
ତେହେରାନ୍: ଇସ୍ରାଏଲ ଓ ଆମେରିକା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଇରାନ ଓମାନର ସାମୁଦ୍ରିକ ସୀମାରେ ଜାହାଜ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି କମରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିରକ ଆହତ ହୋଇଛନ୍ତି। ଜାହାଜରୁ ଆହତ ଭାରତୀୟମାନଙ୍କୁ ବାହାର କରିବା ପାଇଁ ଓମାନ ପ୍ରଶାସନ ସହିତ ମିଳିତ ଭାବରେ ପ୍ରୟାସ ଜାରି ରହିଛି।
କ୍ରୁରୁ ସଦସ୍ୟଙ୍କ ମୃତ୍ୟୁ ପାଇଁ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି
ମାର୍ଶାଲ ଦ୍ବୀପପୁଞ୍ଜ-ପତାକାଯୁକ୍ତ ‘ଏମକେଡି ବ୍ୟୋମ୍’ ଜାହାଜ ମସ୍କଟଠାରୁ ପ୍ରାୟ ୫୨ ନଟିକାଲ ମାଇଲ ଦୂରରେ ଥିବା ବେଳେ ଏକ ଜୋରଦାର ବିସ୍ଫୋରଣ ଘଟିଥିଲା। ‘ଏମକେଡି ବ୍ୟୋମ୍’ରେ ଥିବା ଭାରତୀୟ କ୍ରୁରୁ ସଦସ୍ୟଙ୍କ ମୃତ୍ୟୁ ପାଇଁ ଓମାନରେ ଥିବା ଭାରତୀୟ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି।
ଅପରପକ୍ଷରେ, ପଶ୍ଚିମ ଏସିଆରେ ଶତ୍ରୁତା ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ତେଲ ଓ ଗ୍ୟାସ ଟ୍ୟାଙ୍କରଗୁଡ଼ିକର ଚଳାଚଳ ବାଧାପ୍ରାପ୍ତ ହୋଇଥିାବାରୁ ସୋମବାର ବିଶ୍ବରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଆମେରିକାର ତୈଳ ମୂଲ୍ୟ ୭.୬ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୭୨.୧୨ ଡଲାରରେ ପହଞ୍ଚିଛି, ଯେତେବେଳେ କି ଆନ୍ତର୍ଜାତୀୟ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ୮.୬ ପ୍ରତିଶତ ବୃଦ୍ଧି ପାଇ ୭୯.୧୧ ଡଲାରରେ ପହଞ୍ଚିଛି। ବିବାଦ ଯୋଗୁଁ ଏକ ପ୍ରମୁଖ ଏଲଏନଜି ଯୋଗାଣକାରୀ କାତାର ଉତ୍ପାଦନ ବନ୍ଦ କରିଦେବାରୁ ୟୁରୋପରେ ପ୍ରାକୃତିକ ଗ୍ୟାସ ମୂଲ୍ୟ ୪୦ ପ୍ରତିଶତରୁ ଅଧିାକ ବୃଦ୍ଧି ପାଇଛି।
ସୌଜନ୍ୟ ସମ୍ବାଦ




