ରୋମ୍: ଇଟାଲୀର ବେର୍ଗାମୋ ପ୍ରଦେଶର କୋଭୋରେ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ରବିବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଲା ସିସିଲିଆ ଖବରକାଗଜ ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରିର କିଛି ମିନିଟ୍ ପୂର୍ବରୁ ସହରର ଶିଳ୍ପାଞ୍ଚଳରେ ଥିବା ଗୁରୁଦ୍ୱାରା ମାତା ସାହିବ କୌରଜୀଙ୍କ ସାମ୍ନାରେ ଥିବା ଛକରେ ଏହି ଆକ୍ରମଣ ଘଟିଥିଲା।ମୃତକମାନେ ହେଲେ କୋଭୋର ୪୮ ବର୍ଷୀୟ ରାଗିନ୍ଦର ସିଂ ଓ ଆଗ୍ନାଡେଲୋର ଗୁରମିତ ସିଂହ (୪୮)। ଆକ୍ରମଣକାରୀ ସେମାନଙ୍କ ନିକଟକୁ ଯାଇ ଗୁଳି ଚଳାଇଥିଲେ ଏବଂ ପରେ ଏକ କାର୍ରେ ପଳାଇ ଯାଇଥିଲେ। ଜଣେ ସାକ୍ଷୀ ଗଣମାଧ୍ୟମକୁ କହିଛନ୍ତି ଯେ ସୁଟର ଜଣେ ଭାରତୀୟ, ଯିଏ ଗୁରୁଦ୍ୱାରାକୁ ବାରମ୍ବାର ଆସୁଥିଲେ। ସେହି ସାକ୍ଷୀଙ୍କ କହିବା ଅନୁଯାୟୀ, ଗୁଳି ଜଣେ ତୃତୀୟ ବ୍ୟକ୍ତିଙ୍କୁ ମଧ୍ୟ ଚରାଯାଇଥିଲା।
ସୌଜନ୍ୟ ସମ୍ବାଦ

