Land acquisition: ଚଉଷଠି ଯୋଗିନୀ ପୀଠ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗ, ଶୁଣିଲେନି ଜମି ମାଲିକ, ଚେତାବନୀ ଦେଲେ ତହସିଲଦାର

ରାଜଧାନୀ ଉପକଣ୍ଠ ହୀରାପୁର ଚଉଷଠି ଯୋଗିନୀ ପୀଠର ସୌନ୍ଦର୍ଯ୍ୟୀକରଣ ପାଇଁ ହେବାକୁ ଥିବା ଜମି ଅଧିଗ୍ରହଣ ହୋଇପାରୁନାହିଁ। ଜମି ମାଲିକମାନେ ସରକାରୀ ମୂଲ୍ୟର ୫ଗୁଣା ଅର୍ଥ...

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ହୀରାପୁର ଚଉଷଠି ଯୋଗିନୀ ପୀଠର ସୌନ୍ଦର୍ଯ୍ୟୀକରଣ ପାଇଁ ହେବାକୁ ଥିବା ଜମି ଅଧିଗ୍ରହଣ ହୋଇପାରୁନାହିଁ। ଜମି ମାଲିକମାନେ ସରକାରୀ ମୂଲ୍ୟର ୫ଗୁଣା ଅର୍ଥ ଦାବି କରୁଥିବାରୁ ତହସିଲ ପ୍ରଶାସନ ଅଡ଼ୁଆରେ ପଡ଼ିଛି। ଆଜି ତୃତୀୟ ବୈଠକ ବିଫଳ ହେବା ପରେ ତହସିଲ ପ୍ରଶାସନ ସରକାରୀ କ୍ଷମତା ପ୍ରୟୋଗ କରିବାକୁ ଧମକ ଦେଇଛି। ସରକାରୀ ମୂଲ୍ୟର ୨ଗୁଣା ନେଇ ଜମି ନ ଛାଡ଼ିଲେ, ସରକାରୀ ଦରରେ ଜମି ଅଧିଗ୍ରହଣ କରାଯିବ ବୋଲି ଆଜି ତହସିଲଦାର ପରୋକ୍ଷ ଚେତାବନୀ ଦେଇଛନ୍ତି। ଫଳରେ ଏହି ପ୍ରସଙ୍ଗକୁ ନେଇ ଜମି ମାଲିକ ଓ ତହସିଲ ପ୍ରଶାସନ ଏକପ୍ରକାର ଟକ୍କର ଦିଆନିଆସ୍ଥିତିରେ ପହଞ୍ଚିଥିବା ଆ‌ଲୋଚନା ହେଉଛି।

ପୂର୍ବରୁ ଦୁଇ ଦୁଇ ଥର ବୈଠକ ବସିଥିଲେ ହେଁ କିଛି ନିଷ୍କର୍ଷବାହାରିପାରିନଥିଲା। ଗତ ସପ୍ତାହରେ ଉପଜିଲ୍ଲାପାଳଙ୍କ ସହ ୧୨ଜଣ ଜମି ମାଲିକଙ୍କ ବୈଠକ ବିଫଳ ହୋଇଥିଲା। ଆଜି ତୃତୀୟ ବୈଠକଟି ବାଲିଅନ୍ତା ତହସିଲଦାର ଲିଲନ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ପୂର୍ବ ଭଳି ବୈଠକ ବିଫଳ ହୋଇଛି। ଜମି ମାଲିକମାନେ ସରକାରୀ ଦରର ୫ ଗୁଣା ଅର୍ଥ ଦାବିକରି ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିଲେ। ଜମି ମାଲିକମାନଙ୍କ ଏହି ପ୍ରସ୍ତାବରେ ହସିଲଦାର ଶ୍ରୀ ସାହୁ ଅକ୍ଷମତା ପ୍ରକାଶ କରିବାରୁ ବୈଠକ ବିଫଳ ହେଲା। ଏନେଇ ତହସିଲଦାର ଶ୍ରୀ ସାହୁଙ୍କ କହିବା କଥା ଜମି ମାଲିକମାନଙ୍କୁ ୨ ଗୁଣାରୁ କିଛି ଅଧିକ ମୂଲ୍ୟ ମିଳିପାରିବ। ଯଦି ସେମାନେ ରାଜି ନ ହୁଅନ୍ତି, ସରକାରୀ ନିୟମାନୁସାରେ ଅପେକ୍ଷାକୃତ କମ୍‌ ମୂଲ୍ୟରେ ଜମି ଅଧିଗ୍ରହଣ କରାଯିବ।

ସୌଜନ୍ୟ ସମ୍ବାଦ

Exit mobile version