ରାଜ୍ୟ

Lakhpati Didis ଓଡ଼ିଶା ଜୀବିକା ମିସନରେ ସୃଷ୍ଟି ହୋଇଛନ୍ତି ୨୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

ଓଡ଼ିଶା ଜୀବିକା ମିସନ ଅଧୀନରେ ୨୬.୫୯ ଲକ୍ଷ ମହିଳା ଲକ୍ଷପତି ଦିଦି ଭାବେ ମାନ୍ୟତା ପାଇଛନ୍ତି। ୫.୯୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୭୫,୧୧୬ କୋଟି ଟଙ୍କା ଋଣ ସହାୟତା ମିଳିଥିବା ବେଳେ ୧.୭୦ ଲକ୍ଷ ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ଦିଆଯାଇଛି।

ଭୁବନେଶ୍ୱର: ରାଜ୍ୟରେ ସମ୍ପ୍ରତି ୨୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଅଛନ୍ତି। ୫୦ ଲକ୍ଷରୁ (୮୪%) ଅଧିକ ସଦସ୍ୟ ଫାର୍ମଭିତ୍ତିକ ଜୀବିକା ନିର୍ବାହ କାର୍ଯ୍ୟ କରୁଥିବା ବେଳେ  ୨ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟ  ସେବା ଭିତ୍ତିକ ଏବଂ ୨.୩୦ ଲକ୍ଷ  ଅଣକୃଷି ଓ ଅନ୍ୟ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଆଜି (ବୁଧବାର) ଅନୁଷ୍ଠିତ  ଓଡ଼ିଶା ଜୀବିକା ମିସନ (ଓଏଲଏମ)ର  ୫ମ ପରିଚାଳନା କମିଟି ବୈଠକରେ ଉପସ୍ଥାପିତ ‌ତଥ୍ୟରୁ ଜଣାଯାଇଛି।

ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ମିସନ  ନିର୍ଦ୍ଦେଶିକା ତଥା ସିଇଓ ମିସନ ଶକ୍ତି ବିଭାଗ ଡଃ. ମୋନିକା ପ୍ରିୟଦର୍ଶିନୀ ଓଡ଼ିଶା ଜୀବିକା ଜୀବିକା ମିସନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନ କରିଥିଲେ ।  ୨୦୨୪ ମସିହାରେ ହାରାହାରି ଋଣ ପରିମାଣ ୪ ଲକ୍ଷ ଟଙ୍କା ଥିବାବେଳେ ୨୦୨୬ ମସିହାରେ ଏହା ବୃଦ୍ଧି ପାଇ ୫.୯୬ ଲକ୍ଷ ଟଙ୍କା ହୋଇଛି ।  ୫.୯୫ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏସ୍.ଏଚ୍.ଜି ବ୍ୟାଙ୍କ ଲିଙ୍କ୍ରେ ୭୫,୧୧୬ କୋଟି ଅର୍ଥ ଋଣ ସହାୟତା ପ୍ରଦାନ କରାଯାଇଛି । ୧.୭୦ ଲକ୍ଷ ଉଦ୍ୟୋଗୀଙ୍କ  ପାଇଁ ୭,୯୯୭ କୋଟି  ଆର୍ଥିକ ସହାୟତା ପ୍ରଦାନ  କରାଯାଇଛି । ଓଡ଼ିଶା ଜୀବିକା ମିସନ ପଦକ୍ଷେପରେ ୨୬.୫୯ ଲକ୍ଷ ମହିଳା ଲକ୍ଷପତି ଦିଦି ଭାବରେ ମାନ୍ୟତା  ପାଇଛନ୍ତି ।

ଲକ୍ଷପତି ଦିଦିମାନେ କୃଷିଭିତ୍ତିକ, ପ୍ରାଣୀ ପାଳନ,ଅଣକାଷ୍ଠ ବନଜାତ ଦ୍ରବ୍ୟ ଭିତ୍ତିକ ଉଦ୍ୟୋଗ ( ଏନଟିଏଫପି), ଜଳ କୃଷି, ଉତ୍ପାଦନ ଭିତ୍ତିକ ଉଦ୍ୟୋଗ, ବ୍ୟବସାୟିକ ଉଦ୍ୟୋଗ, ସେବା ଉଦ୍ୟୋଗ ଆଦି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପଞ୍ଜୀକରଣ ଓ ଲକ୍ଷ୍ୟ ହାସଲର ସମୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ  ୨୦୨୬-୨୭  ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୩୭ ଲକ୍ଷ (ବାର୍ଷିକ)ଥିବା ବେଳେ ୯୬ ପ୍ରତିଶତ  ସଦସ୍ୟା ପଞ୍ଜୀକୃତ  ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୪୭.୨୬ ଲକ୍ଷ (ବାର୍ଷିକ)  ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ୯୭% ସଫଳତା ହାସଲ ହୋଇଛି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button