ଜୀବନଚର୍ଯ୍ୟା

Knee problem: ଶୀତ ଦିନରେ ବଢ଼େ ଆଣ୍ଠୁଗଣ୍ଠି ସମସ୍ୟା

ଥଣ୍ଡା ପାଗର ସିଧାସଳଖ ପ୍ରଭାବ ମସ୍କୁଲୋସ୍କେଲିଟାଲ ସିଷ୍ଟମ ଉପରେ ପଡ଼ିଥାଏ। ତାପମାତ୍ରା ହ୍ରାସ ପାଇବା ସହିତ ଆମର ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ପ୍ରବାହ ନିର୍ଦ୍ଦେଶିତ କରି ତାପ ସଂରକ୍ଷଣ କରିବାକୁ ଚେଷ୍ଟା କରେ....

 ଶୀତଦିନେ ଆଣ୍ଠୁଗଣ୍ଠି ସମସ୍ୟା ବଢ଼ିବାର କାରଣ କ’ଣ?
ଥଣ୍ଡା ପାଗର ସିଧାସଳଖ ପ୍ରଭାବ ମସ୍କୁଲୋସ୍କେଲିଟାଲ ସିଷ୍ଟମ ଉପରେ ପଡ଼ିଥାଏ। ତାପମାତ୍ରା ହ୍ରାସ ପାଇବା ସହିତ ଆମର ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ପ୍ରବାହ ନିର୍ଦ୍ଦେଶିତ କରି ତାପ ସଂରକ୍ଷଣ କରିବାକୁ ଚେଷ୍ଟା କରେ, ଯାହା ଫଳରେ ହାତ, ଆଣ୍ଠୁ ଓ ପାଦ ଭଳି ପ୍ରତ୍ୟଙ୍ଗରେ ରକ୍ତ ସଞ୍ଚାଳନ ହ୍ରାସ ପାଇଥାଏ। ହ୍ରାସ ପ୍ରାପ୍ତ ରକ୍ତ ପ୍ରବାହ ସନ୍ଧି କଠିନତା, ମାଂସପେଶୀ କଠିନତା ଏବଂ ହାଡ଼ ଯନ୍ତ୍ରଣାର କାରଣ ହୋଇଥାଏ।

 ହାଡ଼ ଓ ସନ୍ଧିଗୁଡ଼ିକୁ ମଜବୁତ କରିବାର କ’ଣ ଉପାୟ ରହିଛି?
ଆଧୁନିକ ଜୀବନ ଶୈଳୀ ଯୋଗୁଁ ହାଡ଼ ଜନିତ ସମସ୍ୟା ଅଧିକାଂଶଙ୍କ ଠାରେ ଦେଖିବାକୁ ମିଳୁଛି। ବୟସ ବଢ଼ିବା ସହ ଶରୀରରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ, ଯାହାକୁ ଚିକିତ୍ସା ବିଜ୍ଞାନ ଭାଷାରେ ଅଷ୍ଟିଓପୋରୋସିସ୍‌ କୁହାଯାଉଛି। ତେଣୁ କ୍ୟାଲସିଅମଯୁକ୍ତ ଖାଦ୍ୟ ସାମିଲ କରନ୍ତୁ, ପ୍ରାକୃତିକ ଆଣ୍ଟି-ଇନ୍‌ଫ୍ଲାମେଟରି ଖାଦ୍ୟ ଯୋଡ଼ନ୍ତୁ ଏବଂ ପହଁରିବା, ସାଇକେଲ ଚଲାଇବା ଓ ଘର ଭିତରେ ଚାଲିବା ଭଳି ବ୍ୟାୟାମ ଦ୍ବାରା ସନ୍ଧିଗୁଡ଼ିକୁ ସକ୍ରିୟ ରଖନ୍ତୁ।
‌ ଏହି ସମୟରେ ବୟସ୍କମାନଙ୍କ ଯତ୍ନ କିପରି ନେବା ଆବଶ୍ୟକ?
ଘରେ ବସି ରହୁଥିବା ବୟସ୍କମାନଙ୍କ ଓଜନ ବଢ଼ିବା ଯୋଗୁଁ ଗଣ୍ଠି ଉପରେ ଚାପ ପଡ଼ିଥାଏ। ତେଣୁ ଏହି ଋତୁରେ ସେମାନଙ୍କ ଉଠିବା, ଚାଲିବା, ବସିବା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଏହି ଋତୁ ଆସିବା ପୂର୍ବରୁ ସେମାନଙ୍କ ଶରୀରରେ ଭିଟାମିନ୍‌-ଡି, ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଛି କି ନାହିଁ ‌ପ୍ରଥମେ ‌ପରୀକ୍ଷା କରିନେବା ଜରୁରି। ଫିଜିଓଥେରାପି କରିବା, କମୋଡ୍ ପାଇଖାନା ବ୍ୟବହାର କରିବା ଆଦି ଉପରେ ଅଧିକ ଧ୍ୟାନ ଦେବା ଦରକାର।ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button