Janaki Ballabh Patnaik: ଜାନକୀ ପଟ୍ଟନାୟକଙ୍କ ଉପରେ ଦୁଇଦିନିଆ ରାଷ୍ଟ୍ରୀୟ ସଂଗୋଷ୍ଠୀ

କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଓ ଆସାମର ପୂର୍ବ ରାଜ୍ୟପାଳ, କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ, ବିଶିଷ୍ଟ ସାହିତ୍ୟିକ ତଥା ତିରୁପତି ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ଓ ଶ୍ରୀଜଗନ୍ନାଥ ସଂସ୍କୃତ...

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଓ ଆସାମର ପୂର୍ବ ରାଜ୍ୟପାଳ, କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ, ବିଶିଷ୍ଟ ସାହିତ୍ୟିକ ତଥା ତିରୁପତି ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଜ୍ଞାନବାଚସ୍ପତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ‘ସଂସ୍କୃତ ସାହିତ୍ୟ ପ୍ରତି ଯୋଗଦାନ’ ବିଷୟରେ ଏକ ଦୁଇଦିନିଆ ରାଷ୍ଟ୍ରୀୟ ସଂଗୋଷ୍ଠୀର ଆୟୋଜନ ଖୁବ ଶୀଘ୍ର କରାଯିବ ବୋଲି ଏକାଡେମୀର ସାଧାରଣ ପରିସଦ ଓ କାର୍ଯ୍ୟକାରିଣୀ ପରିଷଦ ଗତ ୩୦ ତାରିଖ ସୋମବାର ଦିନ ଅନୁଷ୍ଠିତ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ସଂଗୋଷ୍ଠୀ ଶ୍ରୀପଟ୍ଟନାୟକଙ୍କର ଜନ୍ମଶତ ବାର୍ଷିକୀ ମହୋତ୍ସବ ପାଳନ ଅବସରରେ ତିରୁପତି ଠାରେ ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସହଯୋଗ ଓ ତତ୍ତ୍ୱାବଧନରେ ସାହିତ୍ୟ ଏକାଡେମୀ ତରଫରୁ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ପ୍ରକାଶଥାଉକି, ୨୦୧୫ ମସିହା ଅପ୍ରେଲ ୨୧ ତାରିଖ ଦିନ ଶ୍ରୀଯୁକ୍ତ ପଟ୍ଟନାୟକ ତିରୁପତି ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ତିରୁପତି ରେ ଥିବା ସମୟରେ ହିଁ ୯୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

 

 

ସୌଜନ୍ୟ ସମ୍ବାଦ

Exit mobile version