ଦେଶ ବିଦେଶ

Iran’s ”3-phase” war strategy: ଇରାନର ”୩-ପର୍ଯ୍ୟାୟ” ଯୁଦ୍ଧ ରଣନୀତି: ସମସ୍ୟାରେ ଆମେରିକା-ଇସ୍ରାଏଲ

ମଧ୍ୟପ୍ରାଚ୍ୟ ଏବେ ଋଣଭୂମି ପାଲଟିଛି। ଇରାନ ଇସ୍ରାଏଲ , ଆମେରିକୀୟ ଘାଟି ଏବଂ ଉପସାଗରୀୟ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ତଥା ଡ୍ରୋନ ଆକ୍ରମଣ କରି କଡ଼ା ଜବାବ ଦେବାରେ ଳାଗିଛି।

ତେହେରାନ: ମଧ୍ୟପ୍ରାଚ୍ୟ ଏବେ ଋଣଭୂମି ପାଲଟିଛି। ଇରାନ ଇସ୍ରାଏଲ , ଆମେରିକୀୟ ଘାଟି ଏବଂ ଉପସାଗରୀୟ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ତଥା ଡ୍ରୋନ ଆକ୍ରମଣ କରି କଡ଼ା ଜବାବ ଦେବାରେ ଳାଗିଛି। ୟୁଏଇ ଭଳି ଦେଶଗୁଡ଼ିକ ଅଧିକାଂଶ କ୍ଷେପଣାସ୍ତ୍ରକୁ ପ୍ରତିହତ କରିବା ପାଇଁ ମହଙ୍ଗା ଇଣ୍ଟରସେପ୍ଟର ବ୍ୟବହାର କରିଛନ୍ତି। ଯାହାର ମୂଲ୍ୟ କୋଟି କୋଟି ଡଲାର ଥିଲା।

ଇରାନର ରଣନୀତି ସ୍ପଷ୍ଟ

ଇରାନର ରଣନୀତି ସ୍ପଷ୍ଟ। ପ୍ରଥମେ ଶତ୍ରୁକୁ ଅନ୍ଧ କରିବା, ତା’ପରେ ସେମାନଙ୍କର ପ୍ରତିରକ୍ଷାକୁ ଦୁର୍ବଳ କରିବା, ଏବଂ ଶେଷରେ ଏକ ବଡ଼ ଆକ୍ରମଣ ସହିତ ସେମାନଙ୍କୁ ପରାସ୍ତ କରିବା। ଏହି ତିନି ପର୍ଯ୍ୟାୟ ଯୋଜନାକୁ ବ୍ଲାଇଣ୍ଡ, ଡିପ୍ଲେଟ୍ ଏବଂ ଓଭରହ୍ଲେମ୍ ବୋଲି ଇରାନ କହିଥାଏ। ଇରାନ ଶସ୍ତା ଅସ୍ତ୍ରଶସ୍ତ୍ର ମାଧ୍ୟମରେ ମହଙ୍ଗା ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଶେଷ କରିବାକୁ ଚାହୁଁଛି।

ଇରାନର ପ୍ରାଥମିକ ରଣନୀତି ହେଉଛି ଶତ୍ରୁର ଆଖି କୁହାଯାଉଥିବା ରାଡାରକୁ ନଷ୍ଟ କରି ଶତ୍ରୁକୁ ଅନ୍ଧ କରିବା। ରାଡାର, ସେନ୍ସର ଏବଂ କମାଣ୍ଡ ସେଣ୍ଟର, ଆମେରିକାର ସମନ୍ୱିତ ସେନ୍ସର ନେଟୱାର୍କ, ରାଡାର ଏବଂ କମାଣ୍ଡ ଏବଂ ନିୟନ୍ତ୍ରଣ ନୋଡ ଉପରେ ଆକ୍ରମଣ କରିବା ପାଇଁ ଇରାନ ଶସ୍ତା ସ୍ୱର୍ମ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଯୋଜନା କରିଛି। ଏହି ଶସ୍ତା ଡ୍ରୋନ୍ ଓ କ୍ଷେପଣାସ୍ତ୍ର ରାଡାରକୁ ଟାର୍ଗେଟ କରି ଶତ୍ରୁକୁ ଅନ୍ଧ କରିଦେବ। ଫଳରେ ଶତ୍ରୁ ବିନା ରାଡାରରେ ଯୁଦ୍ଧ କ୍ଷେତ୍ରରେ ଅନ୍ଧ ପାଲଟିଯିବ।

ଇରାନର ଲକ୍ଷ୍ୟ ହେଉଛି ଶତ୍ରୁର ବାୟୁ ପ୍ରତିରକ୍ଷାକୁ ଦୁର୍ବଳ କରିବା

ଫଳରେ ଆମେରିକା ଏବଂ ଏହାର ସହଯୋଗୀମାନଙ୍କୁ ଇରାନ ଦ୍ୱାରା କରାଯାଉଥିବା ଆକ୍ରମଣକୁ ଚିହ୍ନଟ କରିବାରେ ବିଳମ୍ବ ହେବ। ଇରାନର ଲକ୍ଷ୍ୟ ହେଉଛି ଶତ୍ରୁର ବାୟୁ ପ୍ରତିରକ୍ଷାକୁ ଦୁର୍ବଳ କରିବା। ଫଳରେ ଶତ୍ରୁ ବିନା ସୂଚନାରେ ଯୁଦ୍ଧ କରିବାକୁ ବାଧ୍ୟ ହେବ। ପ୍ରାରମ୍ଭିକ ଆକ୍ରମଣରେ, ଇରାନ ଆମେରିକା ଏବଂ ଇସ୍ରାଏଲୀ ନିରୀକ୍ଷଣକୁ ହ୍ରାସ କରିବା ପାଇଁ ଅନେକ ଶସ୍ତା ଡ୍ରୋନ୍ ଓ କ୍ଷେପଣାସ୍ତ୍ର ବ୍ୟବହାର କରିଛି। ଏହି ପର୍ଯ୍ୟାୟରେ ଇରାନ ଶତ୍ରୁକୁ ଦୁର୍ବଳ କରିବାର ମୂଳଦୁଆ ପକାଇଛି।।

ଦ୍ୱିତୀୟ ପଦକ୍ଷେପ ହେଉଛି ଶତ୍ରୁର ବାୟୁ ପ୍ରତିରକ୍ଷାକୁ ଦୁର୍ବଳ କରିବା ଏବଂ ସେମାନଙ୍କର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରକୁ ନଷ୍ଟ କରିବା। ଇରାନ ବହୁ ପରିମାଣରେ ଶସ୍ତା ଅସ୍ତ୍ରଶସ୍ତ୍ ଯେପରିକି ୨୦ ହଜାର ଡଲାର ମୂଲ୍ୟର ଡ୍ରୋନ୍ ଏବଂ ଛୋଟ କ୍ଷେପଣାସ୍ତ୍ର ବ୍ୟବହାର କରୁଛି। ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଶସ୍ତା। ଅପରପକ୍ଷରେ ଆମେରିକା ପାଖରେ ପାଟ୍ରିଅଟ୍ କିମ୍ବା ତାହଡ କ୍ଷେପଣାସ୍ତ୍ର ଭଳି ମହଙ୍ଗା ଇଣ୍ଟରସେପ୍ଟର ଅଛି। ଯାହାର ମୂଲ୍ୟ ଏକ ନିୟୁତ ଡଲାର ରୁ ୧୦ ନିୟୁତ ଡଲାର ମଧ୍ୟରେ।

ଇରାନର ରଣନୀତି ହେଉଛି ଶସ୍ତା ଆକ୍ରମଣ କରି ଶତ୍ରୁକୁ ମହଙ୍ଗା ଇଣ୍ଟରସେପ୍ଟର ବ୍ୟବହାର କରିବାକୁ ଏବଂ ସେମାନଙ୍କର ଷ୍ଟକ୍ ଶୂନ୍ୟ କରିବାକୁ ବାଧ୍ୟ କରିବା। ଏହା ଏକ କଷ୍ଟ ଆସିମେଟ୍ରି ଟ୍ରାପ୍। ଏହା ଦ୍ବାରା ଇରାନ କମ୍ ଖର୍ଚ୍ଚ କରି ଶତ୍ରୁକୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ କରେ। ଉପସାଗରରେ, ୟୁଏଇ ଇରାନ ଆକ୍ରମଣକୁ ପ୍ରତିହତ କରିବା ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରିଛି, କିନ୍ତୁ ଇରାନ ପାଖରେ ଏବେ ବି ଶସ୍ତା ଅସ୍ତ୍ରଶସ୍ତ୍ରର ଏକ ବଡ଼ ଭଣ୍ଡାର ଅଛି। ଏହା ଆମେରିକାର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଯୋଜନା ରଖିଛି।

ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ହେଉଛି ଶତ୍ରୁକୁ ସମ୍ପୂର୍ଣ୍ଣ ଘେରି ରଖିବା

ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ହେଉଛି ଶତ୍ରୁକୁ ସମ୍ପୂର୍ଣ୍ଣ ଘେରି ରଖିବା। ଯେତେବେଳେ ଶତ୍ରୁର ପ୍ରତିରକ୍ଷା ଦୁର୍ବଳ ହୋଇଯିବ ଓ ଇଣ୍ଟରସେପ୍ଟରଗୁଡ଼ିକୁ ନଷ୍ଟ କରିଦିଆଯିବ ସେତେବେଳେ ଇରାନ ନିଜର ବଡ଼ ଏବଂ ଅଧିକ ବିପଦପୂର୍ଣ୍ଣ ଅସ୍ତ୍ର, ଯେପରିକି ହାଇପରସୋନିକ୍ କ୍ଷେପଣାସ୍ତ୍ର, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ହୋଲ୍ଡ-ବ୍ୟାକ୍ ସିଷ୍ଟମ ଲଞ୍ଚ୍ କରିବ ଏହି କ୍ଷେପଣାସ୍ତ୍ରଗୁଡ଼ିକ ଅତ୍ୟନ୍ତ ଦ୍ରୁତ ଏବଂ ସଠିକ ଭାବେ ଦୁର୍ବଳ ପ୍ରତିରକ୍ଷାକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ।

ଏହି ଆକ୍ରମଣ ମାଧ୍ୟମରେ ଇରାନ ଆମେରିକୀୟ ଜାହାଜ, ଘାଟି ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯଥେଷ୍ଟ କ୍ଷତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଶସ୍ତା ଅସ୍ତ୍ରଶସ୍ତ୍ର ସହିତ ଶତ୍ରୁକୁ କ୍ଳାନ୍ତ କରି, ଇରାନ ବଡ଼ ଆକ୍ରମଣ ପାଇଁ ପଥ ପ୍ରସ୍ତୁତ କରୁଛି। ଇରାନର ଏଭଳି ଯୁଦ୍ଧ ନୀତି ଆମେରିକା ଏବଂ ଇସ୍ରାଏଲର ଚିନ୍ତା ବଢ଼ାଇଛି। ଫଳରେ ଯୁଦ୍ଧ ଅଧିକ ଲମ୍ବା ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button