ଦେଶ ବିଦେଶ

JammuKashmir: ‘ଗେଟଆଉଟ’ କାହିଁକି କହିଲ? ଆଇଏଏସ ଅଧିକାରୀଙ୍କୁ ହଟାଇବାକୁ ଦାବି କଲେ ଫାରୁକ୍ ଅବ୍ଦୁଲ୍ଲା

ଜମ୍ମୁ-କଶ୍ମୀରରେ ଜଣେ ମହିଳା JKAS (ଜମ୍ମୁ-କଶ୍ମୀର ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍) ଅଧିକାରୀଙ୍କ ସହ କଥିତ ଦୁର୍ବ୍ୟବହାର ମାମଲାକୁ ନେଇ ରାଜନୀତି ସରଗରମ ହୋଇଛି।

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଜଣେ ମହିଳା JKAS (ଜମ୍ମୁ-କଶ୍ମୀର ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍) ଅଧିକାରୀଙ୍କ ସହ କଥିତ ଦୁର୍ବ୍ୟବହାର ମାମଲାକୁ ନେଇ ରାଜନୀତି ସରଗରମ ହୋଇଛି। ଜାତୀୟ କନଫରେନ୍ସ (NC) ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲା ଏହି ଘଟଣାରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ସମ୍ପୃକ୍ତ ଆଇଏଏସ ଅଧିକାରୀଙ୍କ ଆଚରଣକୁ ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ଜମ୍ମୁ-କଶ୍ମୀରରୁ ହଟାଇବାକୁ ଦାବି କରିଛନ୍ତି।

ଶ୍ରୀନଗରରେ ଗଣମାଧ୍ୟମ ସହ ଆଲୋଚନାବେଳେ ଫାରୁକ୍ ଅବ୍ଦୁଲ୍ଲା କହିଛନ୍ତି ଯେ, ଜଣେ ପ୍ରଶାସନିକ ଅଧିକାରୀଙ୍କଠାରୁ ଯେପରି ବୃତ୍ତିଗତ ଆଚରଣ ଆଶା କରାଯାଏ, ସମ୍ପୃକ୍ତ ଆଇଏଏସ ଅଧିକାରୀଙ୍କ ଆଚରଣ ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଗ୍ରହଣଯୋଗ୍ୟ ନୁହେଁ। ଅଧିକାରୀମାନଙ୍କ ମୁଖ୍ୟ କାମ ହେଉଛି ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଏବଂ ସେମାନଙ୍କର ସମସ୍ୟା ଦୂର କରିବା। ଏହିପରି ଦୁର୍ବ୍ୟବହାର କୌଣସି ପରିସ୍ଥିତିରେ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button