Judgement: ଜବାବ ଦେବାକୁ କେଜ୍ରିୱାଲଙ୍କୁ ସମୟ ଦେଲେ ହାଇକୋର୍ଟ, ଏପ୍ରିଲ ୨ରେ ହେବ ଶୁଣାଣି

ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ ଅଭିଯୁକ୍ତଙ୍କ ଦାବିକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରିଛନ୍ତି। କେଜ୍ରିୱାଲ ଇଡି ଆବେଦନ ବିରୋଧରେ ଜବାବ ଦାଖଲ କରିବା ପାଇଁ ସମୟ ମାଗିଥିଲେ। ଇଡି ଏହାକୁ ବିରୋଧ କରିଥିଲା।

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ ଅଭିଯୁକ୍ତଙ୍କ ଦାବିକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରିଛନ୍ତି। କେଜ୍ରିୱାଲ ଇଡି ଆବେଦନ ବିରୋଧରେ ଜବାବ ଦାଖଲ କରିବା ପାଇଁ ସମୟ ମାଗିଥିଲେ। ଇଡି ଏହାକୁ ବିରୋଧ କରିଥିଲା, କିନ୍ତୁ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଅଭିଯୁକ୍ତଙ୍କୁ ସମୟ ଦେଇ ଏପ୍ରିଲ ୨ ସୁଦ୍ଧା ଜବାବ ଆସିବା ଉଚିତ ବୋଲି କହିଥିଲେ।

ବାସ୍ତବରେ, ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ଅରବିନ୍ଦ କେଜ୍ରିୱାଲ, ମନିଷ ସିସୋଦିଆଙ୍କ ସମେତ ୨୩ ଜଣ ଅଭିଯୁକ୍ତଙ୍କୁ ନିମ୍ନ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତଦନ୍ତକୁ ନେଇ କୋର୍ଟ ଅନେକ ତୀକ୍ଷ୍ଣ ମନ୍ତବ୍ୟ ମଧ୍ୟ ଦେଇଥିଲେ। ସିବିଆଇ ପରେ ଇଡି ମଧ୍ୟ ଏହି ମନ୍ତବ୍ୟ ଓ ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ କୋର୍ଟରେ ଇଡି ତରଫରୁ ଏଏସ୍‌ଜି ଏସ୍‌ଭି ରାଜୁ ହାଜର ହୋଇଥିଲେ। ଅଭିଯୁକ୍ତଙ୍କ ପାଇଁ ହାଜର ହୋଇଥିବା କିଛି ଓକିଲ ସେମାନଙ୍କ ଜବାବ ଦାଖଲ କରିବାକୁ ଅଧିକ ସମୟ ମାଗିଥିବାବେଳେ ଇଡି କହିଛି ଯେ, ଏହା ଆବଶ୍ୟକ ନାହିଁ।

ସୌଜନ୍ୟ ସମ୍ବାଦ

Exit mobile version