Iran-linked oil tanker: ସେନ୍ସର ବନ୍ଦ କରି ପାକିସ୍ତାନ ସୀମାରେ ଘୁରି ବୁଲୁଥିଲା ଇରାନ ତେଲ ଟ୍ୟାଙ୍କର୍‌: ଭାରତରେ ପହଞ୍ଚିବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ଫେବ୍ରୁଆରି ୬ ତାରିଖରେ, ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ମୁମ୍ବାଇ ଉପକୂଳରୁ ଆମେରିକାର ପ୍ରତିବନ୍ଧକ ଅଧୀନରେ ଇରାନ ସହିତ ଜଡିତ ତିନୋଟି ତୈଳ ଟ୍ୟାଙ୍କର୍ ଜବତ କରିଥିଲା। ଏହି ଟ୍ୟାଙ୍କର୍ ବିରୋଧରେ ବେଆଇନ କାର୍ଯ୍ୟକଳାପ ଓ ତୈଳ ଚୋରାଚାଲାଣର ଅଭିଯୋଗ ରହିଛି।

ମୁମ୍ବାଇ: ଫେବ୍ରୁଆରି ୬ ତାରିଖରେ, ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ମୁମ୍ବାଇ ଉପକୂଳରୁ ଆମେରିକାର ପ୍ରତିବନ୍ଧକ ଅଧୀନରେ ଇରାନ ସହିତ ଜଡିତ ତିନୋଟି ତୈଳ ଟ୍ୟାଙ୍କର୍ ଜବତ କରିଥିଲା। ଏହି ଟ୍ୟାଙ୍କର୍ ବିରୋଧରେ ବେଆଇନ କାର୍ଯ୍ୟକଳାପ ଓ ତୈଳ ଚୋରାଚାଲାଣର ଅଭିଯୋଗ ରହିଛି। ଫେବ୍ରୁଆରି ୧୫ ତାରିଖରେ ମୁମ୍ବାଇରେ ଦାୟର ହୋଇଥିବା ଏକ ଏଫ୍ଆଇଆର୍ ଅନୁଯାୟୀ, ଜବତ ହୋଇଥିବା ଜାହାଜ ମଧ୍ୟରୁ ଗୋଟିଏ, ଆସଫାଲ୍ଟ ଷ୍ଟାର, ଜାନୁଆରି ୨୦ ରୁ ୨୮ ତାରିଖ ମଧ୍ୟରେ ୮ ଦିନ ଧରି ପାକିସ୍ତାନୀ ଜଳସୀମାରେ ଅଜଣା ଭାବରେ ଯାତ୍ରା କରୁଥିଲା। ଟ୍ୟାଙ୍କର୍ ନିଜ ପରିଚୟ ଲୁଚାଇବା ପାଇଁ ସେମାନଙ୍କର ସ୍ୱୟଂଚାଳିତ ପରିଚୟ ପ୍ରଣାଳୀ (ଏଆଇଏସ୍) ଓ ଅନ୍ୟାନ୍ୟ ସେନ୍ସରଗୁଡ଼ିକୁ ବନ୍ଦ କରିଦେଇଥିଲା।

ଆଇସିଜି କମାଣ୍ଡାଣ୍ଟ ଅନିରୁଦ୍ଧ ଧରମପାଲ ଦାବାଶଙ୍କ ଅଭିଯୋଗ ଆଧାରରେ, ମୁମ୍ବାଇର ୟେଲୋ ଗେଟ୍ ପୁଲିସ ଷ୍ଟେସନରେ ଏହି ମାମଲାରେ ନଅ ଜଣଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି, ଯେଉଁଥିରେ ଜାହାଜର ମାଲିକ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ରହୁଥିବା ଯୋଗିନ୍ଦର ସିଂହ ବ୍ରାର ମଧ୍ୟ ସାମିଲ ଅଛନ୍ତି। ପୁଲିସ ଆସଫାଲ୍ଟ ଷ୍ଟାରର କ୍ୟାପ୍ଟେନ୍ ଶ୍ୟାମ ବାହାଦୁର ଚୌହାନ ଓ ଅନ୍ୟ ଜଣେ କ୍ରୁ ସଦସ୍ୟଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କ ଉପରେ ତେଲ ଚୋରାଚାଲାଣ ଓ ଠକେଇର ଅଭିଯୋଗ ରହିଛି।ସେନ୍ସର ବନ୍ଦ ସମ୍ପର୍କରେ ପଚରାଉଚରା ସମୟରେ, ଜାହାଜର ମାଷ୍ଟର ଦକହିଥିଲେ ଭଏଜ୍ ଡାଟା ରେକର୍ଡର୍ (ଭିଡିଆର୍) କାମ କରୁନାହିଁ। ତଦନ୍ତରୁ ଜଣାପଡିଛି ଯେ ଆସଫାଲ୍ଟ ଷ୍ଟାର ଭାରତୀୟ କର୍ତ୍ତୃପକ୍ଷଙ୍କୁ ନଜଣାଇ ବେଆଇନ ଭାବରେ ଅଲ୍ ଜାଫଜିଆକୁ ୩୦ ମେଟ୍ରିକ୍ ଟନ୍ ଭାରୀ ଇନ୍ଧନ ତେଲ ଓ ରାସ୍ତା ନିର୍ମାଣରେ ବ୍ୟବହୃତ ୫୪୭୩ ମେଟ୍ରିକ୍ ଟନ୍ ବିଟୁମେନ୍ ଭାରତ ମହାସାଗରର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍(ଇଇଜି)ରେ ଏମ୍‌ଟି ଷ୍ଟେଲାର ରୁବିକୁ ସ୍ଥାନାନ୍ତର କରିଛି।
ଜାହାଜରେ ମୋଟ ୫୫ ଜଣ ଲୋକ ଥିଲେ
ଜଣେ ତଟରକ୍ଷୀ ବାହିନୀ ଅଧିକାରୀଙ୍କ ଅନୁଯାୟୀ, ତିନୋଟି ଜାହାଜ ଚିହ୍ନଟ ଏଡାଇବା ପାଇଁ ଏଆଇଏସ୍‌ ସ୍ପୁଫିଂ (ପରିଚୟ ଚୋରି) ଓ ମିଥ୍ୟା ପରିଚୟ ବ୍ୟବହାର କରିଥିଲା। ଜାହାଜଗୁଡ଼ିକରେ ମୋଟ ୫୫ ଜଣ କ୍ରୁ ସଦସ୍ୟ ଥିଲେ।

ଯୋଗିନ୍ଦର ସିଂହ ବ୍ରାର ୟୁଏଇରେ ଦାବି କରିଛନ୍ତି ଯେ, ତାଙ୍କ ଜାହାଜଗୁଡ଼ିକ ଭାରତୀୟ ଉପକୂଳରେ ବିପଦରେ ଥିବା ଜାହାଜଗୁଡ଼ିକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଥିଲେ ଓ କୌଣସି ବେଆଇନ କାର୍ଯ୍ୟକଳାପରେ ଜଡିତ ନଥିଲେ। ଆଇସିଜିର ସ୍ୱତନ୍ତ୍ର ବୋର୍ଡିଂ ଦଳ ଇଲେକ୍ଟ୍ରୋନିକ୍ ତଥ୍ୟ ଯାଞ୍ଚ, ଡକ୍ୟୁମେଣ୍ଟ ଯାଞ୍ଚ ଓ କ୍ରୁ ସଦସ୍ୟଙ୍କୁ ପଚରାଉଚରା ଆଧାରରେ କଥିତ ଚୋରା ଚାଲାଣର ସମ୍ପୂର୍ଣ୍ଣ କାର୍ଯ୍ୟ ପ୍ରଣାଳୀର ପର୍ଦ୍ଦାଫାସ୍ କରିଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

ସୌଜନ୍ୟ ସମ୍ବାଦ

Exit mobile version