Kedarnath Restriction: କେଦାରନାଥରେ ଆଉ ଉଠାଇପାରିବେନି ଫଟୋ କି ବନାଇପାରିବେନି ରିଲ୍ସ, ବ୍ୟାନ୍ ହେବ ମୋବାଇଲ୍ ଓ କ୍ୟାମେରା

କେଦାରନାଥରେ ବ୍ୟାନ୍ ହେବ ମୋବାଇଲ୍ ଓ କ୍ୟାମେରା। ସେଠାରେ ଆଉ କେହି ଫଟୋ କି ରିଲ୍ସ ବନାଇପାରିବେ ନାହିଁ। ପୂର୍ବରୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ବାବାଙ୍କ ନିକଟରେ ଫଟୋ ଉଠାଇବା ସହ ସେଠାରେ ରିଲ୍ସ କରୁଥିବାର ମଧ୍ୟ ଦେଖିବାକୁ ମିଳୁଥିଲା, କିନ୍ତୁ ବର୍ତ୍ତମାନ ଏସବୁ ଉପରେ ପ୍ରତିବନ୍ଧକ ଲଗାଯିବ।

ଡେରାଡୁନ୍: କେଦାରନାଥରେ ବ୍ୟାନ୍ ହେବ ମୋବାଇଲ୍ ଓ କ୍ୟାମେରା। ସେଠାରେ ଆଉ କେହି ଫଟୋ କି ରିଲ୍ସ ବନାଇପାରିବେ ନାହିଁ। ପୂର୍ବରୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ବାବାଙ୍କ ନିକଟରେ ଫଟୋ ଉଠାଇବା ସହ ସେଠାରେ ରିଲ୍ସ କରୁଥିବାର ମଧ୍ୟ ଦେଖିବାକୁ ମିଳୁଥିଲା, କିନ୍ତୁ ବର୍ତ୍ତମାନ ଏସବୁ ଉପରେ ପ୍ରତିବନ୍ଧକ ଲଗାଯିବ।

କାହିଁକି ହେବ ମୋବାଇଲ୍ ବ୍ୟାନ୍?
ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ହଜାର ହଜାର କିଲୋମିଟର ଦୂରରୁ ବାବା କେଦାନାଥଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ଏଠି ପହଞ୍ଚିବା ମାତ୍ରେ ମୋବାଇଲ୍ ଓ କ୍ୟାମେରା ବାହାର କରି ମନ୍ଦିର ପରିସରରେ ଫଟୋ ଉଠାଇବା ସହ ରିଲ୍ସ ବନାଇବାରେ ଲାଗିପଡ଼ନ୍ତି। ଏହାଦ୍ଵାରା ମନ୍ଦିରର ପରମ୍ପରା ଓ ଗରିମା ନଷ୍ଟ ହେବା ସହ ଦର୍ଶନ ପାଇଁ ଆସୁଥିବା ଅନ୍ୟ ଶ୍ରଦ୍ଧାଳୁ ବି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାଛଡ଼ା ମନ୍ଦିରରେ ଭିଡ଼ ବି ବଢ଼ିଥାଏ।

ମିଡିଆ ରିପୋର୍ଟ ଅନୁସାରେ, ମନ୍ଦିରରେ କ୍ୟାମେରା ଓ ମୋବାଇଲ୍ ବ୍ୟାନ୍ କରିବା ନେଇ ଶକ୍ତ ନିୟମ ଅଣାଯିବ। ମନ୍ଦିର ପ୍ରଶାସନ ଏନେଇ ବିଚାର କରୁଛି। ଯଦି କୌଣସି ଶ୍ରଦ୍ଧାଳୁ ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ତାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯିବ।

ଏଠାରେ କହିରଖୁଛୁ କି, ମୋବାଇଲ୍ ବ୍ୟାନର ଅର୍ଥ ନୁହେଁ ଯେ ଶ୍ରଦ୍ଧାଳୁ ସାଙ୍ଗରେ ମୋବାଇଲ୍ ନେଇ ଯାତ୍ରା କରିପାରିବେ ନାହିଁ। ଯାତ୍ରା ସମୟରେ ଶ୍ରଦ୍ଧାଳୁ ତାଙ୍କ ସହ ମୋବାଇଲ ନେବାରେ କୌଣସି ସମସ୍ୟା ନାହିଁ, କେବଳ ମନ୍ଦିର ପରିସରରେ ମୋବାଇଲ୍ ଓ କ୍ୟାମେରାକୁ ବ୍ୟାନ୍ କରାଯାଇଛି। ଏଥିପାଇଁ ମନ୍ଦିର ପରିସରରେ ମୋବାଇଲ ଓ କ୍ୟାମେରା ରଖିବା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା ମଧ୍ୟ କରାଯାଉଛି। ସେଠାରେ ଶ୍ରଦ୍ଧାଳୁ ନିଜର ଫୋନ୍ କିମ୍ବା କ୍ୟାମେରା ଜମା କରି ଦର୍ଶନ କରିପାରିବେ।

ସୌଜନ୍ୟ ସମ୍ବାଦ

Exit mobile version