ରାଜ୍ୟ
Kandhamal: କନ୍ଧମାଳର ପୁଣି ଯୋଡ଼ାମୁଣ୍ଡ ଶିଶୁ ଚର୍ଚ୍ଚା: ଏମ୍କେସିଜିରେ ଜନ୍ମ, ଚିକିତ୍ସା ପାଇଁ ସ୍ବତନ୍ତ୍ର ଟିମ୍
ଯୋଡ଼ାମୁଣ୍ଡ ଶିଶୁଙ୍କୁ ନେଇ କନ୍ଧମାଳ ଜିଲ୍ଲା ପୁଣି ଚର୍ଚ୍ଚାକୁ ଆସିଛି। ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଏହି ଯୋଡ଼ାମୁଣ୍ଡ ଶିଶୁ ଜନ୍ମ ନେଇଛନ୍ତି। ତୁମୁଡିବନ୍ଧ ବ୍ଲକ ତିଡ଼ିପଦର ଗ୍ରାମର ତ୍ରିଲୋଚନ ମାଝୀଙ୍କ ପତ୍ନୀ ରୁନି ମାଝୀଙ୍କ ପ୍ରସବ ବେଦନା...

ବ୍ରହ୍ମପୁର: ଯୋଡ଼ାମୁଣ୍ଡ ଶିଶୁଙ୍କୁ ନେଇ କନ୍ଧମାଳଜିଲ୍ଲା ପୁଣି ଚର୍ଚ୍ଚାକୁ ଆସିଛି। ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଏହି ଯୋଡ଼ାମୁଣ୍ଡ ଶିଶୁ ଜନ୍ମ ନେଇଛନ୍ତି। ତୁମୁଡିବନ୍ଧ ବ୍ଲକ ତିଡ଼ିପଦର ଗ୍ରାମର ତ୍ରିଲୋଚନ ମାଝୀଙ୍କ ପତ୍ନୀ ରୁନି ମାଝୀଙ୍କ ପ୍ରସବ ବେଦନା ହେବାରୁ ଗତ ରବିବାର ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଅଣାଯାଇଥିଲା। ଏଠାରେ ଯୋଡ଼ାମୁଣ୍ଡ ଶିଶୁପୁତ୍ର ଜନ୍ମ ହୋଇଥିବା ବେଳେ ଓଜନ ୨.୬ କିଲୋଗ୍ରାମ ରହିଛି। ଶିଶୁଙ୍କର ମେରୁଦଣ୍ଡ ଦୁଇଟି, ହାତ ତିନିଟି ଓ ଗୋଡ଼ ଦୁଇଟି ଅଛି। କିନ୍ତୁ ହୃତ୍ପିଣ୍ଡ, ଯକୃତ ଓ ଯୌନାଙ୍ଗ ଗୋଟିଏ ରହିଛି। ତେବେ ମଳଦ୍ବାର ନାହିଁ। ଶ୍ବାସକ୍ରିୟାରେ ସମସ୍ୟା ହେଉଥିବାରୁ ଏସ୍ଏନ୍ସିୟୁରେ ରଖାଯାଇଛି। ଆବଶ୍ୟକସ୍ଥଳେ ଭୁବନେଶ୍ବର ଏମ୍ସକୁ ରେଫର କରାଯିବ ବୋଲି ଡାକ୍ତର କହିଛନ୍ତି। ଅନ୍ୟପକ୍ଷରେ ଅସ୍ତ୍ରୋପଚାର ଜରିଆରେ ରୁନି ସନ୍ତାନ ପ୍ରସବ କରିଥିବା ବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।
ସୌଜନ୍ୟ ସମ୍ବାଦ




