ଦେଶ ବିଦେଶ
Kapil Sibal: ଚୀନ୍ ବ୍ରିକ୍ସ ସମ୍ମିଳନୀରୁ ଅଧିକ ଲାଭାନ୍ବିତ ହୋଇଛି, ଭାରତ ମତଭେଦ ଦୂର କରିଛି: କପିଲ ସିବଲ
ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ସୋମବାର କହିଛନ୍ତି ଯେ, ନିକଟରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଚୀନ ଅଧିକ ଲାଭାନ୍ବିତ ହୋଇଛି।

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ସୋମବାର କହିଛନ୍ତି ଯେ, ନିକଟରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଚୀନ ଅଧିକ ଲାଭାନ୍ବିତ ହୋଇଛି। ବ୍ରିକ୍ସ ଦେଶ ସମୂହ ଏକ ବିଚିତ୍ର ଗୋଷ୍ଠୀ ହୋଇଥିବାରୁ ଏହି ସମ୍ମିଳନୀରୁ କୌଣସି ନିର୍ଣ୍ଣାୟକ ସମାଧାନ ବାହାରିବା କଷ୍ଟକର ଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ସିବଲ କହିଛନ୍ତି, ଭାରତକୁ ଅଧ୍ୟକ୍ଷ ଦେଶ ଭାବରେ ଏକ ଯୁଗ୍ମ ଘୋଷଣାପତ୍ର ଜାରି କରିବାକୁ ସଦସ୍ୟ ଦେଶମାନଙ୍କ ମଧ୍ୟରେ ମତଭେଦ ଦୂର କରିବାକୁ ପଡ଼ିଥିଲା। ଆମ ପାଇଁ ଏହା ହର୍ମୁଜ ଦେଇ ଜାହାଜ ପରିଚାଳନା କରିବା ପରି ଥିଲା। ଚୀନ୍ ଓ ରୁଷ୍ ବ୍ରିକ୍ସକୁ ଏକ ପାଶ୍ଚାତ୍ୟ ବିରୋଧୀ ବିକଳ୍ପ ମେଣ୍ଟ କରିବାକୁ ଚାହୁଥିଲେ।
ସୌଜନ୍ୟ ସମ୍ବାଦ




