Indonesia Crime: ପ୍ରେମ ହେଲା ଅପରାଧ:ସର୍ବସାଧାରଣରେ ପ୍ରେମୀଯୁଗଳଙ୍କୁ ଚାବୁକ୍ ମାଡ଼

ଇଣ୍ଡୋନେସିଆର ଆଚେହ ପ୍ରଦେଶରେ ଜଣେ ଅବିବାହିତ ପୁରୁଷ ଓ ମହିଳାଙ୍କୁ ଶରିଆ ଆଇନ ଅନୁଯାୟୀ ୧୪୦ ଲେଖାଏଁ ଚାବୁକ୍ ମାଡ଼ ଦଣ୍ଡ ଦିଆଯାଇଛି। ସେମାନଙ୍କ ଉପରେ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ଓ ମଦ୍ୟପାନ କରିବାର ଅଭିଯୋଗ ଥିଲା।

ଜାକର୍ତ୍ତା: ଇଣ୍ଡୋନେସିଆର ଆଚେହ ପ୍ରଦେଶରେ ଜଣେ ଅବିବାହିତ ପୁରୁଷ ଓ ମହିଳାଙ୍କୁ ଶରିଆ ଆଇନ ଅନୁଯାୟୀ ୧୪୦ ଲେଖାଏଁ ଚାବୁକ୍ ମାଡ଼ ଦଣ୍ଡ ଦିଆଯାଇଛି। ସେମାନଙ୍କ ଉପରେ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ଓ ମଦ୍ୟପାନ କରିବାର ଅଭିଯୋଗ ଥିଲା। ଯାହାକୁ ଆଚେର ଇସଲାମିକ ଶରିଆ ଆଇନ ଅନୁଯାୟୀ ଗମ୍ଭୀର ଅପରାଧ ବୋଲି ବିବେଚନା କରାଯାଏ। ଅଧିକାରୀଙ୍କ ଅନୁଯାୟୀ, ଏହି ଦଣ୍ଡ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦିଆଯାଇଥିବା ସବୁଠାରୁ କଠୋର ଦଣ୍ଡାଦେଶ। ଇଣ୍ଡୋନେସିଆ ବିଶ୍ୱର ସବୁଠାରୁ ବଡ଼ ମୁସଲିମ ବହୁଳ ଦେଶ। ଜାତୀୟ ସ୍ତରରେ ଧର୍ମନିରପେକ୍ଷ ଆଇନ ଲାଗୁ ହୋଇଛି। ତଥାପି, ଆଚେହ ହେଉଛି ଏକମାତ୍ର ପ୍ରଦେଶ ଯେଉଁଠାରେ ଶରିଆ ଆଇନ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେଉଛି।

ସାର୍ବଜନୀନ ପାର୍କରେ ଦଣ୍ଡ
ରିପୋର୍ଟ,ରାଜଧାନୀ ବାଣ୍ଡା ଆଚେହର ଏକ ସାର୍ବଜନୀନ ପାର୍କରେ କୋରଡା ମାଡ଼ ଦଣ୍ଡ ଦିଆଯାଇଥିଲା। ସେଠାରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ଶାରିଆ ପୁଲିସ ଉଭୟ ଦୋଷୀଙ୍କ ପିଠିରେ ଚାବୁକ୍ ମାଡ଼ କରିଥିଲା। ଚାବୁକ୍ ମାଡ଼ ସମୟରେ ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିତି୍ସା ଲାଗି ହସ୍ପିଟାଲକୁ ନିଆଯାଇଥିଲା। ଏହା ସତ୍ତ୍ୱେ, ଶାରିଆ ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଦଣ୍ଡକୁ ଆଇନଗତ ଭାବରେ ବିବେଚନା କରାଯାଇଥିଲା। ସେମାନେ କହିଛନ୍ତି, ଶାରିଆ ଆଇନ ଅନୁଯାୟୀ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇଥିଲା ଓ ଡାକ୍ତରୀ ତଦାରଖ ଉପଲବ୍ଧ ଥିଲା।

 

୧୪୦ ଥର ଚାକୁକ ମାଡ଼
ଶାରିଆ ପୁଲିସ ଅନୁଯାୟୀ, ବିବାହ ପୂର୍ବରୁ ଯୌନ ସମ୍ପର୍କ ପାଇଁ ଦୁଇଜଣଙ୍କୁ ୧୦୦ ଥର ଚାବୁକ୍ ମାଡ଼ ଓ ମଦ୍ୟପାନ ପାଇଁ ୪୦ ଥର ଚାବୁକ୍ ମାଡ଼ ଦଣ୍ଡାଦେଶ କରାଯାଇଥିଲା। ପ୍ରତି ଜଣଙ୍କ ପାଇଁ ମୋଟ ୧୪୦ ଥର ଚାବୁକ ମାଡ଼ ଦଣ୍ଡାଦେଶ କରାଯାଇଥିଲା। ବାଣ୍ଡା ଆଚେର ଶାରିଆ ପୁଲିସ ମୁଖ୍ୟ ମହମ୍ମଦ ରିଜାଲ ଏହି ଦଣ୍ଡାଦେଶର ନିଶ୍ଚିତ କରିଛନ୍ତି।

କାହିଁକି ଆଚେହରେ ଶରିଆ ଆଇନ ପ୍ରଯୁଜ୍ୟ?
ଆଚେହ ପ୍ରଦେଶର ଆଇନଗତ ସ୍ଥିତି ଇଣ୍ଡୋନେସିଆର ଅନ୍ୟ ଅଞ୍ଚଳଠାରୁ ଭିନ୍ନ। ଦୀର୍ଘ ଦିଦନ ଧରି ବିଚ୍ଛିନ୍ନତାବାଦୀ ସଂଘର୍ଷ ପରେ, କେନ୍ଦ୍ର ସରକାର ୨୦୦୧ ମସିହାରେ ଆଚେହକୁ ସ୍ୱତନ୍ତ୍ର ସ୍ୱାୟତ୍ତତା ପ୍ରଦାନ କରିଥିଲେ। ଏହି ସ୍ୱାୟତ୍ତତା ଆଚେହକୁ ଇସଲାମିକ୍ ଶରିଆ ଆଇନ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲା। ଶରିଆ ଆଇନ ଅବିବାହିତ ଭାାବେ ଯୌନ ସମ୍ପର୍କ, ମଦ୍ୟପାନ, ଜୁଆ ଓ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ବିଭେଚନା କରିଥାଏ। ଏହି ଅପରାଧଗୁଡ଼ିକ କ୍ଷେତ୍ରରେ ସାର୍ବଜନୀନ ଚାବୁକ୍ ମାଡ଼ ଦଣ୍ଡାଦେଶ କରାଯାଇଥାଏ। ଏହାକୁ ସାମାଜିକ ନିୟନ୍ତ୍ରଣ ଓ ଭୟ ସୃଷ୍ଟି କରିବାର ଏକ ମାଧ୍ୟମ ଭାବରେ ବିବେଚନା କରାଯାଇଥାଏ।

ଶାରିଆ ପୁଲିସ ଅଧିକାରୀଙ୍କୁ ମଧ୍ୟ ଦଣ୍ଡ
ଏହି ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଇସଲାମିକ ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ମୋଟ ଛଅ ଜଣଙ୍କୁ ଦଣ୍ଡ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଶରିଆ ପୁଲିସ ଅଧିକାରୀ ଓ ତାଙ୍କ ମହିଳା ସାଥୀ ମଧ୍ୟ ଥିଲେ। ଉଭୟଙ୍କୁ ୨୩ ଥର ଲେଖାଏଁ ଚାବୁକ୍ ମାଡ଼ ଦିଆଯାଇଥିଲା। ଶରିଆ ପୁଲିସ ମୁଖ୍ୟ ମହମ୍ମଦ ରିଜାଲ କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ। କାହାକୁ ମଧ୍ୟ ଛାଡ କରାଯାଇପାରିବ ନାହିଁ। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଏପରି ଘଟଣା ବିଭାଗର ପ୍ରତିଛବିକୁ କ୍ଷତି ପହଞ୍ଚାଇଥିଲା। କିନ୍ତୁ ନିୟମ ପାଳନ କରିବାରେ କୌଣସି ବ୍ୟତିକ୍ରମ କରାଯାଇପାରିବ ନାହିଁ।

 

ପୂର୍ବରୁ ମଧ୍ୟ ଏଭଳି କଠୋର ଦଣ୍ଡ
ଅଧିକାରୀଙ୍କ ଅନୁଯାୟୀ, ଶାରିଆ ଆଇନର ଇତିହାସରେ ୧୪୦ ଥର ଚାବୁକ୍ ମାଡ଼କୁ ସବୁଠାରୁ କଠୋର ଦଣ୍ଡାଦେଶ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ପୂର୍ବରୁ, ୨୦୨୫ ମସିହାରେ, ସମଲିଙ୍ଗୀ ସମ୍ପର୍କ ପାଇଁ ଦୁଇଜଣ ପୁରୁଷଙ୍କୁ ୭୬ ଥର ଚାବୁକ୍ ମାଡ଼ ହୋଇଥିଲା। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ କଡ଼ା ସମାଲୋଚନା କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version