ରାଜ୍ୟ

Judgement: ଲାଞ୍ଚ ମାମଲାରେ ପୂର୍ବତନ ଜିଆର୍‌ଏସ୍‌ଙ୍କୁ ୩ ବର୍ଷ ଜେଲ୍‌

ଲାଞ୍ଚ ନେବା ମାମଲାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ଶାନ୍ତନୁ ନାଗଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି। ଆଜି ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ଏହି ଦଣ୍ଡାଦେଶ...

ଭୁବନେଶ୍ୱର: ଲାଞ୍ଚ ନେବା ମାମଲାରେ କଳାହାଣ୍ଡିଜିଲ୍ଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ଶାନ୍ତନୁ ନାଗଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି। ଆଜି ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇବା ସହ ଜରିମାନା ମଧ୍ୟ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମନରେଗା ଯୋଜନାରେ ଜଣେ ହିତାଧିକାରୀଙ୍କ ଜମିରେ ହୋଇଥିବା ଜମି ଉନ୍ନତୀକରଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ମଷ୍ଟର ରୋଲ୍‌ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ବ୍ୟାଙ୍କ୍‌ ଖାତାକୁ ଅନ୍‌ଲାଇନ୍‌ରେ ମଜୁରି ଅର୍ଥ ପଠାଇବା ପାଇଁ ଶାନ୍ତନୁ ହିତାଧିକାରୀଙ୍କୁ ଲାଞ୍ଚ ନେଇଥିଲେ।

ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ସେ ଚାକିରିରୁ ମଧ୍ୟ ବହିଷ୍କୃତ ହୋଇଥିଲେ। ମାମଲାର ବିଚାର ପରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button