ

India US Relation: ଆମେରିକା ସଂସଦରେ ପହଞ୍ଚିଲା ‘ରୁଷ୍ ବିଲ୍’; ଭାରତ ଉପରେ ୧୦୦% ଶୁଳ୍କ ସଂଙ୍କଟ, ପୁଣି ଖରାପ ହେବ କି ସମ୍ପର୍କ ?

ଆମେରିକା ସିନେଟ୍ ଏକ ରୁଷ ପ୍ରତିବନ୍ଧକ ବିଲ୍ ପାସ୍ କରିଛି, ଯେଉଁଥିରେ ଭାରତ ସମେତ ପାଞ୍ଚଟି ଦେଶ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର ଧମକ ଦିଆଯାଇଛି । ଏହି ନୂଆ ନିଷ୍ପତ୍ତିର ଭାରତ ଉପରେ କି ପ୍ରଭାବ ପଡ଼ିବ ସେ ବିଷୟରେ ଜାଣନ୍ତୁ ।

ନୂଆଦିଲ୍ଲୀ,୨୯/୦୭: ଇରାନ୍ ସହ ଯୁଦ୍ଧ ଭିତରେ ଏପଟେ ଟାରିଫ୍ ଖେଳ ଖେଳୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିଭିନ୍ନ ଦେଶକୁ ଟାରିଫ୍ ଝଟକା ଦେଉଛନ୍ତି ଟ୍ରମ୍ପ . ଆମେରିକାକୁ ବର୍ତ୍ତମାନ ଏକ ବଡ଼ ଖବର ଆସୁଛି । ଯାହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡିପାରେ । ଆମେରିକା ସିନେଟ୍ ରୁଷ୍ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ବିଲ୍ ପାସ୍ କରିଛି । ଏହାର ଅର୍ଥ ହେଉଛି ଏହି ବିଲ୍ ଏବେ ସେନେଟରେ ବିତର୍କ ପାଇଁ ଆଗକୁ ବଢିଛି । ଏହି ନିଷ୍ପତ୍ତି ଭାରତର ଚିନ୍ତାକୁ ବଢାଇଛି । କାରଣ ଏହି ବିଲ୍ ପାସ୍ ହେଲେ ଭାରତ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଭାରୀ ଶୁଳ୍କ ଲାଗୁ ହେବାର ଆଶଙ୍କା ରହିଛି । ଭାରତ-ଆମେରିକା ଟ୍ରେଡ୍ ଡିଲ୍ ହୋଇନଥିବା ବେଳେ ଏହି ବିଲ୍‌ ଦୁଇ ଦେଶ ମଧ୍ୟରେ ପୁଣି ସମ୍ପର୍କ ଖରାପ କରିପାରେ ।

ଦିଂବଗତ ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଦ୍ୱରା ହୋଇଥିବା ଏହି ବଡ଼ କଟଖଣା ଆଇନ୍ ମଙ୍ଗଳବାର ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଗସ୍ତରେ ଥିବା ସମୟରେ ଉପସ୍ଥାପତି ହୋଇଥିଲା । ଏହି ବଲ୍ର ଲକ୍ଷ୍ୟ ହେଉଛି ୟୁକ୍ରେନ୍ ଆକ୍ରମଣ ପାଇଁ ରୁଷ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା । ଚୀନ ପରେ ଭାରତ ହେଉଛି ରୁଷରୁ ଅଶୋଧିତ ତୈଳର ଦ୍ୱିତୀୟ ସର୍ବବୃହତ କ୍ରେତା । ବିଲକୁ ଆଗକୁ ବଢାଇବା ପାଇଁ ହୋଇଥିବା ଭୋଟ୍ ସପକ୍ଷରେ ୮୬ ଏବଂ ବିପକ୍ଷରେ ୧୨ ଭୋଟ୍ ହୋଇଥିଲା । ଏହି ବିଲ୍ ରୁଷ୍ ଅଧିକାରୀମାନଙ୍କ ଉପରେ କଟକଣା ଲଗାଇବା ଏବଂ ରୁଷ୍ ଶକ୍ତି ଉପରେ ନିର୍ଭରଶୀଳତା ହ୍ରାସ୍ କରିବା ପାଇଁ ଭାରତ, ଚୀନ, ସ୍ଲୋଭାକିଆ, ହେଙ୍ଗେରୀ ଏବଂ ଆଜରବୈଜାନ ଉପରେ ଭାରୀ ଶୁଳକ୍ ଲଗାଇବାକୁ ଅନୁମତି ଦେବାର ଲକ୍ଷ୍ୟ ରଖିଛି ।

ଏହା ବି ପଢନ୍ତୁ…WI vs PAK Test : ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନର ଦୁର୍ଗତି, ୯୦ରନ୍‌ରେ ପ୍ରଥମ ଟେଷ୍ଟ ଜିତିଲା ୱେଷ୍ଟଇଣ୍ଡିଜ

କେବେ ଆଇନ ପ୍ରଣୟନ ହେବ ? ଏହି ବିଲ୍ ଆମେରିକା ସିନେଟରେ ଆଗକୁ ବଢୁଛି । କିନ୍ତୁ ଏ ପର୍ଯ୍ଯନ୍ତ ପୂର୍ଣ୍ଣ ଆଇନ୍ ହୋଇନାହିଁ । ଏହା କେବଳ ପ୍ରଥମ ପଦକ୍ଷେପ ଥିଲା । ବିଲକୁ ବିତର୍କ ଏବଂ ଚୂଡାନ୍ତ ଭୋଟ୍ ପାଇଁ ଅନୁମତି ମଗାଯାଇଛି । ତଥାପି ସେନେଟରେ ୬୦ରୁ ଅଧିକ ବିଲକୁ ସହ-ପ୍ରାୟୋଜିତ କରିବା ସହିତ ଏହା ପାରିତ ହେବାର ସମ୍ଭାବନା ଅଧିକ । ଏହା ପରେ ବିଲକୁ ଆମେରିକା ପ୍ରତିନିଧି ସଭାକୁ ପଠାଯିବ । ଗୃହ ବର୍ତ୍ତମାନ ବିରାମରେ ଅଛି । ପ୍ରକ୍ରିୟା ହେବାକୁ ବିଳମ୍ବ ହୋଇପାରେ. । ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ , ଏହା ଆଇନରେ ପରିଣତ ହେବ । ୩୦ ଦିନ ମଧ୍ୟରେ ରୁଷ୍ ଉପରେ ଅନେକ ବାଧ୍ୟତାମୂଳକ କଟକଣା ଲାଗୁ କରାଯିବ । ରାଷ୍ଟ୍ରପତିଙ୍କ ନିର୍ଦ୍ଦିଷ୍ଟ ଦେଶ କମ୍ବା ପରିସ୍ଥିତି ପାଇଁ ଛାଡ ସହିତ ଶୁଳ୍କ (୧୦୦ ପ୍ରତିଶତ) ପର୍ଯ୍ୟନ୍ତ ଲାଗୁ କରିବା ବିଷୟରେ ନିଷ୍ପତ୍ତି ନେବେ ।

ଏହି ପ୍ରତିବନ୍ଧକ ବିଲ୍ ଏପରି ଏକ ସମୟରେ ଆସିଛି ଯେତେବେଳେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତର ରୁଷ ଶକ୍ତି ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଛି । ଏହି ଯୁଦ୍ଧ ହୋର୍ମୁଜ ପ୍ରଣାଳୀ ଦେଇ ପରିବହନ ବାଧାପ୍ରାପ୍ତ କରିଛି । ଇରାନ୍- ଆମେରିକା ଯୁଦ୍ଧ ଉପସାଗରୀୟ ଅଞ୍ଚଳରୁ ଅଶୋଧିତ ତୈଳ ଯୋଗାଁକୁ ବାଧାପ୍ରାପ୍ତ କରିଛି । ଯାହା ପୂର୍ବରୁ ଭାରତର ମୋଟ୍ ତୈଳ ଆମଦାନୀର ପ୍ରାୟ ୪୦ ପ୍ରତିଶତ ଥିଲା । ଏହି ରିଫାଇନାରୀଗୁଡିକୁ ଏକ ପ୍ରାଥମିକ ବିକଳ୍ପ ଉତ୍ସ ଭାବରେ ରୁଷୀୟ ଅଶୋଧିତ ତୈଳ ଆଡକୁ ମୁହାଁଇବାକୁ ବାଧ୍ୟ କରିଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button