ଜାତୀୟ

Indirect Smoking Deaths: ଲାନ୍‌ସେଟ୍ ଅଧ୍ୟୟନର ନୂଆ ତଥ୍ୟ, ଭାରତରେ ପରୋକ୍ଷ ଧୂମପାନ ମୃତ୍ୟୁ ୫୦% ବଢ଼ିଛି

ନୂଆଦିଲ୍ଲୀ ୧୨/୦୯: ଜୀବନରେ କେବେ ଧୂମପାନ କରିନଥିବା ଲୋକଙ୍କ ପାଇଁ ମଧ୍ୟ ସିଗାରେଟ୍ ଧୂଆଁ ହାନିକାରକ । ଲାନ୍‌ସେଟ୍ ପବ୍ଲିକ୍ ହେଲ୍‌ଥରେ ପ୍ରକାଶିତ ଏକ ନୂଆ ଅଧ୍ୟୟନ ଭାରତରେ ଧୂମପାନ ଧୂଆଁ ଲୋକଙ୍କ ଉପରେ କିଭଳି ଘାତକ ପ୍ରଭାବ ପକାଉଛି, ତା’ଉପରେ ଫୋକସ୍ କରିଛି । ଅଧ୍ୟୟନର ଆକଳନ ଅନୁସାରେ, ୨୦୨୩ରେ ପରୋକ୍ଷ ଧୂମପାନ ଯୋଗୁ ଭାରତରେ ୩୨୫,୬୦୦ ମୃତ୍ୟୁ ହୋଇଥିଲା । ୧୯୯୦ ମସିହାରେ ୨୧୭,୭୦୦ ମୃତ୍ୟୁ ତୁଳନାରେ ଏହା ବଡ଼ ବୃଦ୍ଧି ।

ଏହି ତଥ୍ୟ ଅତ୍ୟନ୍ତ ଚିନ୍ତାଜନକ, କାରଣ ଧୂମପାନ ଦ୍ୱାରା ପ୍ରଭାବିତ ଲୋକସଂଖ୍ୟାର ମୋଟ୍ ହାର ହ୍ରାସ ପାଇଥିଲେ ମଧ୍ୟ ଧୂମପାନ ଧୂଆଁ ସଂସ୍ପର୍ଶରେ ଆସିଥିବା ଭାରତୀୟଙ୍କ ସଂଖ୍ୟା ବଢ଼ିଛି । ଅଧ୍ୟୟନ ଅନୁସାରେ, ୨୦୨୩ରେ ଭାରତରେ ୪୪.୪ କୋଟି ଲୋକ ପରୋକ୍ଷ ଧୂମପାନ ସଂସ୍ପର୍ଶରେ ଆସିଥିଲେ, ଯାହା ୧୯୯୦ରେ ୩୭.୫ କୋଟି ଥିଲା । ଏହି ଅବଧିରେ ଧୂମପାନ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟାରେ ୧୮.୪% ବୃଦ୍ଧି ହୋଇଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button