ରାଜ୍ୟ
Kalinga Ghati Landslide: ମାସେ ପରେ ବି ଖୋଲିଲାନି କଳିଙ୍ଗା ଘାଟି, ୫୦ କିମି ବୁଲି ହନ୍ତସନ୍ତ ହେଉଛନ୍ତି ଲୋକେ
ସାରା ଦେଶରେ ସମସ୍ତ ସାମଗ୍ରିର ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। କନ୍ଧମାଳ ଏବଂ ଗଞ୍ଜାମ ସୀମା ଅଞ୍ଚଳବାସୀଙ୍କ ପାଇଁ ମଧ୍ୟ ସମାନ ଅବସ୍ଥା। ଏହାର କାରଣ ହେଲା କଳିଙ୍ଗା ଘାଟି ଦୀର୍ଘ ଏକ ମାସ ହେଲା ବନ୍ଦ...

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ସାରା ଦେଶରେ ସମସ୍ତ ସାମଗ୍ରିର ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। କନ୍ଧମାଳ ଏବଂ ଗଞ୍ଜାମ ସୀମା ଅଞ୍ଚଳବାସୀଙ୍କ ପାଇଁ ମଧ୍ୟ ସମାନ ଅବସ୍ଥା। ଏହାର କାରଣ ହେଲା କଳିଙ୍ଗା ଘାଟି ଦୀର୍ଘ ଏକ ମାସ ହେଲା ବନ୍ଦ ରହିବା। ଗତ ମାସରେ ଲଗାଣ ବର୍ଷା ପାଇଁ ୨୩ ଏବଂ ୨୪ ତାରିଖ ଦୁଇ ଦିନ ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟି ରାସ୍ତାରେ ଯାତାୟତ ବନ୍ଦ ରଖିଥିବା ବେଳେ ଗତ ବର୍ଷ ଯେଉଁ ସ୍ଥାନରେ ଭୂସ୍ଖଳନ ଘଟି ଦୀର୍ଘ ୪୭ଦିନ ରାସ୍ତା ବନ୍ଦ ରହିଥିଲା ସେଇ ସ୍ଥାନରେ ପୁଣି ଏକ ବିରାଟ ପଥର ଖସିବା ଫଳରେ ରାସ୍ତା ଉପରେ ପଥର ପଡ଼ିବା ସହ ଦୁଇ ପାର୍ଶ୍ଵର ଗାର୍ଡ ୱାଲ ଭାଙ୍ଗି ଯାଇଥିଲା।
ସୌଜନ୍ୟ ସମ୍ବାଦ



