Iran’s Chief Justice: ଦ୍ରୁତ ବିଚାର ଓ ମୃତ୍ୟୁଦଣ୍ଡ ପ୍ରସ୍ତାବ ଦେଲେ ଇରାନ ପ୍ରଧାନ ବିଚାରପତି; ଅତି କଠୋର ପଦକ୍ଷେପ ନେବୁ: ଟ୍ରମ୍ପ

ଇରାନରେ ଚାଲିଥିବା ବିକ୍ଷୋଭ ଓ ଅଶାନ୍ତି ମଧ୍ୟରେ ଦେଶର ପ୍ରଧାନ ବିଚାରପତି ଗୋଲାମ ହୋସେନ୍‌ ମୋହସେନି ବିକ୍ଷୋଭକାରୀଙ୍କ ବିରୋଧରେ ଦ୍ରୁତ ବିଚାର ଓ ମୃତ୍ୟୁଦଣ୍ଡ ପ୍ରଦାନ ପ୍ରସ୍ତାବ ଦେଇଛନ୍ତି।

ତେହେରାନ: ଇରାନରେ ଚାଲିଥିବା ବିକ୍ଷୋଭ ଓ ଅଶାନ୍ତି ମଧ୍ୟରେ ଦେଶର ପ୍ରଧାନ ବିଚାରପତି ଗୋଲାମ ହୋସେନ୍‌ ମୋହସେନି   ବିକ୍ଷୋଭକାରୀଙ୍କ ବିରୋଧରେ ଦ୍ରୁତ ବିଚାର ଓ ମୃତ୍ୟୁଦଣ୍ଡ ପ୍ରଦାନ  ପ୍ରସ୍ତାବ ଦେଇଛନ୍ତି। ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଧମକ ଦେବା ଓ ବିକ୍ଷୋଭକାରୀଙ୍କୁ ତୁରନ୍ତ ସହାୟତା ମିଳିବ ବୋଲି ଘୋଷଣା ପରେ ପ୍ରଧାନ ବିଚାରପତି ଏଭଳି ମତ ରଖିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ବିକ୍ଷୋଭକାରୀଙ୍କ ବିରୋଧରେ ‘ଦ୍ରୁତ ଓ କଡ଼ା ବିଚାର’ ଆବଶ୍ୟକ ଏବଂ ଏହା ଦ୍ୱାରା ଦେଶରେ ଶାନ୍ତି ପୁନଃସ୍ଥାପନ ହେବ। ସେ  କହିଛନ୍ତି,  ଯେଉଁମାନେ  ଦେଶ  ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି  ସେମାନଙ୍କୁ ଦ୍ରୁତ ମୃତ୍ୟୁଦଣ୍ଡ ଦେବାକୁ ନିଷ୍ପତ୍ତି ହୋଇଛି।

ଏହି ବୟାନ ପରେ ବିକ୍ଷୋଭକାରୀମାନେ ଆହୁରି ଉତ୍ତେଜିତ ହୋଇଛନ୍ତି ଏବଂ ତେହେରାନ୍, ଇସ୍ଫହାନ୍, ଶିରାଜ୍ ଓ ମାଶହାଦ୍ ଭଳି ସହରଗୁଡ଼ିକରେ ଭୀଷଣ ହିଂସା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସରକାରୀ ବାହିନୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ୩ ଶହରୁ ଅଧିକ ସ୍ଥାନରେ ସଂଘର୍ଷ ହୋଇଛି। ସିଧା  ଗୁଳିବର୍ଷଣ, ଟିୟର ଗ୍ୟାସ୍ ମାଡ଼ ଓ ଅନ୍ୟ ଦମନମୂଳକ କାର୍ଯ୍ୟ ଯୋଗୁଁ ଏହି ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି।

ଏହି ପରିସ୍ଥିତି ମଧ୍ୟରେ   ଟ୍ରମ୍ପ ଇରାନ ସରକାରଙ୍କୁ କଡ଼ା ଚେତାବନୀ ଦେଇ  କହିଛନ୍ତି ଯେ ଇରାନରେ ଆନ୍ଦୋଳନକାରୀଙ୍କୁ ଦଣ୍ଡ ଦେଲେ ଆମେରିକା ଅତି କଠୋର   ପଦକ୍ଷେପ ନେବ ଏବଂ ଏହି ପରିସ୍ଥିତି ପାଇଁ ଇରାନର ନେତୃତ୍ୱକୁ ଦାୟୀ କରାଯିବ। ଏହା ସହ ଟ୍ରମ୍ପ ଇରାନର ବିକ୍ଷୋଭକାରୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବା ଦ୍ବାରା ସମଗ୍ର ଇରାନ ଏବେ ଗୃହଯୁଦ୍ଧ ସ୍ଥିତିର ସମ୍ମୁଖୀନ ହୋଇଛି।

ସୌଜନ୍ୟ ସମ୍ବାଦ

Exit mobile version