ଦେଶ ବିଦେଶ

Iran VS US: ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢ଼େଇ: କୁଏତରେ ଥିବା ଆମେରିକୀୟ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ

ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଏବେ ବଡ଼ ଧରଣର ସାମରିକ ସଂଘର୍ଷରେ ପରିଣତ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ, ଇରାନ ସେନା କୁଏତରେ ଥିବା ଆମେରିକୀୟ ସାମରିକ ଘାଟି ‘କ୍ୟାମ୍ପ ଆରିଫଜାନ’ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି।

ତେହେରାନ: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଏବେ ବଡ଼ ଧରଣର ସାମରିକ ସଂଘର୍ଷରେ ପରିଣତ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ, ଇରାନ ସେନା କୁଏତରେ ଥିବା ଆମେରିକୀୟ ସାମରିକ ଘାଟି ‘କ୍ୟାମ୍ପ ଆରିଫଜାନ’ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣ ପରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି, ଇରାନ ଏବେ ଆମେରିକା ବିରୋଧରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ସାମିଲ ହୋଇଛି। ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ପଛକୁ ହଟିବାର ପଥ ଏବେ ବନ୍ଦ ହୋଇଯାଇଛି। ଯୁଦ୍ଧ ଆରମ୍ଭ ହୋଇଥିବା କଠୋର ବାସ୍ତବତାକୁ ଆମକୁ ଗ୍ରହଣ କରିବାକୁ ପଡିବ ଏବଂ ଯେକୌଣସି ପରିଣାମ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ।

ଇରାନର ସରକାରୀ ସମାଚାର ଏଜେନ୍ସି ଆଇଆରଏନଏ ଅନୁଯାୟୀ, ତେହେରାନର ସ୍ଥଳସେନା ଦକ୍ଷିଣ କୁଏତରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିବା ସହିତ ଆମେରିକାର ଘାତକ କ୍ଷେପଣାସ୍ତ୍ର ପ୍ରଣାଳୀ ‘ହିମାର୍ସ’ କୁ ଟାର୍ଗେଟ କରିଛି। ଇରାନ କହିଛି, ଏହି ଆକ୍ରମଣ ଶତ୍ରୁର କ୍ଷେପଣାସ୍ତ୍ର କ୍ଷମତାକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି। କ୍ୟାମ୍ପ ଆରିଫଜାନ ହେଉଛି ଆମେରିକା ବାୟୁସେନା, ନୌସେନା ଏବଂ ମାରିନ୍ କର୍ପସର ଏକ ପ୍ରମୁଖ ରଣନୈତିକ ଘାଟି। ଆକ୍ରମଣ ପରେ କୁଏତ ଆକ୍ରମଣକୁ ଦୃଢ଼ ନିନ୍ଦା କରି ନିଜର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସତର୍କ କରିଛି।
ଏହି ସାମରିକ କାର୍ଯ୍ୟାନୁଷ୍ଠାନର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥ୍ ସୋସିଆଲ ମାଧ୍ୟମରେ ଚେତାବନୀ ଦେଇଛନ୍ତି, ଯଦି ଇରାନ କୌଣସି ଆମେରିକୀୟ ସୈନିକଙ୍କୁ କ୍ଷତି ପହଞ୍ଚାଏ, ତେବେ ତାହାର ପରିଣାମ ଭୋଗିବାକୁ ପଡିବ। ତେହେରାନ ଉପରେ ଚାପ ପକାଇବା ପାଇଁ ଟ୍ରମ୍ପ ଇରାନର ବିଦ୍ୟୁତ୍ କେନ୍ଦ୍ର ଏବଂ ସେତୁଗୁଡ଼ିକୁ ଟାର୍ଗେଟ କରିବାକୁ ଧମକ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଟ୍ରମ୍ପ ମଙ୍ଗଳବାର ସନ୍ଧ୍ୟାରେ ଡୋଭର ବାୟୁସେନା ଘାଟିରେ ଏକ ସାମରିକ ସମ୍ମାନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସଂଘର୍ଷ ସମୟରେ ପ୍ରାଣ ହରାଇଥିବା ଜଣେ ଆମେରିକୀୟ ସୈନିକଙ୍କ ଶରୀର ପହଞ୍ଚିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button