Jerusalem church incident: ଅଲ-ଆକସା ମସଜିଦ ପରେ ଚର୍ଚ୍ଚ ଉପରେ କଟକଣା ଲଗାଇଲା ଇସ୍ରାଏଲ: କାର୍ଡିନାଲ୍‌ଙ୍କ ପ୍ରବେଶକୁ ମନା କରିବା ନେଇ ଖ୍ରୀଷ୍ଟିଆନ ସମ୍ପ୍ରଦାୟ କ୍ରୋଧିତ

ଇସ୍ରାଏଲୀ ପୁଲିସ ରବିବାର ପାମ୍ ସଣ୍ଡେ ପାଳନ କରିବା ପାଇଁ ପବିତ୍ର ସେପୁଲଚର ଚର୍ଚ୍ଚରେ ପ୍ରବେଶ କରୁଥିବା ଜଣେ ବରିଷ୍ଠ ଭଟିକାନ କାର୍ଡିନାଲଙ୍କୁ ବାରଣ କରିଥିଲେ। ଏହା ଶତାବ୍ଦୀ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ କାର୍ଡିନାଲଙ୍କୁ ଚର୍ଚ୍ଚରେ ପ୍ରବେଶ କରିବାକୁ ବାରଣ କରାଯାଇଥିବା ଘଟଣା ବୋଲି କୁହାଯାଉଛି।

ଜେରୁଜାଲେମ: ଇସ୍ରାଏଲୀ ପୁଲିସ ରବିବାର ପାମ୍ ସଣ୍ଡେ ପାଳନ କରିବା ପାଇଁ ପବିତ୍ର ସେପୁଲଚର ଚର୍ଚ୍ଚରେ ପ୍ରବେଶ କରୁଥିବା ଜଣେ ବରିଷ୍ଠ ଭଟିକାନ କାର୍ଡିନାଲଙ୍କୁ ବାରଣ କରିଥିଲେ। ଏହା ଶତାବ୍ଦୀ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ କାର୍ଡିନାଲଙ୍କୁ ଚର୍ଚ୍ଚରେ ପ୍ରବେଶ କରିବାକୁ ବାରଣ କରାଯାଇଥିବା ଘଟଣା ବୋଲି କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ରାତିରେ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ। ଜେରୁଜାଲେମର ଲାଟିନ୍ ପିଟ୍ରିଆର୍କେଟର ମୁଖ୍ୟ କାର୍ଡିନାଲ ପିଅରବାଟିଷ୍ଟା ପିଜାବାଲ୍ଲାଙ୍କୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସବୁଠାରୁ ପବିତ୍ର ସ୍ଥାନରେ ପ୍ରବେଶ କରିବାରୁ ବାରଣ କରାଯାଇଥିଲା। ଇସ୍ରାଏଲର ଏହି ପଦକ୍ଷେପ ଇଟାଲୀ ସହିତ କୂଟନୈତିକ ବିବାଦ ସୃଷ୍ଟି କରିଛି ଏବଂ ଦେଶର ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି କହିଛନ୍ତି ଯେ, ସେ ଏହି ଘଟଣା ପାଇଁ ଇସ୍ରାଏଲୀ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ସମସ୍ତ ଧର୍ମର ଲୋକଙ୍କର ବଡ଼ ଧରଣର ସମାବେଶକୁ ନିଷିଦ୍ଧ କରିଛି। ଯେଉଁଥିରେ ଅଲ-ଆକସା ମସଜିଦରେ ଜମାନ ପାଠ ମଧ୍ୟ ସାମିଲ ଅଛି।

ସୌଜନ୍ୟ ସମ୍ବାଦ

Exit mobile version