ଦେଶ ବିଦେଶ

Jantar Mantar: ଯନ୍ତରମନ୍ତରରୁ ଆନ୍ଦୋଳନ ସ୍ଥଳ ମାନ୍ୟତା ହଟାଇବା ମାମଲା: କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ

ଦିଲ୍ଲୀର ଯନ୍ତରମନ୍ତରକୁ ନିର୍ଦ୍ଧାରିତ ଆନ୍ଦୋଳନ ସ୍ଥଳ ତାଲିକାରୁ ବାଦ୍‌ ଦେବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାଏର ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରକୁ ନିର୍ଦ୍ଧାରିତ ଆନ୍ଦୋଳନ ସ୍ଥଳ ତାଲିକାରୁ ବାଦ୍‌ ଦେବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାଏର ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ଉଭୟ ପକ୍ଷଙ୍କଠାରୁ ଜବାବ ଲୋଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ। ଜବାବରେ ସନ୍ତୁଷ୍ଟ ନ ହେଲେ ଆଇନ ତା’ ବାଟରେ ଯିବ ବୋଲି କୋର୍ଟ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଥିଲେ ଯେ ଯନ୍ତରମନ୍ତରକୁ ଆନ୍ଦୋଳନ ସ୍ଥଳ ମାନ୍ୟତାରୁ ବାଦ୍‌ ଦେବା ନିଷ୍ପତ୍ତି ଏକ କମିଟିର ସୁପାରିସ ଆଧାରରେ ନିଆଯାଇଛି। ଦିଲ୍ଲୀ ପୁଲିସର ଅକ୍ଟୋବର ୧୧ ତାରିଖର ଆଦେଶ ଅନୁସାରେ, ରାମଲୀଳା ମଇଦାନ, ବୁରାଡ଼ି ମଇଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି ମଇଦାନକୁ ଆନ୍ଦୋଳନ ପାଇଁ ନୂଆ ସ୍ଥଳ ଭାବେ ଚିହ୍ନଟ କରାଯାଇଛି।

ନୂଆ ସ୍ଥଳ ଚିହ୍ନଟ

ଏହି ସ୍ଥାନଗୁଡ଼ିକରେ ଆନ୍ଦୋଳନ ଆୟୋଜନ ପାଇଁ ନିୟମାବଳୀ ପରେ ଜାରି କରାଯିବ ବୋଲି ମଧ୍ୟ ଆଦେଶରେ କୁହାଯାଇଛି। ଦିଲ୍ଲୀର ମଧ୍ୟଭାଗରେ ଅବସ୍ଥିତ ଯନ୍ତରମନ୍ତର ଦୀର୍ଘଦିନ ଧରି ବିଭିନ୍ନ ଆନ୍ଦୋଳନର ପ୍ରମୁଖ ସ୍ଥଳ ରହିଆସିଛି। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟଠାରୁ ଆରମ୍ଭ କରି ଭୋଟ୍‌ ଚୋରି ଅଭିଯୋଗ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଏଠାରେ ଆନ୍ଦୋଳନ ହୋଇଛି। ଏହି ସ୍ଥଳର ମାନ୍ୟତା ହଟାଇବା ନିଷ୍ପତ୍ତିକୁ ନେଇ ଏବେ ଆଇନଗତ ବିଚାର ଆରମ୍ଭ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button