ରାଜ୍ୟ

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ ହୋଇଛି। ଭୁବନେଶ୍ବରର ୪ଟି ଘର ସମେତ ମୋଟ୍‌ ୯ଟି ସ୍ଥାନରେ ରେଡ ହୋଇଛି। ITDA କାର୍ଯ୍ୟାଳୟ ଓ ବାଲିଗୁଡ଼ା ସରକାରୀ ଘର, ଯାଜପୁରର ଧର୍ମଶାଳାର ଥିବା ପୈତୃକ ଘର ଓ ବାରିପଦା ସମ୍ପର୍କୀୟଙ୍କ ଘରେ ବି ରେଡ୍‌ ଚାଲିଛି।
ଭୁବନେଶ୍ୱର ନୀଳାଦ୍ରି ବିହାରରେ ୪ ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ତିନି ମହଲା ଘର, ପଟିଆ କାନନ ବିହାର ଫେଜ -୧ରେ ଦୁଇ ମହଲା ଘର, ଏବଂ ଚନ୍ଦ୍ରଶେଖରପୁରରେ ଦୁଇ ମହଲା ବିଶିଷ୍ଟ ଘର ଠାବ କରାଯାଇଛି।

ଯାଜପୁର ଜିଲା ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ଗ୍ରାମରେ ପୈତୃକ ଜମି ଉପରେ ନିର୍ମିତ ଦୁଇ ମହଲା ଘର ଠାବ କରିଛି ଭିଜିଲାନ୍ସ। ବାରିପଦା ସହରର ଦେଉଳ ସାହି, ଓ୍ବାର୍ଡ ନଂ-୯ରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଧର୍ମଶାଳାର ପାଣ୍ଡୁଆ ଗ୍ରାମରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର,ବାଲିଗୁଡାସ୍ଥିତ ସ୍ବତନ୍ତ୍ର ଅଧିକାରୀ, ଆଇଟିଡିଏ କାର୍ଯ୍ୟାଳୟରେ ଥିବା ବେହେରାଙ୍କ କାର୍ଯ୍ୟାଳୟ, ଆଇଟିଡିଏ କାର୍ଯ୍ୟାଳୟ ନିକଟ ବାଲିଗୁଡ଼ାରେ ଥିବା ତାଙ୍କ ସରକାରୀ ବାସଭବନରେ ଚାଲିଛି ରେଡ୍‌।

 

 

ସୌଜନ୍ୟ ଧରିତ୍ରୀ

Show More
Back to top button