Iran revenge: ଇରାନ ଆଖିରେ ପ୍ରତିଶୋଧ ନିଆଁ: ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼
ମଧ୍ୟପ୍ରାଚ୍ୟ ଯୁଦ୍ଧ ଅତି ଭୟଙ୍କର ରୂପ ନେଇଛି। ଆୟାତୋଲ୍ଲା ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସଂକଳ୍ପ ନେଇଛି ଇରାନ। ଯୁଦ୍ଧର ତୃତୀୟ ଦିନରେ ଇରାନ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ....

ତେହେରାନ/ୱାସିଂଟନ/ତେଲ୍ ଅଭିଭ୍: ମଧ୍ୟପ୍ରାଚ୍ୟ ଯୁଦ୍ଧ ଅତି ଭୟଙ୍କର ରୂପ ନେଇଛି। ଆୟାତୋଲ୍ଲା ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସଂକଳ୍ପ ନେଇଛି ଇରାନ। ଯୁଦ୍ଧର ତୃତୀୟ ଦିନରେ ଇରାନ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଫିସ୍ ସମେତ ଅନେକ ସରକାରୀ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଇସ୍ରାଏଲର ବାୟୁସେନା କମାଣ୍ଡର୍ ମୁଖ୍ୟାଳୟକୁ ମଧ୍ୟ ଟାର୍ଗେଟ୍ କରାଯାଇଛି ବୋଲି ଇରାନ ଦାବି କରିଛି। ଅନ୍ୟପକ୍ଷରେ ଆଇଆର୍ଜିସି (ଇସ୍ଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ) ମାନିଛି ଯେ ତେଲ୍ ଅଭିଭ୍ରେ ନେତାନ୍ୟାହୁଙ୍କ ଅଫିସ୍ ଏବଂ ହାଇଫାରେ ସୁରକ୍ଷା ଓ ସାମରିକ କେନ୍ଦ୍ର ଉପରେ ଆକ୍ରମଣ ହୋଇଛି। ତେବେ ଏହାର କିଛି ସମୟ ପରେ ନେତାନ୍ୟାହୁଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା। ଗତକାଲି ଇରାନ ଆକ୍ରମଣରେ ବେତ୍ ସେମେସ୍ରେ ୯ଜଣ ଇସ୍ରାଏଲ୍ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସେଠାରେ ନେତାନ୍ୟାହୁ ସ୍ଥିତି ପରଖିଛନ୍ତି।
କୋଟିଏ ଭାରତୀୟଙ୍କ ଜୀବନ ବିପଦରେ/ବାହାରିନ, ସାଉଦି ଆରବ ଶାସକଙ୍କ ସହ କଥାହେଲେ ମୋଦୀ
ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇଛି ବୋଲି ଇରାନ ଦାବି କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି, ଇରାନ ପଟୁ ଇସ୍ରାଏଲକୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଖସାଇ ଦିଆଯାଇଛି ଏବଂ ତେହେରାନରେ ଆକ୍ରମଣ ଆରମ୍ଭ ହୋଇଛି। ଇସ୍ରାଏଲ ଆଜି ଦକ୍ଷିଣ ତେହେରାନର ଗାନ୍ଧୀ ହସ୍ପିଟାଲ୍, ଇରାନର କୂଟନୈତିକ ପୁଲିସ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରିଥିବା ଦାବି କରିଛି। ତେବେ ଶନିବାରଠାରୁ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣରେ ଇରାନରେ ୫୫୫ ଜଣଙ୍କର ମୃତ୍ୟୁ ହେବା ସହ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଆମେରିକାର ୪ ଯବାନ ମୃତ
ଓମାନରେ ଜଣେ ଭାରତୀୟ ମୃତ
ସାଉଦି ଆରାମକୋ ତୈଳ ବିଶୋଧନାଗାର ବନ୍ଦ
ଭୁଲ୍ରେ କୁଏତ୍ ଖସାଇଲା ଆମେରିକାର ୩ ଯୁଦ୍ଧବିମାନ
ଆମେରିକାକୁ ସେନା ଘାଟି ବ୍ୟବହାର ଅନୁମତି ଦେଲାନି ସ୍ପେନ
ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଅଭିଯୋଗ ଆଣିଲା ଇରାନ
ସେହିଭଳି ଇସ୍ରାଏଲରେ ଇରାନ ଆକ୍ରମଣରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଛି। ଇରାନ-ସମର୍ଥିତ ହେଜବୁଲ୍ଲା ଆଜି ଲେବାନନ୍ରୁ ଇସ୍ରାଏଲ ଉପରେ ରକେଟ୍ ଓ ଡ୍ରୋନ୍ ଆକ୍ରମଣ କରିଛି। ଇସ୍ରାଏଲ ମଧ୍ୟ ବେରୁତ୍ ସମେତ ଦକ୍ଷିଣ ଲେବାନନ୍ରେ ଆକ୍ରମଣ କରିଛି। ଏଥିରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଖେମିନିଙ୍କ ମୃତ୍ୟୁ ପରେ ଇରାନ ରକ୍ତମୁଖା ହୋଇପଡ଼ିଛି। ଆମେରିକା ସହ କୌଣସି ପ୍ରକାର ବୁଝାମଣା କରିବନି ବୋଲି ସ୍ପଷ୍ଟ କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କଥାବାର୍ତ୍ତା ପାଇଁ ସଙ୍କେତ ଦେଇଥିଲେ ମଧ୍ୟ ଇରାନ ମନା କରିଦେଇଛି।
ଇସ୍ରାଏଲର ଜବାବୀ ମୁକାବିଲା
ଇରାନର ହସ୍ପିଟାଲ୍, ପୁଲିସ କେନ୍ଦ୍ର ଉପରେ ଆକ୍ରମଣ
ଲେବାନନ୍ରେ ୩୩ ମୃତ, ୩ ଦିନରେ ଇରାନରେ ୫୫୫ ଜଣଙ୍କ ମୃତ୍ୟୁ
ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ, ପ୍ରଥମ ଭାରତୀୟ ମୃତ
ମସ୍କାଟ୍: ଇରାନ ଓ ଆମେରିକା-ଇସ୍ରାଏଲ ଯୁଦ୍ଧରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ସୋମବାର ଓମାନ ଉପସାଗରରେ ମାର୍ଶାଲ ଦ୍ବୀପର ପତାକା ବହନ କରିଥିବା ଏକ ତୈଳ ଟ୍ୟାଙ୍କର୍ ଉପରେ ମାନବବିହୀନ ଡ୍ରୋନ୍ ବୋଟ୍ରେ ଆକ୍ରମଣ ପରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ କାହା ପକ୍ଷରୁ ହୋଇଛି ତାହା ଜଣାପଡ଼ିନାହିଁ। ଓମାନ ନ୍ୟୁଜ୍ ଏଜେନ୍ସି ପକ୍ଷରୁ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ତୈଳ ଟ୍ୟାଙ୍କର୍ରେ ୨୧ ଜଣ କ୍ରୁ ସଦସ୍ୟ ଥିବାବେଳେ ସେମାନଙ୍କ ମଧ୍ୟରେ ୧୬ ଭାରତୀୟ, ୪ ଜଣ ବାଂଲାଦେଶୀ ଓ ଜଣେ ୟୁକ୍ରେନ୍ ନାଗରିକ ଥିଲେ। ଡ୍ରୋନ୍ ବୋଟ୍ରେ ଆକ୍ରମଣ ପରେ ତୈଳ ଟ୍ୟାଙ୍କର୍ରେ ନିଆଁ ଲାଗି ଯାଇଥିଲା। ଅନ୍ୟ ସଦସ୍ୟମାନଙ୍କୁ ତୁରନ୍ତ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।
ସୌଜନ୍ୟ ସମ୍ବାଦ




