ଦେଶ ବିଦେଶ

Indian Railways: ଓଡ଼ିଶାରେ ବର୍ତ୍ତମାନ ଜାରି ରହିଛି ୨୬ଟି ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ

ଓଡ଼ିଶାକୁ ରେଳ ବଜେଟ୍‌ ଆବଣ୍ଟନ ଗତ ୧୨ ବର୍ଷ ମଧ୍ୟରେ ପ୍ରାୟ ୧୩ ଗୁଣ ବୃଦ୍ଧି ପାଇଛି। ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ କହିଛନ୍ତି, ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟକୁ ବାର୍ଷିକ ୮୩୮ କୋଟି ଟଙ୍କାର ରେଳ ବଜେଟ୍‌...

ଭୁବନେଶ୍ୱର: ଓଡ଼ିଶାକୁ ରେଳ ବଜେଟ୍‌ ଆବଣ୍ଟନ ଗତ ୧୨ ବର୍ଷ ମଧ୍ୟରେ ପ୍ରାୟ ୧୩ ଗୁଣ ବୃଦ୍ଧି ପାଇଛି। ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ କହିଛନ୍ତି, ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟକୁ ବାର୍ଷିକ ୮୩୮ କୋଟି ଟଙ୍କାର ରେଳ ବଜେଟ୍‌ ମିଳୁଥିଲା। ୨୦୨୬-୨୭ରେ ଏହା ୧୩ ଗୁଣ ବୃଦ୍ଧି ପାଇ ୧୦ ହଜାର ୯୨୮ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଓଡ଼ିଶାରେ ନୂଆ ରେଳ ଟ୍ରାକ୍‌ ନିର୍ମାଣ ସାଢ଼େ ୩ଗୁଣ ବଢ଼ିଛି। ୨୦୦୯-୧୪ ମଧ୍ୟରେ ବାର୍ଷିକ ହାରାହାରୀ ନୂଆ ଟ୍ରାକ୍‌ ନିର୍ମାଣ ୫୩ କିମି ଥିବା ବେଳେ୨୦୧୪-୨୬ରେ ଏହା ୧୮୬ କିମିକୁ ବୃଦ୍ଧି ପାଇଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଏପ୍ରିଲ୍‌ ପହିଲା ୨୦୨୬ ସୁଦ୍ଧା ୧୯ଟି ନୂଆ ଲାଇନ୍‌ ଏବଂ ୩୬ଟି ରେଳ ଲାଇନର ଦୋହରୀକରଣ/ପ୍ରଶସ୍ତୀକରଣ ସମେତ ମୋଟ୍‌ ୫୫ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ମୋଟ୍‌ ୪,୨୫୬ କିମି ରେଳ ଲାଇନ୍‌ ନିର୍ମାଣ ଲାଗି ୮୧,୭୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନିକଟରେ ଦୈତାରୀ-ବାଂଶପାଣୀ ନୂଆ ଲାଇନ, ଝାରସୁଗୁଡ଼ା-ସରଡେଗା ନୂଆ ଲାଇନ, ହରିଦାସପୁର-ପାରାଦୀପ ନୂଆଲାଇନ, ସମ୍ବଲପୁର-ଟିଟିଲାଗଡ଼ ଲାଇନ ଦୋହରୀକରଣ ଆଦି ସମେତ ୩୨ଶହ କୋଟି ଟଙ୍କାର ୧୧ଟି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ବର୍ତ୍ତମାନ ୨୬ଟି ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button