ଏମିତିରେ ଆମେରିକାର ଅନେକ ବଡ଼ ବଡ଼ କମ୍ପାନି ଯଥା ଆପଲ୍, ଗୋଲ୍ଡମ୍ୟାନ୍ ସଚ୍ସ, ମେଟା ଭଳି ସଂସ୍ଥା ଭାରତଠାରୁ ବଡ଼ ବଜାର ଆଉ କିଛି ନାହିଁ। ତେଣୁ ଦୁଇ ଦେଶ ସମ୍ପର୍କ ଖରାପ ହେବାର ସୁଦୂରପ୍ରସାରୀ ପ୍ରଭାବକୁ ଉଭୟ ଦେଶ ଭଲ ଭାବେ ବୁଝିଥିଲେ। ସେହି କଥା ଆମେରିକାକୁ ବୁଝାଇବାରେ ଭାରତ ସଫଳ ହୋଇଥିଲା। ଏକାଧିକ ଆଲୋଚନା ପରେ ଶେଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବାଣିଜ୍ୟ ଆଲୋଚନା ଘୋଷଣା କରିବା ସହ ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିଥିଲେ।
ନୂଆଦିଲ୍ଲୀ : ଭାରତକୁ ଚାପରେ ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ କଳକୌଶଳ ପ୍ରୟୋଗ କରିଥିଲେ। ପାକିସ୍ତାନ ସହ ଯୁଦ୍ଧ ବନ୍ଦ କରାଇବା, ରୁଷଠାରୁ ତେଲ କିଣୁଥିବାରୁ ଖଳନାୟକ ସଜାଇବା ପର୍ଯ୍ୟନ୍ତ, ଭାରତକୁ ବିଶ୍ବବଜାରରେ ନିନ୍ଦିତ କରିବାର କୌଣସି ସୁଯୋଗକୁ ସେ ହାତଛଡ଼ା କରିନଥିଲେ। କିନ୍ତୁ ତାଙ୍କ ଚାପ ଆଗରେ ଭାରତ ମୁଣ୍ଡ ନୁଆଇଁନଥିଲା। ଖରାପ ହୋଇଥିବା ସମ୍ପର୍କକୁ ସଜାଡ଼ିବା ଲାଗି ଭାରତ ଭିନ୍ନ ରଣନୀତି ନେଇ କାମ କରିଥିଲା।

